ରାଜଧାନୀରେ ଆତଙ୍କ : ରାସ୍ତାରେ ଗଡ଼େଇ ତଡ଼େଇ ପିଟିଲେ ଦୁବୁର୍ତ୍ତ

ରାସ୍ତାରେ ଗଡ଼େଇ ତଡ଼େଇ ପିଟିଲେ

ଭୁବନେଶ୍ୱର : ଶନିବାର ପ୍ରାୟ ଦିନ ୨ଟା। କ୍ୟାପିଟାଲ୍ ଥାନା ଅନ୍ତର୍ଗତ ରାଧାକୃଷ୍ଣ ଏନ୍‌କ୍ଲେଭ୍ ନିକଟରେ ରାସ୍ତା ଉପରେ ଜଣେ ବ୍ୟକ୍ତିଙ୍କୁ ୨/୩ଜଣ ଯୁବକ ଠେଙ୍ଗା, ବାଡି, ରଡ୍ ଭଳି ମାରଣାସ୍ତ୍ର ଧରି ନିସ୍ତୁକ ମାଡ଼ ମାରୁଥାନ୍ତି। ବ୍ୟକ୍ତି ଜଣକ ରକ୍ତାକ୍ତ ହୋଇ ଭୁଲ୍ ହୋଇଯାଇଛି ବୋଲି କହୁଥାନ୍ତି। ହେଲେ ନିର୍ଦ୍ଦୟଙ୍କ ଭଳି ଯୁବକମାନେ ତାଙ୍କୁ ପିଟି ଚାଲିଥାନ୍ତି। ଏପରିକି ବ୍ୟକ୍ତି ଜଣକୁ ନ ମାରିବା ପାଇଁ ଲୋକେ ଅଟକାଇବାକୁ ଯିବାରୁ ଆଉ କିଛି ଯୁବକ ବାରଣ କରିବା ସହିତ ଧମକଚମକ ମଧ୍ୟ ଦେଉଥାନ୍ତି। ଏହିଭଳି ଅମାନବୀୟ ଘଟଣା ପଛରେ ସ୍ଥାନୀୟ ଅଞ୍ଚଳର ଜଣେ ନେତାଙ୍କ ଇଙ୍ଗିତ ରହିଛି ବୋଲି ଜଣାପଡ଼ିଛି। ମାଡ଼ ଖାଇ ଗୁରୁତର ଆହତ ହୋଇଥିବା ବ୍ୟକ୍ତି କେ ସିନୁ ସେଠୀଙ୍କ ଅଭିଯୋଗ ଅନୁଯାୟୀ, ଗତ କିଛିଦିନ ତଳେ ୟୁନିଟ୍-୬ କ୍ୟାପିଟାଲ୍ ଥାନା ଅଞ୍ଚଳରେ କିଛି ମୁଷ୍ଟିମେୟ ଯୁବକ ଓ ନେତା ଆଇଭିଆର୍-୧୨୬ ସରକାରୀ କ୍ବାର୍ଟର୍ସରୁ ଝରକା, କବାଟ ଲୁଟିବା ପରେ ପାଚେରି ଭାଙ୍ଗି କ୍ବାର୍ଟର୍ସ ପରିସରରେ ଜବରଦଖଲ କରି ଘର ତିଆରି କରୁଥିଲେ। ଏହାକୁ ବିରୋଧ କରିବାରୁ ଆଜି ସେ ସେମାନଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରିଥିବା ଯୁବକଙ୍କୁ ସେ ଛାଡ଼ିବାକୁ ନେହୁରା ହୋଇଥିଲେ ବି ସେମାନେ ଆକ୍ରମଣ କରି ତାଙ୍କ ହାତ ଭାଙ୍ଗିବା ସହିତ ମୁଣ୍ଡ ଫଟାଇ ଦେଇଥିବା ସେ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଛନ୍ତି।
ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳରୁ ମିଳିଥିବା ସୂଚନା ମୁତାବକ, ସିନୁ ଜଣେ ଗାଡ଼ି ମେକାନିକ। ଉକ୍ତ ଅଞ୍ଚଳରେ ସେ ୪ଚକିଆ ଗାଡ଼ି ଗ୍ୟାରେଜ୍ କରିଛନ୍ତି। ତେବେ ଉକ୍ତ ଅଞ୍ଚଳର କିଛି ଯୁବକଙ୍କ ସହିତ ପୂର୍ବରୁ ତାଙ୍କର ସରକାରୀ ଜାଗାରେ ଘର ତିଆରିକୁ ନେଇ ଝଗଡ଼ା ଥିଲା। ଆଜି ଅପରାହ୍‌ଣରେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ। ଲୋକେ ଅଟକାଇବାକୁ ଚେଷ୍ଟା କରିଥିଲେ ବି ସେମାନେ ଶୁଣିନଥିଲେ। ତେଣୁ ଶେଷରେ ନିରୁପାୟ ହୋଇ ମୋବାଇଲ୍‌ରେ ଭିଡିଓ କରିବା ଆରମ୍ଭ କରିବାରୁ ଯୁବକମାନେ ଘଟଣାସ୍ଥଳରୁ ଫେରାର୍ ହେବା ସହ ସିନୁଙ୍କୁ ଧମକ ଦେଇଥିବା କହିଛନ୍ତି।

Share Now:

Kalinga News Beuro

Next Post

ସତ୍ୟକୁ ଘଣ୍ଟ ଘୋଡ଼ାଇବା ପାଇଁ ଲାଗିଛନ୍ତି ସରକାର ଓ ଅଫିସର: ବିଜୟ ମହାପାତ୍ର

Sun Oct 24 , 2021
ଭୁବନେଶ୍ବର: ମହଲିଙ୍ଗ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏହା ଏକ ଭୟଙ୍କର ଘଟଣା। ଏଭଳି ଭୟଙ୍କର ଘଟଣା ଆଗରୁ ଓଡ଼ିଶାର କେବେ ହୋଇନଥିଲା। ପୁଲିସ ଯେଉଁ ଭଳି ଭାବରେ ତଦନ୍ତ ନାଟକ କରୁଛି, ଗତ ୮ ଦିନ ହେବ ଏଥିରୁ ଲାଗୁଛି ଡିଆଇଜି ଓ ଏସପି ଅପରାଧର ତଦନ୍ତ […]
ବିଜୟ ମହାପାତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial