ସ୍ୱାମୀଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ତ୍ରୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗେଟ ବଜାର ଜଗିଲି ସାହିରେ ଗତଶୁକ୍ରବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ୱାମୀଙ୍କୁ ପଥରରେ ଛେଚି ସ୍ତ୍ରୀ ହତ୍ୟା କରଥିବା ଜଣାପଡ଼ିଛି। ମୃତ ସ୍ୱାମୀଙ୍କ ନାମ ବନମାଳି ବେହେରା (୩୫) ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବ୍ରହ୍ମପୁର ଗେଟ ବଜାର ଜଗିଲି ସାହିରେ ବନମାଳି ବହେରା ତାଙ୍କର ପତ୍ନୀ ଓ ଦୁଇ ପିଲାଙ୍କ ସହ ବସବାସ କରୁଥିଲେ। ତେବେ ବନମାଳି କିଛି ରୋଜଗାର କରନ୍ତି ନାହିଁ। ଆର୍ଥିକ ପରିସ୍ଥତିକୁ ନେଇ ଅନେକ ସମୟରେ ବନମାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଗତକାଲି ସନ୍ଧ୍ୟାରେ ବି ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ନେଇ କହଳ ହୋଇଥିଲା। ଏଥିରେ ବନମାଳିଙ୍କ ସ୍ତ୍ରୀ ରାଗି ଯାଇଥିଲେ। ଉପାୟ ନପାଇ ସ୍ତ୍ରୀ ଘରେ ପଡ଼ିଥିବା ଶିଳପୁଆକୁ ଧରି ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ସ୍ତ୍ରୀର ଶିଳପୁଆ ଆକ୍ରମଣରେ ସ୍ୱାମୀଙ୍କ ଘଟଣାସ୍ଥଳରେ ହିଁ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ହତ୍ୟା ଘଟଣାକୁ ନେଇ ପୁଲିସରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ବନମାଳିଙ୍କ ମୃତଦେହକୁ ଜବତ କରି ହତ୍ୟାକାରୀ ପତ୍ନୀଙ୍କୁ ଗିରଫ କରି ନେଇଛି।

Share Now:

Kalinga News Beuro

Leave a Reply

Next Post

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର :୧୦% ବଢିଲା ମହଙ୍ଗା ଭତ୍ତା

Sat May 16 , 2020
ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ)କୁ ୧୦ ପ୍ରତିଶତ ବୃଦ୍ଧି କରିଛନ୍ତି। ଏହା ପିଛିଲା ଭାବେ ୧ ଜୁଲାଇ ୨୦୧୯ରୁ ଲାଗୁ ହେବ। ସରକାରଙ୍କ ପକ୍ଷରୁ ପ୍ରକାଶିତ ସୂଚନା ଅନୁସାରେ ୧୦ ପ୍ରତିଶତ ବୃଦ୍ଧି ପରେ ରାଜ୍ୟର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବେସିକ ପେ ଓ ଗ୍ରେଡ ପେର ୧୫୪ ପ୍ରତିଶତରୁ ୧୬୪ ପ୍ରତିଶତକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial