ଜେଲଗଲେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ

ଜେଲଗଲେ ବଙ୍ଗୋମୁଣ୍ଡା ଥାନା ଅଧିକାରୀ

ବଲାଙ୍ଗୀର: ଭିଜିଲାନ୍ସ ହାତରେ ମଙ୍ଗଳବାର ଧରାପଡ଼ିଥିବା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଟିମ୍‌ ବିନୋଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ପୁଲିସ ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କୁ ଭିଜିଲାନ୍ସ ଧରିଥିବାବେଳେ ଆଜି ତାଙ୍କ ଘରେ ଚଢ଼ାଉ କରାଯାଇଛି। ଆଜି ବଙ୍ଗୋମୁଣ୍ଡା ଥାନାରେ ଭିଜିଲାନ୍ସ ଦଳ ପହଞ୍ଚିଥିବାବେଳେ ତାଙ୍କ ବଙ୍ଗୋମୁଣ୍ଡା ବାସଭବନରୁ ୩ ଲକ୍ଷ ୮୦ ହଜାର ୯୨୦ ଟଙ୍କା ଜବତ କରାଯାଇଛି। ସୂଚନା ଥାଉ କି ଗତକାଲି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାଧିକାରୀ ବିନୋଦ ବିହାରୀ ନାୟକ ଏକ ସ୍ବିଫ୍ଟ ଡିଜାୟାର କାର୍‌ (ଓଡି ୧୫କେ ୬୧୧୧)ରେ ସମ୍ବଲପୁର ଅଭିମୁଖେ ଯାଉଥିଲେ। ତେବେ ବରାହଗୋଡ଼ାସ୍ଥିତ ଟୋଲ୍‌ଗେଟ୍‌ ପାଖରେ ଗାଡ଼ି ଅଟକିବା ପରେ ତାଙ୍କୁ ଭିଜିଲାନ୍ସ ଟିମ୍‌ ଧରିଥିଲା। ଗାଡ଼ିର ଯାଞ୍ଚ ଚାଲିଥିଲା। ତାଙ୍କ ସିଟ୍‌ ତଳୁ ୨ଲକ୍ଷ ଟଙ୍କା ନଗଦ ଜବତ ହୋଇଥିଲା। ପକେଟ୍‌ରୁ ୬,୧୨୦ ଟଙ୍କା ମିଳିଥିଲା। ଚଢ଼ଉ ବେଳେ ବଲାଙ୍ଗୀର ଏବଂ ସମ୍ବଲପୁରର ଭିଜିଲାନ୍ସ ଡିଏସ୍‌ପି ସାମିଲ ଥିଲେ। ଆଉ ଗତକାଲି ଟଙ୍କା ଜବତ ପରେ ଆଜି ଥାନା ଅଧିକାରୀଙ୍କ ବାସଭବରେ ଚଢ଼ାଉ କରାଯାଇଛି।

Share Now:

Kalinga News Beuro

Next Post

ଏମ୍ସରେ ପେଟ୍‌ସିଟି ସ୍କାନ ମେସିନ୍‌ କାର୍ଯ୍ୟକ୍ଷମ

Wed Dec 1 , 2021
୭ ହଜାର ଟଙ୍କାରେ ହେବ କର୍କଟ ରୋଗ ଚିହ୍ନଟ ଭୁବନେଶ୍ବର: ଏମ୍ସରେ ପେଟ୍‌ସିଟି ସ୍କାନ ମେସିନ ଜରିଆରେ ୭ ହଜାର ଟଙ୍କାରେ କର୍କଟ ରୋଗର ଚିହ୍ନଟ ହୋଇପାରିବ। କର୍କଟ ରୋଗ ଉପରେ ଚିକିତ୍ସା ପ୍ରଭାବ ଏବଂ କେଉଁ ଷ୍ଟେଜ୍‌ରେ ରହିଛି, ଏହା ମଧ୍ୟ ଜଣାପଡ଼ିବ। ଏକ ମାସ ହେଲା ଏମ୍ସକୁ ଆସିଥିବା ଏହି ମେସିନ୍‌ ଆଜି ଡିସେମ୍ବର ୧ ତାରିଖରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉଦ୍‌ଘାଟିତ ହୋଇଛି। ଏହାପରେ ପଞ୍ଜୀକରଣ ପ୍ରକ୍ରିୟା […]
ଏମ୍ସରେ ପେଟ୍‌ସିଟି ସ୍କାନ ମେସିନ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial