ମାଲକାନଗିରିର ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ୧ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ ୧ କିଲୋ ୨୦୦ ଗ୍ରାମ୍ ସୁନା

ମାଲକାନଗିରିର ଅଧୀକ୍ଷଣ ଯନ୍ତ୍ରୀ

ମାଲକାନଗିରି: ଓଡ଼ିଶା ଭିଜିଲାନ୍ସ ଇତିହାସରେ ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ମାଲକାନଗିରିର ଭିଜିଲାନ୍ସ ପକ୍ଷରୁ ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଆୟବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଚଢଉ କରାଯିବା ପରେ ତାଙ୍କ ଘରୁ ନଗଦ ୧ କୋଟି ୩୬ ଲକ୍ଷ ୩୫ ହଜାର ଟଙ୍କା ଓ ୧ କିଗ୍ରା ୨୦୦ ଗ୍ରାମ୍ ସୁନା ମିଲିଲାଣି। ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ଟଙ୍କା ଓ ସୁନା ଜବତ ହୋଇଛି। ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କର ବିଭିନ୍ନ ସ୍ଥାନରେ ଚଢଉ ପରେ କୋଟି କୋଟି ଟଙ୍କା ବାହାରୁଛି। ଆଜି ଚତୁର୍ଥ ଦିନରେ ବି ସରୁନି ଭିଜିଲାନ୍ସର ଖୋଳତାଡ଼। ଭୁବନେଶ୍ବର ଫ୍ଲାଟରୁ ମିଳିଲା ନଗଦ କୋଟିଏ ୧୫ ଲକ୍ଷ ଟଙ୍କା। ୬୩୦ ଗ୍ରାମ ସୁନା ବି ଜବତ କରିଛି ଭିଜିଲାନ୍ସ। ସୂଚନାଯୋଗ୍ୟ, ତୃତୀୟ ଦିନରେ ଭିଜିଲାନସ ବିଭାଗ ପକ୍ଷରୁ ବିଭିନ୍ନ ବ୍ୟାଙ୍କ ଏବଂ ଘରେ ଚଢଉ କରାଯିବା ପରେ ଏଫଡି ଏବଂ ଜୀବନ ବୀମା ବାବଦକୁ ୧ କୋଟି ୭୭ ଲକ୍ଷ ଟଙ୍କା ରହିଥିବା ଜଣାପଡିଥିଲା। ସେଥିମଧ୍ୟରୁ ଆକ୍ସିସ ବ୍ୟାଙ୍କରେ ୧୮ ଜଣଙ୍କ ନାମରେ ୭୮ ଲକ୍ଷ ଟଙ୍କାର ଏଫଡି ରହିଛି। ସେମାନଙ୍କ ମଧ୍ୟରୁ ଆଶିଷ କୁମାର ଦାସଙ୍କ ନାମରେ ୧୮ ଲକ୍ଷ ଟଙ୍କା, ପତ୍ନୀ ନାମରେ ୨୦ ଲକ୍ଷ ଟଙ୍କା, ପୁଅ ନାମରେ ୧୫ ଲକ୍ଷ ଟଙ୍କା ଏବଂ ଅନ୍ୟ ସମ୍ପର୍କୀୟ ଏବଂ ଅଜଣା ବ୍ୟକ୍ତିଙ୍କ ନାମରେ ୨୫ ଲକ୍ଷ ଟଙ୍କା ରହିଛି। ସେହିପରି ୪୪ ଲକ୍ଷ ଟଙ୍କା ଜୀବନ ବୀମା ଏବଂ ମ୍ୟାକ୍ସ ଲାଇଫ ଇନସୁରାନ୍ସରେ ରହିଛି। ୟୁଟିଆଇରେ ୨୫ ଲକ୍ଷ ଟଙ୍କା ରହିଛି।

Share Now:

Kalinga News Beuro

Next Post

ଯୁଦ୍ଧ ଅବସାନ ନେଇ ଆଶା : ଉତ୍ତର-ୟୁକ୍ରେନରେ ସାମରିକ ଅଭିଯାନ କମାଇବାକୁ ରୁଷର ଘୋଷଣା

Tue Mar 29 , 2022
ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧର ନିରାଶା ମଧ୍ୟରେ କିଛିଟା ଆଶାଜନକ ଖବର ମିଳିଛି। ଉତ୍ତର ୟୁକ୍ରେନ ବିଶେଷକରି ରାଜଧାନୀ କିବ ଓ ଚେର୍ନିହିବରେ ସାମରିକ ଅଭିଯାନକୁ ସାମୟିକଭାବେ ହ୍ରାସ କରିବାକୁ ରୁଷ ସଂକେତ ଦେଇଛି । ତୁର୍କୀରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଆଲୋଚନାରେ କିଛିଟା ଅଗ୍ରଗତି ହୋଇଥିବାରୁ ରୁଷ ଏହି ନିଷ୍ପତ୍ତି ନେଇଛି। ରୁଷର ଉପ-ପ୍ରତିରକ୍ଷାମନ୍ତ୍ରୀ ଆଲେକ୍ସାଣ୍ଡାର ଫୋମିନ କହିଛନ୍ତି ଯେ ୟୁକ୍ରେନ ନିରପେକ୍ଷ ରହିବା ଓ ଅଣ-ଆଣବିକ […]
ଯୁଦ୍ଧ ଅବସାନ ନେଇ ଆଶା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial