ରାଜଧାନୀରେ ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଟ୍ରେନିଂ ବେଳେ ଜଣେ ହୋମଗାର୍ଡଙ୍କ ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ବାସୁଦେବ ମାନସିଂ। ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ଦିଆଯାଉଥିବା ବେଳେ ହୋମଗାର୍ଡ ବାସୁଦେବ ମାନସିଂଙ୍କ ମୃତ୍ୟୁ ଘଟିଛି। ତାଙ୍କର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି। ସୂଚନା ଅନୁଯାୟୀ, ବାସୁଦେବ ଏୟାରଫିଲଡ ଥାନାରେ ଡ୍ୟୁଟି କରୁଥିଲେ। ସହିଦନଗର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ବ୍ରାହ୍ମଣୀ ଗାଁରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

Wed Jan 3 , 2024
ସୋନପୁର: ସୋନପୁର ରେଞ୍ଜ ବ୍ରାହ୍ମଣୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବ୍ରାହ୍ମଣୀ ଗାଁର ଯଦୁନାଥ ସୁନା (୭୦)। ସୂଚନା ଅନୁଯାୟୀ, ସୋମବାର ରାତିରେ ଯଦୁନାଥ ନିକଟସ୍ଥ ତେଲନଦୀକୁ ‌ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଦନ୍ତାଟି ଯଦୁନାଥଙ୍କ ଡାହାଣ ଗୋଡ଼କୁ ଦଳି ଦେଇଥିଲା। ବନକର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial