ବନ୍ଦ ଖଣିରୁ ଲୁହାପଥର ଚୋରା ଚାଲାଣ ବେଳେ ଚଢ଼ାଉ : ଜେସିବି ଓ ଟ୍ରକ ଜବତ

ବନ୍ଦ ଖଣିରୁ ଲୁହାପଥର ଚୋରା ଚାଲାଣ

ଯାଜପୁର: ବନ୍ଦ ଖଣିରୁ ଲୁହାପଥର ଚୋରା ଚାଲଣ କରି ମାଲେମାଲ ହେଉଥିବା ଟ୍ରକକୁ ଜବତ କରିଛି ଟମକା ଫରେଷ୍ଟ ସ୍ବାର୍ଡ। ଟମକା ନିକଟ ଚମ୍ପାଝରଠାରେ ଓଏମସିର ଥିବା ଲୁହାପଥର ଖଣି ୧୯୮୭ ମସିହାରୁ ବନ୍ଦ ହୋଇ ରହିଛି। ତେବେ ଏହାର ସୁଯୋଗ ନେଇ କିଛି ଲୋକ ସେଠାରୁ ଲୁହାପଥର ଚୋରା ଚାଲାଣ କରିବାରେ ଲାଗି ପଡିଥିଲେ। ତେବେ ଏନେଇ ଖବର ପାଇ ଗତକାଲି ବିଳମ୍ବିତ ରାତିରେ ଟମକା ଫରେଷ୍ଟ ସ୍ବାର୍ଡ ପକ୍ଷରୁ ଟମକା ସୁରକ୍ଷିତ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା। ସେହିପରି ଚୋରା ଲୁହାପଥର ଭତ୍ତି ୧୦ ଚକିଆ ଟ୍ରକ ଓ ଏକ ଜେସିବିକୁ ଜବତ କରାଯାଇଛି। କିନ୍ତୁ ଡ୍ରାଇଭର ଫେରାର ହୋଇଯାଇଛନ୍ତି। ତେବେ ଏହି ଚଢ଼ାଉରେ ଫରେଷ୍ଟର ଚିତ୍ତରଞ୍ଜନ ବିଶ୍ବାଳ,ବିଜୟ ଗୁରୁ,ଆଶୁତୋଷ ରଥ,ଅକ୍ଷୟ ମହନ୍ତ ଓ ସଂଜୟ ଦେହୁରୀ ପ୍ରମୁଖ ସାମିଲ ହୋଇଥିଲେ।

Share Now:

Kalinga News Beuro

Next Post

ଆଜି ଓଡ଼ିଶାରେ ୩୮୭ ଜଣ କରୋନା ପଜିଟିଭ ଚିହ୍ନଟ

Wed Nov 10 , 2021
ଭୁବନେଶ୍ୱର: ଆଜି ରାଜ୍ୟରେ ୩୮୭ ଜଣ କରୋନା ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୭୫ ଜଣ ଥିବାବେଳେ ସଙ୍ଗରୋଧରୁ ୨୨୩ ଜଣ ଓ ୧୬୪ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଆଜି କଟକରୁ ୩୩, ଖୋର୍ଦ୍ଧାରୁ ୧୯୫, ସମ୍ବଲପୁରରୁ ୧୮, ପୁରୀରୁ ୧୨, ଜଗତସିଂହପୁରରୁ ୧୦, ଷ୍ଟେଟ ପୁଲରୁ ୪୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ରାଜ୍ୟରେ […]
ଓଡ଼ିଶାରେ ୩୮୭ ଜଣ କରୋନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial