ନଳକୂପ ସଜାଡ଼ିବାର କ୍ଷମତା ସରପଞ୍ଚଙ୍କର ନାହିଁ : ସରପଞ୍ଚ ସଂଘ

ନଳକୂପ ସଜାଡ଼ିବାର କ୍ଷମତା ସରପଞ୍ଚଙ୍କର ନାହିଁ

ଭୁବନେଶ୍ୱର: ଗତ ୧୫ ତାରିଖରେ ୧୫ ଦଫା ଦାବି ନେଇ ସରପଞ୍ଚ ମହାସଂଘ ଆନ୍ଦୋଳନ କରିଥିବାବେଳେ ଆଉ ଗତକାଲି ଠାରୁ ଲୋୟର ପିଏମଜି ରେ ନିଜର ଦାବି ନେଇ ବସିଛି ସଂଘ। ମୌଳିକ ଅଧିକାର ସମେତ ସରପଞ୍ଚମାନଙ୍କୁ ସମ୍ପୂର୍ଣ୍ଣ କ୍ଷମତା ଦାବି ନେଇ ରାଜ୍ୟର ସରପଞ୍ଚମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଆନ୍ଦୋଳନରତ ସରପଞ୍ଚଙ୍କ କହିବା କଥା ଯେ ନିୟମ ଅନୁଯାୟୀ କିଭଳି ନିଜ ପଞ୍ଚାୟତ ଅନ୍ତର୍ଗତ ଅଞ୍ଚଳଗୁଡିକର ଉନ୍ନତିମୂଳକ କାର୍ଯ୍ୟ କରାଯିବ ଏଥିପାଇଁ ସରପଞ୍ଚମାନଙ୍କଠାରୁ ଆଶା କରାଯାଏ। ଅନ୍ୟପକ୍ଷରେ ସରପଞ୍ଚ ଜଣେ ଲୋକପ୍ରତିନିଧି ହୋଇଥିବାରୁ ତାଙ୍କଠାରୁ ଲୋକମାନେ ଆଶା ମଧ୍ୟ କରନ୍ତି। କିନ୍ତୁ ଦୁଃଖର ବିଷୟ ନିଜ ପଞ୍ଚାୟତରେ ନଳକୂପ ଟିଏ ଖରାପ ହୋଇଥିଲେ ସଜାଡ଼ିବା କ୍ଷମତା ସୁଦ୍ଧା ନାହିଁ ବୋଲି ସରପଞ୍ଚମାନେ ଅଭିଯୋଗ କରିଛନ୍ତି।

Share Now:

Kalinga News Beuro

Next Post

କଚ୍ଛପ ଗତିରେ ଭୂତଳ କେବୁଲ୍‌ କାମ: ଖୋଳାଖୋଳି ଯନ୍ତ୍ରଣାରୁ ମିଳୁନି ମୁକ୍ତି

Sat Sep 23 , 2023
୨୦୨୫ ଭିତରେ କାମ ସରିବ ନାହିଁ, ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା କେବେ? ଭୁବନେଶ୍ୱର : ଭୂତଳ କେବୁଲ୍‌ରେ ବିଦ୍ୟୁତ୍‌ ସେବା ନେଇ ୨୦୧୫ରେ ଟ୍ୱିନସିଟିବାସୀଙ୍କୁ ରାଜ୍ୟ ସରକାର ସ୍ଵପ୍ନ ଦେଖାଇଥିଲେ। ଲକ୍ଷ୍ୟ ଥିଲା ୨୦୨୦ ଡିସେମ୍ବର ସୁଦ୍ଧା ଉଭୟ ସହରବାସୀଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ପହଞ୍ଚାଇବା। ଇତି ମଧ୍ୟରେ ୨୦୨୩ ସରିବାକୁ ବସିଲାଣି। ମାତ୍ର କାମ ଯେତିକି ଆଗେଇବା କଥା ତାହା ହୋଇପାରି ନାହିଁ। କେଉଁଠି ଅଧାରେ ଅଟକି […]
କଚ୍ଛପ ଗତିରେ ଭୂତଳ କେବୁଲ୍‌ କାମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial