୨୪ ଘଣ୍ଟା ପରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର : ବେକରେ କ୍ଷତ ଚିହ୍ନ, ହତ୍ୟା ସନ୍ଦେହ

ସୋର: ବାଲେଶ୍ୱର ଜିଲ୍ଲା ସୋର ପୌରାଞ୍ଚଳ ରାଇପୁର ଗ୍ରାମରୁ ନିଖୋଜ ଅଢେ଼ଇ ବର୍ଷର ଶିଶୁ ଶୁଭମର ମୃତଦେହ ପାଖାପାଖି ୨୪ ଘଣ୍ଟା ପରେ ଉଦ୍ଧାର କରାଯାଇଛି। ଆଜି ସକାଳୁ ଘର ନିକଟରେ ଥିବା ପୋଖରୀକୁ ଶୁଖାଯାଉଥିଲା। ହେଲେ ସେଠାରୁ ତାର ପତ୍ତା ମିଳି ନଥିଲା। ହେଲେ ପାଖରେ ଥିବା ଅନ୍ୟ ଏକ ଗଡ଼ିଆ ଭିତରୁ ଶୁଭମର ମୃତଦେହ ଉଦ୍ଧାର ହୋଇଛି। ତାର ବେକରେ କ୍ଷତ ଚିହ୍ନ ଥିବାରୁ ତାକୁ କେହି ହତ୍ୟା କରି ଗଡ଼ିଆରେ ଫଙ୍ଗି ଦେଇଥିବା ଅନୁମାନ କରାଯାଉଛି। ହେଲେଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କଥା ଜଣାଯିବ।
ସୂଚନାଯୋଗ୍ୟ, ଗତକାଲି ମଧ୍ୟାହ୍ନରେ ରାଇପୁର ଗ୍ରାମର ମୋହନ ସାହୁଙ୍କ ଅଢେ଼ଇ ବର୍ଷର ଶିଶୁପୁତ୍ର ଶୁଭମ ଘର ନିକଟରେ ଖେଳୁଥିଲା। ଶୁଭମର ଭଉଣୀ ଶୌଚ ହେବାକୁ ଯାଇ ଫେରିବା ପରେ ଶୁଭମକୁ ଦେଖିବାକୁ ନ ପାଇ ଘର ଲୋକଙ୍କୁ ଡାକି ଥିଲେ। ପରେ ପରେ ବିଭିନ୍ନ ସ୍ଥାନରେ ଖୋଜିବା ସହିତ ଅପହରଣ କିମ୍ବା ଚୋରି ସନ୍ଦେହରେ ରେଳ ଷ୍ଟେସନ,ବସଷ୍ଟାଣ୍ଡ ପଡ଼ିଶା ଘର ଆଦି ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହୋଇ ସୋର ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିକଟରେ ଥିବା ଗୋଟିଏ ଗଡ଼ିଆ ଓ ଦୁଇଟି ପୋଖରୀ ସମେତ ଭିନ୍ନ ଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ମାତ୍ର ଏପର୍ଯ୍ୟନ୍ତ ଶିଶୁ ପୁତ୍ରର କୌଣସି ଖବର ମିଳିନଥିଲା।

Share Now:

Kalinga News Beuro

Next Post

କ୍ରମାଗତ ୨ୟ ଦିନ ପାଇଁ ଷ୍ଚକ ବଜାରରେ ହ୍ରାସ : ସେନସେକ୍ସ ୫୩୬ ପଏଣ୍ଟ ଖସିଲା

Wed Jan 3 , 2024
ନୂଆଦିଲ୍ଲୀ: ନୂଆବର୍ଷ ଅର୍ଥାତ୍ ୨୦୨୪ର ପ୍ରଥମ କାରବାର ସପ୍ତାହରେ କ୍ରମାଗତ ଦ୍ଵିତୀୟ ସେସନ ପାଇଁ ପ୍ରଫିଟ ବୁକିଂ ଯୋଗୁଁ ଭାରତୀୟ ଷ୍ଟକ ବଜାର ରେ ବ୍ୟାପକ ହ୍ରାସ ଘଟିଛି। ଆଇଟି ଏବଂ ମେଟାଲ୍ ଷ୍ଟକରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନସେକ୍ସ ୫୩୬ ପଏଣ୍ଟ ହ୍ରାସ ପାଇ ୭୧,୩୫୬ ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୪୮ ପଏଣ୍ଟ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial