କ୍ରମାଗତ ୨ୟ ଦିନ ପାଇଁ ଷ୍ଚକ ବଜାରରେ ହ୍ରାସ : ସେନସେକ୍ସ ୫୩୬ ପଏଣ୍ଟ ଖସିଲା

ନୂଆଦିଲ୍ଲୀ: ନୂଆବର୍ଷ ଅର୍ଥାତ୍ ୨୦୨୪ର ପ୍ରଥମ କାରବାର ସପ୍ତାହରେ କ୍ରମାଗତ ଦ୍ଵିତୀୟ ସେସନ ପାଇଁ ପ୍ରଫିଟ ବୁକିଂ ଯୋଗୁଁ ଭାରତୀୟ ଷ୍ଟକ ବଜାର ରେ ବ୍ୟାପକ ହ୍ରାସ ଘଟିଛି। ଆଇଟି ଏବଂ ମେଟାଲ୍ ଷ୍ଟକରେ ବଡ଼ ଧରଣର ହ୍ରାସ ଦେଖିବାକୁ ମିଳିଛି। ଆଜିର କାରବାର ଶେଷ ସୁଦ୍ଧା ବିଏସ୍ଇ ସେନସେକ୍ସ ୫୩୬ ପଏଣ୍ଟ ହ୍ରାସ ପାଇ ୭୧,୩୫୬ ରେ ପହଞ୍ଚିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫ୍ଟି ୧୪୮ ପଏଣ୍ଟ ହ୍ରାସ ପାଇ ୨୧,୫୨୬ ପଏଣ୍ଟରେ ବନ୍ଦ ହୋଇଛି। ବର୍ଷର ପ୍ରଥମ ଦିନ ଅର୍ଥାତ୍ ୧ ତାରିଖରେ ସେନସେକ୍ସ ଓ ନିଫଟି ସାମାନ୍ୟ ବୃଦ୍ଧି ସହ ବନ୍ଦ ହୋଇଥିଲା। ୨ତାରିଖରେ ସେନସେକ୍ସ ୩୭୯ ପଏଣ୍ଟ ଓ ନିଫଟି ୭୬ ପଏଣ୍ଟ ହ୍ରାସ ପାଇଥିଲା। ଆଜି ବୁଧବାର ପୁଣି ଥରେ ସେନସେକ୍ସ ଓ ନିଫଟିରେ ହ୍ରାସ ପରିଲକ୍ଷିତ ହୋଇଛି।
ନିଫ୍ଟିର ଆଇଟି ଇଣ୍ଡେକ୍ସ ୮ ପଏଣ୍ଟ ବୃଦ୍ଧି ସହ ୩୪,୩୯୫ ପଏଣ୍ଟରେ ବନ୍ଦ ହୋଇଛି। ମେଟାଲ ଷ୍ଟକଗୁଡ଼ିକ ହ୍ରାସ ପାଇଛି। ଏହାବ୍ୟତୀତ ଅଟୋ, କମୋଡିଟି, ବ୍ୟାଙ୍କିଙ୍ଗ୍ ସେୟାର ମଧ୍ୟ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ଫାର୍ମା, ଏଫଏମସିଜି, ରିଅଲ୍ ଇଷ୍ଟେଟ୍, ଶକ୍ତି, ଇନ୍ଫ୍ରା, ହେଲ୍ଥକେୟାର, ତୈଳ ଓ ଗ୍ୟାସ୍ ଏବଂ କଞ୍ଜ୍ୟୁମର ଡ୍ୟୁରେବଲ୍ସ ସେକ୍ଟରର ଷ୍ଟକ୍ ଗୁଡ଼ିକରେ ବୃଦ୍ଧି ପରିଲକ୍ଷିତ ହୋଇଛି। ମିଡ୍ କ୍ୟାପ୍ ଓ ସ୍ମଲ୍ କ୍ୟାପ୍ ସୂଚକାଙ୍କ ମଧ୍ୟ ବୃଦ୍ଧି ସହ ବନ୍ଦ ହୋଇଛି। ସେନ୍ସେକ୍ସର ୩୦ଟି ସେୟାର ମଧ୍ୟରୁ ୧୦ଟିରେ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ୨୦ଟି ହ୍ରାସ ପାଇଛି। ନିଫ୍ଟିର ୫୦ଟି ସେୟାର ମଧ୍ୟରୁ ୧୮ଟିରେ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ୩୨ଟି ହ୍ରାସ ପାଇଛି।

Share Now:

Kalinga News Beuro

Next Post

ରାଜଧାନୀରେ ଟ୍ରେନିଂ ବେଳେ ଚାଲିଗଲା ହୋମଗାର୍ଡଙ୍କ ଜୀବନ

Wed Jan 3 , 2024
ଭୁବନେଶ୍ୱର: ଭୁବନେଶ୍ୱର ରିଜର୍ଭ ଅଫିସରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଟ୍ରେନିଂ ବେଳେ ଜଣେ ହୋମଗାର୍ଡଙ୍କ ଜୀବନ ଯାଇଛି। ମୃତ ହୋମଗାର୍ଡ ହେଲେ ବାସୁଦେବ ମାନସିଂ। ରିଫ୍ରେସର କୋର୍ସ ପାଇଁ ଟ୍ରେନିଂ ଦିଆଯାଉଥିବା ବେଳେ ହୋମଗାର୍ଡ ବାସୁଦେବ ମାନସିଂଙ୍କ ମୃତ୍ୟୁ ଘଟିଛି। ତାଙ୍କର ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି। ସୂଚନା ଅନୁଯାୟୀ, ବାସୁଦେବ ଏୟାରଫିଲଡ ଥାନାରେ ଡ୍ୟୁଟି କରୁଥିଲେ। ସହିଦନଗର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial