ବାଲିପାଟଣା ପୁଲିସକୁ ବଡ଼ ସଫଳତା : ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

ବନମାଳୀପୁର ଅଞ୍ଚଳରୁ ୫ ଡକାୟତ ଗିରଫ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ଅଧୀନ ବାଲିପାଟଣା ପୁଲିସ ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ କରିଛି। ଗତକାଲି ରାତିରେ ବନମାଳୀପୁର ଅଞ୍ଚଳରୁ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ୫ ଜଣଙ୍କୁ ପୁଲିସ କାବୁ କରିଛି। ସେମାନଙ୍କ ଠାରୁ ଖଣ୍ଡା, ଲୁହା ଛଡ଼, ଲଙ୍କା ଗୁଣ୍ଡ, ନଗଦ ଟଙ୍କା, ୩ଟି ମୋବାଇଲ୍ ଏବଂ ବାଇକ ଜବତ ହୋଇଛି। ୩ ଜଣ ବାଲିପାଟଣା ଥାନା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଭୁବନେଶ୍ୱରର ବୋଲି ଜଣା ପଡ଼ିଛି।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ଟାରେ ବନମାଳୀପୁରରେ ଥିବା ଦେଶୀ ମଦ ଦୋକାନରୁ ଡକାୟତି ପାଇଁ ଯୋଜନା ହେଉଥିବା ଖବର ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇଥିଲା। ଥାନା ଅଧିକାରୀଙ୍କ ନିର୍ଦେଶରେ ପୁରା ଟିମ ବନମାଳୀପୁର ବଟ ପଡ଼ିଆରେ ପହଞ୍ଚିଥିଲା। ସେଠାରେ ୫ ଜଣିଆ ଗ୍ୟାଙ୍ଗକୁ ପୁଲିସ ମାଡ଼ିବସିଥିଲା। ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ବମିଖାଲର ତତ୍ୱମସି ପ୍ରଧାନ ଓରଫ ରିଷି ( ୨୫ ), ବରଗଡ଼ ଥାନା ଲକ୍ଷ୍ମୀ ବିହାରର ଦୀପକ ସାହା ଓରଫ ସାହା ( ୨୬ ), ବାଲିପାଟଣା ଥାନା ପୁରୁଣା ଝିଣ୍ଟିର ଏକଦଶୀ ବେହେରାଙ୍କ ପୁଅ ସଂଜୀବ ବେହେରା ଓରଫ ବବୁଲ ( ୨୧ ), ରାହୁଲ ବେହେରା ଓରଫ କୁନୁ ( ୧୯ ) ଓ ବଚନ ଭୋଇ( ୨୬ )। ସେମାନଙ୍କ ଠାରୁ ୧୯,୫୦୦ ଟଙ୍କା , ବ୍ଲୁ କଲର ପଲସର, ଗୋଟିଏ ଖଣ୍ଡା, ଗୋଟିଏ ଲୁହା ଛଡ଼, ୨ ପ୍ୟାକେଟ ଲଙ୍କା ଗୁଣ୍ଡ, ମଦ ବୋତଲ ପୁଲିସ ଜବତ କରିଛି। ସେମାନଙ୍କ ମଧ୍ୟରୁ ୩/୪ ଜଣ ପେସାଦାର ଅପରାଧୀ ଏବଂ ସେମାନଙ୍କ ନାଁରେ ବାଲିପାଟଣା ଓ ବରଗଡ଼ ଥାନା ପ୍ରଭୃତି ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।

Share Now:

Kalinga News Beuro

Next Post

‘ଚନ୍ଦ୍ରଯାନ-୩’ର ବିକ୍ରମ ଓ ପ୍ରଜ୍ଞାନ ସାମ୍ନା କରୁଛନ୍ତି ନୂଆ ସଙ୍କଟ

Fri Oct 20 , 2023
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ମହତ୍ୱାକାଂକ୍ଷୀ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ ସଫଳତା ହାସଲ ପରେ ଏବେ ଚନ୍ଦ୍ରରେ ସୁପ୍ତ ଅବସ୍ଥାରେ ରହିଛି। ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରି ରୋଭର ପ୍ରଜ୍ଞାନ ଜରିଆରେ ଅନେକ ତଥ୍ୟ ପ୍ରେରଣ କରିବା ପରେ ଏହି ଅଭିଯାନକୁ ସ୍ଲିପ୍‌ ମୋଡ୍‌ରେ ରଖାଯାଇଛି। ଏହି ଅଭିଯାନ ସଫଳତାର ସହ ଶେଷ ହୋଇଥିଲେ ମଧ୍ୟ ‘ଚନ୍ଦ୍ରଯାନ-୩’ କେବେ ବି ପୃଥିବୀକୁ […]
ବିକ୍ରମ ଓ ପ୍ରଜ୍ଞାନ ଏବେ ସାମ୍ନା କରୁଛନ୍ତି ନୂଆ ସଙ୍କଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial