ଉତ୍ତରପ୍ରଦେଶ ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ବହୁତ ଭଲ: ବିଜେଡି

ଉତ୍ତରପ୍ରଦେଶ ଓ ଗୁଜୁରାଟଠୁ ଓଡ଼ିଶାର ସ୍ଥିତି ବହୁତ ଭଲ

ଭୁବନେଶ୍ୱର : ବିଜେଡି ମୁକ୍ତ ଓଡ଼ିଶା ଗଠନ ନେଇ ବିଜେପିର ଆହ୍ୱାନ ଉପରେ ପ୍ରତିକ୍ରିୟା ରଖିଛି ଶାସକ ଦଳ। ଦଳର ଉପ ସଭାନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ଭାରତବର୍ଷରେ ଲୋକେ ଦରଦାମ ବୃଦ୍ଧିକୁ ନେଇ ତ୍ରାହି ତ୍ରାହି ଡାକିଲେଣି। ତେଣୁ ସମଗ୍ର ଭାରତର ଲୋକେ ଚିନ୍ତା କଲେଣି କେମିତି ବିଜେପି ମୁକ୍ତ ଭାରତ ଗଠନ କରିବେ। କର୍ଣ୍ଣାଟକ ପ୍ରଭାବ ଦେଶର ଅନ୍ୟ ରାଜ୍ୟରେ ବି ଆଗକୁ ପଡ଼ିପାରେ। ସେ କେଉଁ ମୁକ୍ତ କରିବା କଥା କହୁଛନ୍ତି। ସାଧାରଣ ଲୋକଙ୍କ ପାଖକୁ ଯାଆନ୍ତୁ ଜବାବ ପାଇଯିବେ। ୯ ବର୍ଷ ମଧ୍ୟରେ କୌଣସି ବି ଭଲ କାମ କରି ନାହାନ୍ତି, କେବଳ ମିଛ କଥା କହିଛନ୍ତି । କୁଆଡେ ଗଲା କଳା ଆଣି ଲୋକଙ୍କ ଖାତାରେ ଦେବା କଥା, କୁଆଡେ ଗଲା ଦରଦାମ ନିୟନ୍ତ୍ରଣ। କେଉଁ ଆଚ୍ଛା ଦିନ ଆସିଲା। କେବଳ ପୁଞ୍ଜିପତିମାନଙ୍କର ଆଚ୍ଛା ଦିନ ଆଣିଲେ। ଆଗକୁ ଦେଶ ବିଜେପି ମୁକ୍ତ ହେବ। ସେ ଆହୁରି କହିଛନ୍ତି, ଓଡ଼ିଶାର ଆଇନଶୃଙ୍ଖଳା କଥା କହିବା ପୂର୍ବରୁ ସେମାନେ ଗୁଜରାଟ, ୟୁପି ଆଉ ଦିଲ୍ଲୀ କଥା ଦେଖନ୍ତୁ। ଦିଲ୍ଲୀ, ୟୁପି ଓ ଗୁଜୁରାଟଠୁ ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ବହୁତ ଭଲ ଅଛି।

Share Now:

Kalinga News Beuro

Next Post

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟରେ ଭୀଷଣ କାଳବୈଶାଖୀ ସମ୍ଭାବନା

Sat May 20 , 2023
ଭୁବନେଶ୍ୱର: ସମୁଦ୍ର ପତନଠାରୁ ୦.୯ କିଲୋମିଟର ଉଚ୍ଚତାରେ ଛତିଶଗଡ଼ ଉପର ଦେଇ ପଶ୍ଚିମ ବିହାରରୁ ଉତ୍ତର ତେଲେଙ୍ଗାନା ପର୍ଯ୍ୟନ୍ତ ଏକ ଲଘୁଚାପ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୨୧ ତାରିଖ ରବିବାର ମଧ୍ୟାହ୍ନ ସୁଦ୍ଧା ଉତ୍ତର, ଦକ୍ଷିଣ, ଆଭ୍ୟନ୍ତର, ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ଘଣ୍ଟା ପ୍ରତି ୩୦-୪୦ରୁ ଆରମ୍ଭ ହୋଇ ୪୦ ରୁ ୫୦ କିଲୋମିଟର […]
୨୪ ଜିଲ୍ଲାରେ ଭୀଷଣ କାଳବୈଶାଖୀ ସମ୍ଭାବନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial