ରକ୍ତଦାନ କରି ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ ଜଗନ୍ନାଥ

ରକ୍ତଦାନ କରି ପ୍ରସୂତିଙ୍କ ଜୀବନ ବଞ୍ଚାଇଲେ

ବୈପାରିଗୁଡା: ରକ୍ତହୀନତାରେ ଶିକାର ଜଣେ ମହିଳାଙ୍କୁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତ ସରପଞ୍ଚଙ୍କ ସ୍ୱାମୀ ତଥା ଯୁବ ସ୍ଵେଚ୍ଛାସେବୀ ଜଗନ୍ନାଥ ନାୟକ।ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତର ରାଙ୍ଗିଣିଗୁଡା ଗ୍ରାମର ପାର ବଡପାଡିଆ(୨୬) ପ୍ରସବର କେଇ ଘଣ୍ଟା ପରେ ରକ୍ତହୀନତାର ଶିକାର ହେବାସହ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲେ। ଘଟଣା ଅନୁଯାୟୀ ପାର ବଡପାଡିଆଙ୍କ ବାପା ଘର ଗୁପ୍ତେଶ୍ୱର ପଞ୍ଚାୟତର କାନ୍ଦିଲିବେଡା ହୋଇଥିବା ବେଳେ ସେ କୋଲାର ପଞ୍ଚାୟତ ରେଙ୍ଗାଲଗୁଡାର ଦୁର୍ଯ୍ୟ ବଡପାଡିଆଙ୍କୁ ବିବାହ କରିଥିଲେ। ପାର ଗର୍ଭବତୀ ହେବା ପରେ ଦୁଇ ମାସ ନିଜ ବାପାଙ୍କ ଘରେ ରହି ଆସୁଥିଲେ। ୧୨ ତାରିଖ ରାତିରେ ପାରଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହେବାରୁ ତାଙ୍କୁ ରାମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ପାରଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପୁତ୍ର ସନ୍ତାନଟି ଜନ୍ମ ହେବା ପରେ ତାଙ୍କ ଦେହରେ ରକ୍ତହୀନତା ଦେଖାଇଲା। ରାମଗିରି ଡାକ୍ତର ପାରଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ବୈପାରିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ବୈପାରିଗୁଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ସ୍ଵାସ୍ଥ୍ୟାବସ୍ଥା ପରୀକ୍ଷା କରିବା ପରେ ରକ୍ତର ଆବଶ୍ୟକତା ରହିଥିବା ଜଣାଇ ପାରଙ୍କୁ ତୁରନ୍ତ ଜୟପୁର ଜିଲ୍ଲା ହସପିଟାଲକୁ ନେବା ପାଇଁ ପରାମର୍ଶ ଦେଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ରକ୍ତ ପାଇ ନଥିଲେ। ଏନେଇ ପାରଙ୍କ ସ୍ୱାମୀ ଦୁର୍ଯ୍ୟ କୋଲାର ପଞ୍ଚାୟତର ସରପଞ୍ଚ ଜୟନ୍ତୀ ନାୟକଙ୍କୁ ଜଣାଇଥିଲେ। ଏହି ଖବର ସରପଞ୍ଚ ଜୟନ୍ତୀ ନାୟକଙ୍କ ନିଜ ସ୍ୱାମୀ ଜଗନ୍ନାଥ ଶୁଣିବା ପରେ ଜୟପୁର ରକ୍ତ ଭଣ୍ଡାରରେ ପହଞ୍ଚି ରକ୍ତଦାନ କରିଥିଲେ। ପରେ ଏହି ରକ୍ତ ପାରଙ୍କୁ ଦିଆଯାଇଥିଲା। ଜରୁରୀ ସମୟରେ ରକ୍ତଦାନ କରି ପାରଙ୍କ ଜୀବନ ବଞ୍ଚାଇ ଥିବାରୁ ପରିବାର ଲୋକେ ଜଗନ୍ନାଥଙ୍କୁ ସାଧୁବାଦ ଜଣାଇଥିଲେ। ସେହିପରି ଜଗନ୍ନାଥଙ୍କ ଏଭଳି ମହତ୍ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

Share Now:

Kalinga News Beuro

Next Post

ରାସ୍ତାରେ ଯାଉଥିବାବେଳେ ହଠାତ ଗାଡ଼ିରୁ ଡେଇଁପଡ଼ିଲେ ୪ ଜଣ ଯୁବତୀ

Sat Jan 14 , 2023
ଜବଲପୁର: ସ୍କୁଲରୁ ଫେରୁଥିବାବେଳେ ହଠାତ ଗାଡ଼ିରୁ ଡେଇଁପଡ଼ିଲେ ୪ ଜଣ ଯୁବତୀ। ଗାଡିର ବେଗ ଯଦିଓ ଅଧିକ ନଥିଲା, କିନ୍ତୁ ଡେଇଁପଡ଼ିବାରୁ ଦୁଇ ଜଣ ଛାତ୍ରୀ ଗୁରୁତର ଆହତ ହୋଇଥିବାବେଳେ ଆଉ ଦୁଇ ଜଣ ଆହତ ହୋଇଛନ୍ତି। ୪ ଜଣ ଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ମଧ୍ୟପ୍ରଦେଶର ଜବଲପୁରରେ ଏହି ଘଟଣା ଘଟିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜବଲପୁର ନାଗପୁର ଜାତୀୟ ରାଜପଥରେ ଏହି ଘଟଣା ଘଟିଛି। […]
ହଠାତ ଗାଡ଼ିରୁ ଡେଇଁପଡ଼ିଲେ ୪ ଜଣ ଯୁବତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial