ଫେରାର ହେଲା ଛୁଆ ମାଙ୍କଡ଼ : କୋର୍ଟ କର୍ମଚାରୀ ନାକେଦମ

କୋର୍ଟ କର୍ମଚାରୀ ହେଲେ ନାକେଦମ

ନୂଆଦିଲ୍ଲୀ: ପାକିସ୍ତାନର କରାଚିରେ ଗତ ଗୁରୁବାର ମାଙ୍କଡ଼ ଚାଲାଣ କରୁଥିବା ଦୁଇଜଣଙ୍କୁ ପୁଲିସ ଗିରଫ କରିଥିଲା। ଗିରଫ ପରେ ଦୁଇଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଏହାପରେ ପୁଲିସ କୋର୍ଟରେ ପ୍ରମାଣ ଆଧାରରେ ୧୪ଟି ଛୁଆ ମାଙ୍କଡ଼ଙ୍କୁ ହାଜର କରିଥିଲା। ଏଥିମଧ୍ୟରୁ ଗୋଟିଏ ମାଙ୍କଡ଼ ଫେରାର ହୋଇଯାଇଥିଲା।
ଏହାପରେ କୋର୍ଟ ପରିସରରେ ମଜାଳିଆ ଦୃଶ୍ୟ ଦେଖିବାକୁ ମିଳିଥିଲା। ଫେରାର ମାଙ୍କଡ଼ ଯାଇ କୋର୍ଟ ପରିସରରେ ଥିବା ଗଛରେ ଚଢ଼ି ଯାଇଥିଲା। ଉକ୍ତ ଛୁଆମାଙ୍କଡ଼କୁ ଗଛରୁ ଓହ୍ଲାଇବା ପାଇଁ କୋର୍ଟ କର୍ମଚାରୀ ନାକେଦମ ହୋଇଯାଇଥିଲେ।
ସୂଚନାଯୋଗ୍ୟ, କରାଚିରେ ଗତ ଗୁରୁବାର ଦୁଇଜଣଲୋକଙ୍କୁ ଗିରଫ କରାଯାଇଥିଲା। ଗିରଫ ଦୁଇଜଣ ଆମ୍ବ ରପ୍ତାନୀ ପାଇଁ ବ୍ୟବହୃତ ବାକ୍ସରେ ୧୪ଟି ମାଙ୍କଡ଼ ଛୁଆଙ୍କୁ ଭର୍ତ୍ତି କରି ଚାଲାଣ କରିବାକୁ ନେଉଥିବା ଜଣାପଡ଼ିଥିଲା। ପୁଲିସ ସମସ୍ତ ମାଙ୍କଡ଼ ଛୁଆଙ୍କୁ ଉକ୍ତ ବାକ୍ସରୁ ଉଦ୍ଧାର କରି କୋର୍ଟ‌ରେ ପ୍ରମାଣ ସ୍ୱରୂପ ହାଜର କରିଥିଲା। ବନ୍ୟଜନ୍ତୁଙ୍କ ବ୍ୟବସାୟ କିମ୍ବା ସେମାନଙ୍କୁ ପୋଷିବା ହେଉଛି ବେଆଇନ କାର୍ଯ୍ୟ। କିନ୍ତୁ ଏହି ନିୟମକୁ ଅଣଦେଖା କରି ପାକିସ୍ତାନରେ ଏମିତି ଏକ ମାର୍କେଟ ରହିଛି। ଯେଉଁଠାରେ ଲୋକଙ୍କୁ ଆକର୍ଷିତ କରିବାକୁ ମାଙ୍କଡ଼ ନାଚ ଦେଖା ଯାଇଥାଏ। କେବଳ ଏତିକି ନୁହେଁ ‌ସେଠାରେ ଚୋରି କରିବା ପାଇଁ ମାଙ୍କଡ଼ମାନଙ୍କୁ ପ୍ରଶିକ୍ଷଣ ବି ଦିଆଯାଇଥାଏ ‌ବୋଲି ଶୁଣିବାକୁ ମିଳିଛି।

Share Now:

Kalinga News Beuro

Next Post

ଅଫିସ୍‌ରେ ମଦ ପିଇ ଫସିଲେ ଯନ୍ତ୍ରୀ : କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗକୁ ନିର୍ଦ୍ଦେଶ

Mon Jul 24 , 2023
କେନ୍ଦ୍ରାପଡ଼ା: ଜଳସ˚ପଦ ବିଭାଗ ମହାନଦୀ ଉତ୍ତର ବିଭାଜନର ପୁନ୍ଦାଳ ସବ୍‌ଡିଭିଜନ୍‌ ଅନ୍ତର୍ଗତ ନାରାୟଣପୁର ଉପକଣ୍ଠ ସେକସନ୍‌ ଅଫିସ୍‌ ଭିତରେ ଦୁଇ ଯନ୍ତ୍ରୀଙ୍କ ମଦ ଆସର ଘଟଣାକୁ ନେଇ ଶନିବାର ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତନାଘନା ଆରମ୍ଭ ହୋଇଛି। ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଘଟଣାରେ ସଂପୃକ୍ତ ଦୁଇ ଯନ୍ତ୍ରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜଳସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଅଫିସ୍‌ ଭିତରେ ମଦ୍ୟପାନ […]
ଅଫିସ୍‌ରେ ମଦ ପିଇ ଫସିଲେ ଯନ୍ତ୍ରୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial