ଦିନ ଦ୍ଵିପ୍ରହରରେ ଦୁର୍ବୃତ୍ତ ଲୁଟୁଛନ୍ତି ସରକାରୀ ସମ୍ପତ୍ତି

ଦୁର୍ବୃତ୍ତ ଲୁଟୁଛନ୍ତି ସରକାରୀ ସମ୍ପତ୍ତି

ରାଜମହଲ ଓଭରବ୍ରିଜ୍ ତଳୁ ଲୁହାବାଡ଼ ଭାଙ୍ଗିନେଲା

ଭୁବନେଶ୍ବର : ଥାନାର ଦୂରତା ମାତ୍ର ତିନି ଶହ ମିଟର। କୋଭିଡ କଟକଣା ଲାଗି ରାଜରାସ୍ତାରେ କୁଆଡ଼େ ପୁଲିସ ଗାଡ଼ି ପଇଁତରା ମାରୁଛି। କିନ୍ତୁ ସ୍ପଷ୍ଟ ଦିବାଲୋକରେ ସମସ୍ତଙ୍କ ସାମ୍ନାରେ ଦୁର୍ବୃତ୍ତ ଲୁଟି ଚାଲିଛି ସରକାରୀ ସମ୍ପତ୍ତି। ଏହି ଘଟଣା କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀର କେନ୍ଦ୍ରସ୍ଥଳ ରାଜମହଲ ଛକରେ ଘଟିଛି। କ୍ୟାପିଟାଲ ଥାନା ଅଞ୍ଚଳର ଏହି ଅଭାବନୀୟ ଚିତ୍ର ଆଜି ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଥିବା ପୋଷ୍ଟିଂରେ କମିସନରେଟ ପୁଲିସକୁ ତୀବ୍ର ସମାଲୋଚନା କରାଯାଉଛି। ପୁଲିସ କାର୍ଯ୍ୟଦକ୍ଷତା ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ଭିଡିଓରୁ ଜଣାପଡ଼ିଛି, ଜଣେ ଯୁବକ ରାଜମହଲ-କଳ୍ପନା ଯିବା ରାସ୍ତାର ଓଭରବ୍ରିଜ୍ ତଳେ ଲାଗିଥିବା ଲୁହାବାଡ଼କୁ ସ୍ପଷ୍ଟ ଦିବାଲୋକରେ ଭାଙ୍ଗି ଚାଲିଛି। ଆଉ ଭଙ୍ଗା ଲୁହା ଗ୍ରିଲକୁ ରାସ୍ତାର ଅପରପାର୍ଶ୍ବକୁ ବୋହି ନେଇ ଉପରୁ ତଳକୁ ଫିଙ୍ଗି ଦେଉଛି। ଏଥିରେ କେତେଜଣ ସାମିଲ ଅଛନ୍ତି, ତାହା ଜଣାପଡ଼ୁ ନଥିଲେ ମଧ୍ୟ ସେଠାରେ ଆଉ ଜଣେ ଉପସ୍ଥିତ ରହି ଏହି ଲୁହାବାଡ଼କୁ ବୋହି ନେଉଥିବା ଅନୁମାନ କରାଯାଉଛି। ଏମିତି ଏକାଧିକ ଲୁହାବଡ଼ ଭାଙ୍ଗି ଲୁଟି ନେଉଥିବା ବେଳେ କେତେକ ବ୍ୟକ୍ତି ଠିଆ ହୋଇ ଦେଖିବାରୁ ଯୁବକର ନଜର ସେମାନଙ୍କ ଉପରେ ପଡ଼ିଯାଉଛି। ଆଉ ଯୁବକ ଜଣକ ଲୋକଙ୍କୁ ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଉଛି। କେବଳ ରାଜମହଲ ଓଭରବ୍ରିଜ୍ ନୁହେଁ; ସେହି ରାସ୍ତାରେ ଫଳ ମାର୍କେଟ ସାମ୍ନାରେ ଲାଗିଥିବା ଲୁହାବାଡ଼ ମଧ୍ୟ ଚୋରି ହେଉଛି। ଅନେକ ସ୍ଥାନରେ ଲୁହା ବାଡ଼ ନ ଥିବା ଦେଖିବାକୁ ମିଳୁଛି। ୟୁନିଟ୍-୬ ଅଞ୍ଚଳରେ ଏକାଧିକ ସରକାରୀ କ୍ବାର୍ଟର୍ସ, ବରିୁଷ୍ଠ ଅଧିକାରୀଙ୍କ କ୍ବାର୍ଟର୍ସରୁ ପୂର୍ବରୁ ଚୋରି ହୋଇଥିବା ନଜିର୍ ରହିଛି। ପୂର୍ବରୁ ନଅ ତାଲାରୁ ଚୋରି ଅଭିଯୋଗରେ ଅଭିଯୁକ୍ତଙ୍କୁ କ୍ୟାପିଟାଲ ଥାନା ପୁଲିସ ଗିରଫ କରିଛି।

Share Now:

Kalinga News Beuro

Next Post

କଟକଣା ନ ମାନିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ : ପୁଲିସର ରୋଡ୍‌ ସୋ’

Mon Jun 28 , 2021
ଭୁବନେଶ୍ବର : ଆଜିଠାରୁ କରୋନା କଟକଣାକୁ ନେଇ କଠୋର ହେବାକୁ ଯାଉଛି କମିସନରେଟ୍‌ ପୁଲିସ। ବିନା କାମରେ ବାହାରକୁ ଆସିଲେ କିମ୍ବା ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଛି କମିସନରେଟ୍‌ ପୁଲିସ। ରବିବାର କ୍ୟାପିଟାଲ ଥାନା ପରିସରରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ବରିଷ୍ଠ ଅଧିକାରୀ ଓ ସମସ୍ତ ଆଇଆଇସିମାନଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି। କୌଣସି ପରିସ୍ଥିତିରେ କାହାରିକୁ କ୍ଷମା କର ନାହିଁ ବୋଲି […]
ପୁଲିସର ରୋଡ୍‌ ସୋ’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial