କଟିଆ ମୁଣ୍ଡା ହତ୍ୟାକାଣ୍ଡରେ ମା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡ

ଭଦ୍ରକ: ଏକ ହତ୍ୟାକାଣ୍ଡରେ ଜଡ଼ିତ ମା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଭଦ୍ରକ ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ ଆଶିଷ କୁମାର ତ୍ରିପାଠୀ। ୨୦୨୦ ମସିହାରେ ଭଦ୍ରକ ସହର ସନ୍ନିକଟ ଗେଲଟୁଆ ପଞ୍ଚାୟତ ବଗମରା ଆଦିବାସୀ ସାହି କଟିଆ ମୁଣ୍ଡା ହତ୍ୟାକାଣ୍ଡ ମାମଲାରରେ ଏଭଳି ରାୟ ଆସିଛି। ଏହି ମାମଲାର ଦୁଇ ଅଭିଯୁକ୍ତ ସେହି ଗ୍ରାମର ବାମନ ମୁଣ୍ଡାଙ୍କ ପୁତ୍ର ବେତାଳ ଓରଫ ଅନାମ ମୁଣ୍ଡା (୨୫) ଓ ଘନ ମୁଣ୍ଡାଙ୍କ ପତ୍ନୀ ଲୁସୁରି ମୁଣ୍ଡ (୪୯)ଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି।

Share Now:

Kalinga News Beuro

Next Post

ଦିଲ୍ଲୀର ଜଖୀରା ନିକଟରେ ମାଲ୍‌ବାହୀ ଟ୍ରେନ୍‌ର ୮ ୱାଗନ୍‌ ଧାରଣାଚ୍ୟୁତ

Sat Feb 17 , 2024
ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଚାରା ମଣ୍ଡି ଅନ୍ତର୍ଗତ ଜଖୀରା ଫ୍ଲାଇଓଭର୍‌ ନିକଟରେ ଗୋଟାଏ ମାଲ୍‌ବାହୀ ଟ୍ରେନ୍‌ର ଅନ୍ୟୂନ ୮ଟି ୱାଗନ୍‌ ଧାରଣାଚ୍ୟୁତ ହୋଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ଦୁର୍ଘଟଣା ସଂକ୍ରାନ୍ତରେ ସୂଚନା ପାଇବାକ୍ଷଣି ରେଳବାଇ ଅଧିକାରୀ ଟିମ୍‌ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ୱାଗନ୍‌ ସବୁ ଧାରଣାଚ୍ୟୁତ ହେଉଥିବା କଥା ଘଟଣାସ୍ଥଳରୁ ଉତ୍ତୋଳିତ ଭିଡିଓରେ ଦେଖାଯାଉଛି। ରେଳ ଧାରଣା ଉପରେ ଧାରଣାଚ୍ୟୁତ ବଗି ସବୁ ପଡ଼ିଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial