ରାଜଧାନୀରେ ବାବାଙ୍କ ରାସଲୀଳା : ଲୋକଙ୍କ ଅଭିନବ ଆନ୍ଦୋଳନ

ଲୋକଙ୍କ ଅଭିନବ ଆନ୍ଦୋଳନ

ବାବାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ଘେରାଉ ସହ ରାସ୍ତାରେ ବସି ଖାଇଲେ

ଭୁବନେଶ୍ବର: ଡୁମୁଡୁମା ରଘୁନାଥନଗର ଅଞ୍ଚଳରେ ଥିବା କୃଷ୍ଣ ମଠରେ ଜଣେ ବାବାଙ୍କ ରାସଲୀଳା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ମଠରେ ମହିଳା ଓ ଶିଶୁଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଅନୁସୂଚିତ ଜାତିର ମହିଳାଙ୍କୁ ବାବା ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। କିନ୍ତୁ ଥାନାରେ ଅଭିଯୋଗ ହେବା ପରେ ବି ପୁଲିସ ଘଟଣାର ତଦନ୍ତ କରୁନାହିଁ। ଏଭଳି ଏକ ସଂଗିନ୍‌ ମାମଲାକୁ ପୁଲିସ ହାଲୁକା ଭାବେ ନେଇଛି। ତେଣୁ ବାବା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଓଡ଼ିଶା ନ୍ୟାୟ ମଞ୍ଚ ପକ୍ଷରୁ ଖଣ୍ଡଗିରି ଥାନା ଘେରାଉ କରାଯାଇଥିଲା। ଏମିତିକି ସନ୍ଧ୍ୟାରେ ଆନ୍ଦୋଳନକାରୀ ରାସ୍ତାରେ ବସି ଖାଇ ବସି ଅଭିନବ ଭାବେ ଆନ୍ଦୋଳନ କରିଥିଲେ। ମଞ୍ଚ ପକ୍ଷରୁ ଥାନା ଘେରାଉ କରାଯିବା ଅବସରରେ କୁହାଯାଇଛି ଯେ ଖଣ୍ଡଗିରି ଥାନା ଡୁମୁଡୁମା ରଘୁନାଥନଗରରେ ସରକାରୀ ଜମି ହଡ଼ପ କରି କୃଷ୍ଣମଠ ପ୍ରତିଷ୍ଠା କରାଯାଇଛି। ଜଣେ ଭଣ୍ଡ ବାବା ଝାଡ଼ଫୁଙ୍କ କରିବା ବାହାନା କରି ରାଧା ପୂଜା ନାମରେ ମହିଳା ଓ ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେଇଚାଲିଛି। ଏହି ‌ଯୌନ କେଳେଙ୍କାରୀରେ ବାବାଙ୍କ ସହ ସହଯୋଗୀମାନେ ମଧ୍ୟ‌ ସାମିଲ୍‌ ଅଛନ୍ତି। ଏନେଇ ଗତ କିଛି ଦିନ ପୂର୍ବେ ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି। ସେହିପରି ମାମଲା ସମ୍ପର୍କରେ ରାଜ୍ୟ ଗୃହ ସଚିବ, ପୁଲିସ ମହାନିର୍ଦ୍ଦେଶକ, ପୁଲିସ କମିସନରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।
ଅପରାଧୀମାନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଅନୁରୋଧ କରାଯାଇଛି। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ତେବେ ଥାନା ଘେରାଉ ଚାଲିଥିବା ବେଳେ ଆଇଆଇସି ପଦ୍ମନାଭ ପ୍ରଧାନ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀମାନେ ଧାରଣାରୁ ହଟିଥିଲେ। କିନ୍ତୁ ପୁଲିସ ପ୍ରତିଶ୍ରୁତି ପାଳନ ନକଲେ, ଏନେଇ ସାରା ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ସଂଗଠନ ତରଫରୁ ସଭାପତି ସୁକାନ୍ତ ଚନ୍ଦ୍ର ଭୋଇ, ପ୍ରଦୀପ୍ତ ନାୟକ, ବୀରେନ୍ଦ୍ର ନାୟକ, ମମତା ସାମନ୍ତରାୟ, ମଣ୍ଟୁ ନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share Now:

Kalinga News Beuro

Next Post

ଆଜି ଆନ୍ତର୍ଜାତିକ ମହିଳା ଦିବସ : କେବେ ଚାଲିବ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବସ୍‌?

Tue Mar 8 , 2022
କଟକ: ଆଜି ଆନ୍ତର୍ଜାତିକ ମହିଳା ଦିବସ। ମହିଳା ସଶକ୍ତିକରଣ ପାଇଁ ସରକାର ଅନେକ କିଛି କରୁଛନ୍ତି ବୋଲି ପ୍ରଚାର କରୁଛନ୍ତି। କିନ୍ତୁ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଵତନ୍ତ୍ର ସରକାରୀ ବସକୁ କିଏ, କାହା ସ୍ବାର୍ଥରେ ବନ୍ଦ କଲା? କାହିଁକି ‘ମୋ ବସ୍‌’ ସେବାରୁ ମହିଳାଙ୍କ ସ୍ଵତନ୍ତ୍ର ବସ୍ ସେବାଟିକୁ ହଠାତ ବନ୍ଦ କରି ଦିଆଗଲା? ଏହାର କୌଣସି ସନ୍ତୋଷଜନକ ଉତ୍ତର ଓଡିଶା ରାଜ୍ୟ ପରିବହନ ବିଭାଗ ପାଖରେ ନାହିଁ। ଏ […]
ଆଜି ଆନ୍ତର୍ଜାତିକ ମହିଳା ଦିବସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial