ବ୍ରାହ୍ମଣୀ ଗାଁରେ ଦନ୍ତାହାତୀ ଆକ୍ରମଣରେ ବୃଦ୍ଧ ମୃତ

ସୋନପୁର: ସୋନପୁର ରେଞ୍ଜ ବ୍ରାହ୍ମଣୀ ଗାଁରେ ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଲେ ବ୍ରାହ୍ମଣୀ ଗାଁର ଯଦୁନାଥ ସୁନା (୭୦)। ସୂଚନା ଅନୁଯାୟୀ, ସୋମବାର ରାତିରେ ଯଦୁନାଥ ନିକଟସ୍ଥ ତେଲନଦୀକୁ ‌ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ଦନ୍ତାଟି ଯଦୁନାଥଙ୍କ ଡାହାଣ ଗୋଡ଼କୁ ଦଳି ଦେଇଥିଲା। ବନକର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ତରଭା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଖବର ପାଇ ଡିଏଫ୍‌ଓ ମଦନଲାଲ ଶର୍ମା, ସୋନପୁର ରେଞ୍ଜ ଅଧିକାରୀ ସୁବାସ ଚନ୍ଦ୍ର ମହାପାତ୍ର, କୁମ୍ଭାରମୁଣ୍ଡା ବନପାଳ ଦୀନେଶ ମାଝି, ସୋନପୁର ବନପାଳ ଭକ୍ତବନ୍ଧୁ ମିଶ୍ର ପ୍ରମୁଖ ବ୍ରାହ୍ମଣୀ ଗ୍ରାମରେ ପହଞ୍ଚି ଯଦୁନାଥଙ୍କ ପତ୍ନୀ ଉଷାଙ୍କୁ ୬୦ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରିଥିଲେ। ଆବଶ୍ୟକ କାଗଜପତ୍ର ଦେବା ପରେ ଅବଶିଷ୍ଟ ରାଶି ପ୍ରଦାନ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି। ସେହିପରି ପଞ୍ଚାୟତ ପକ୍ଷରୁ ହରିଶ୍ଚନ୍ଦ୍ର ଯୋଜନାରେ ୩ ହଜାର ଟଙ୍କା ସରପଞ୍ଚ କୁଶଳେଶ୍ୱର ପାଣ୍ଡେ ଏବଂ ପିଇଓ ସୁନୀଲ ସାହୁ ପ୍ରଦାନ କରିଛନ୍ତି। ସେହିପରି ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଇଥିବା ୧୦ ହଜାର ଟଙ୍କା ତରଭା ବ୍ଲକ୍‌ ଅଧ୍ୟକ୍ଷ ସରୋଜ କମ୍ପ ଯଦୁନାଥଙ୍କ ପତ୍ନୀଙ୍କୁ ପ୍ରଦାନ କରିଥିଲେ।

Share Now:

Kalinga News Beuro

Next Post

ଏଏସ୍‌ଆଇର ଉଦାସୀନତାରୁ ପାତାଳଗାମୀ ହେବ ଶ୍ରୀପାତାଳେଶ୍ୱର ମନ୍ଦିର

Wed Jan 3 , 2024
ପୁରୁଣା ଭୁବନେଶ୍ୱର: ଏକାମ୍ର କ୍ଷେତ୍ରରେ ରହିଛି ଶହଶହ ମନ୍ଦିର। ଶ୍ରୀଲିଙ୍ଗରାଜ ମନ୍ଦିର ହେଉଛି ଏକାଦଶ ଶତାଦ୍ଦୀର ପୁରାତନ ମନ୍ଦିର। ଏହି ମନ୍ଦିରକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁ ଓ ଇତିହାସପ୍ରେମୀ ପର୍ଯ୍ୟଟକ ଆସିଥାନ୍ତି। ତେବେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶ୍ରୀଲିଙ୍ଗରାଜ ମନ୍ଦିର ପରିସରରେ ଆହୁରି ବହୁ ପୁରାତନ ମନ୍ଦିର ଅଛି, ଯାହା ସଂପର୍କରେ ବେଶୀ ଲୋକ ଜାଣି ନାହାନ୍ତି। ଦାୟିତ୍ୱରେ ଥିବା ବିଭାଗଗୁଡ଼ିକ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial