ଦେବୀ ମୁହାଣକୁ ମାଛ ଧରିବାକୁ ଯାଇ ଶବ ହୋଇ ଘରକୁ ଫେରିଲେ ଧୀବର

ମାଛ ଧରିବାକୁ ଯାଇ, ଶବ ହୋଇ ଘରକୁ ଫେରିଲେ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ମୁହାଣକୁ ମାଛ ଧରିବାକୁ ଯାଇଥିବା ନୂଆକାଳିଆକଣର ଜଣେ ଧୀବର ଡଙ୍ଗାରୁ ଖସିପଡ଼ି ଗୁରୁତର ହୋଇ ମେଡିକାଲ ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ନାମ ପୀତବାସ ବେହେରା (୫୮) ଓ ସେ ନଗର ପଞ୍ଚାୟତ ନୂଆକାଳିଆକଣର ବାସିନ୍ଦା।
ସୂଚନାଯୋଗ୍ୟ, ଗତକାଲି ଅପରାହ୍ନରେ ନୂଆକାଳିଆକଣରୁ ୫ ଜଣ ଧୀବର ମାଛ ଧରିବାକୁ ଦେବୀନଦୀର ମୁହାଣ ନିକଟକୁ ଯାଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ସମୟରେ ପୀତବାସ ବେହେରା ନାମକ ଜଣେ ଧୀବର ଡଙ୍ଗାରୁ ଖସି ପଡ଼ିବାରୁ କିଛି ସମୟ ନିଖୋଜ ହୋଇଯାଇଥିଲେ। ସାଥୀରେ ଯାଇଥିବା ଅନ୍ୟମାନେ ଖୋଜାଖୋଜି କରିବାରୁ କିଛି ସମୟ ପରେ ପୀତବାସଙ୍କୁ ପାଇଥିଲେ। କିନ୍ତୁ ସେତେବେଳକୁ ସେ ଚେତାଶୁନ୍ୟ ହୋଇଯାଇଥିଲେ। ସେଠାରୁ ତାଙ୍କୁ ନଦୀକୂଳକୁ ଆଣିବାକୁ ଅଧ ଘଣ୍ଟା ଲାଗିଥିଲା। ପରେ ପରେ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ। ହେଲେ ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ଚାରିଛକ ମେଡିକାଲକୁ ରେଫର କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ସମ୍ଭବ ନହେବାରେ ପୁନଶ୍ଚ ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ରେଫର କରାଯାଇଥିଲା। କିନ୍ତୁ ପରୀକ୍ଷାନିରୀକ୍ଷା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସବୁଠାରୁ ବଡ଼ କଥା ହେଲା ଡଙ୍ଗାରୁ ଗଳିପଡ଼ି ଗୁରୁତର ଆହତ ବ୍ୟକ୍ତିକୁ ମେଡିକାଲ ନେବାରେ ଅହେତୁକ ବିଳମ୍ବ ଓ ଅସ୍ତରଙ୍ଗରେ ସୁବିଧା ନଥିବାରୁ ଜଣେ ୩ ମେଡିକାଲ ବୁଲିବା ଓ ଶେଷରେ ମୃତ୍ୟୁ ହୋଇଥିବା କୁହାଯାଇଛି।

Share Now:

Kalinga News Beuro

Next Post

ଗନ୍ଧେଇଲାଣି ସହର : ସୈନିକ ସ୍କୁଲ କ୍ୟାମ୍ପସରେ ଦୁର୍ଗନ୍ଧ କର୍ଫ୍ୟୁ, ରୋଗ ବାଂଟୁଛି ଟିଟିଏସ୍‌

Tue Oct 31 , 2023
ଛାତ୍ରଛାତ୍ରୀ ଅସୁସ୍ଥ, ସ୍କୁଲର ୭ ଏକର ଜମି ନେଇଗଲେ ଚନ୍ଦ୍ରଶେଖରପୁର: ବିଏମ୍‌ସି ଅଳିଆ ଗଦାର ଦୁର୍ଗନ୍ଧରେ ଅତିଷ୍ଟ ହେଲେଣି ସୈନିକ ସ୍କୁଲ ଛାତ୍ରଛାତ୍ରୀ। କ୍ଲାସରେ ବସିପାରୁ ନାହାନ୍ତି କି ହଷ୍ଟେଲରେ ରହିପାରୁ ନାହାନ୍ତି। ନିୟମିତ ଭାବେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। କାହାର ଦେହ କୁଣ୍ଡେଇ ହୋଇ ଫଳିଯାଉଛି ତ କାହାର ବାନ୍ତି ହେଉଛି। ଏହି କ୍ୟାମ୍ପସରେ ପିଲାଏ ପାଠପଢ଼ିବେ କ’ଣ, ଏବେ ସେମାନଙ୍କୁ ରୋଗ ଆତଙ୍କ […]
ସୈନିକ ସ୍କୁଲ କ୍ୟାମ୍ପସରେ ଦୁର୍ଗନ୍ଧ କର୍ଫ୍ୟୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial