ମୁଖ୍ୟଯନ୍ତ୍ରୀଙ୍କ ଅପାରଗତାରୁ ନିଲାମ ହେଲା ସରକାରଙ୍କ ସମ୍ପତ୍ତି

ସରକାରଙ୍କ ସମ୍ପତ୍ତି ନିଲାମ

ଭୁବନେଶ୍ୱର: ରାଜ୍ୟ ସରକାର ଠିକାଦାରଙ୍କ ୧୮ ଲକ୍ଷ ଟଙ୍କା ନ ଦେବାରୁ ସରକାରଙ୍କ ସମ୍ପତ୍ତି ନିଲାମ ହୋଇଛି। ନିର୍ମାଣ ସୌଧରେ ଥିବା କୋଠାବାଡ଼ି ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ ଚାଲିଛି। ନିଲାମ ପାଇଁ ପୂର୍ବାହ୍ନରେ ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ କୋର୍ଟ କର୍ମଚାରୀ। ଏବେ ଭୁବନେଶ୍ୱର ସିନିୟର ଡିଭିଜନ ସବ ଜଜଙ୍କ ନିର୍ଦ୍ଦେଶକ୍ରମେ ଏହି ନିଲାମ ପ୍ରକ୍ରିୟା ଚାଲିଛି। ଅଫିସରେ ଥିବା ଏସି, କଂପ୍ୟୁଟର ଓ ପ୍ରିଣ୍ଟର ଆଦି ନିଲାମ ଲାଗି ନିଆଯାଇଛି।
ସୂଚନା ଅନୁଯାୟୀ, କନଷ୍ଟ୍ରକସନ ଇଣ୍ଡିଆର ଠିକାଦାର ଦିନେଶ ପାଠକଙ୍କ ସରକାରଙ୍କଠାରୁ ୧୮ଲକ୍ଷ ଟଙ୍କା ପାଇବାର ଅଛି। କିନ୍ତୁ ନିର୍ଦ୍ଧାରିତ ସମୟରେ ଟଙ୍କା ନପାଇବାରୁ ସେ ପୁଣି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଉ ସେହି ମାମଲାର ଶୁଣାଣି କରି ସମ୍ପତ୍ତି ନିଲାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପୂର୍ବରୁ ଏହି ମାମଲାରେ ସମୟ ନେଇଥିଲେ ମୁଖ୍ୟଯନ୍ତ୍ରୀ। ହେଲେ, ନିର୍ଦ୍ଧାରିତ ସମୟ ମଧ୍ୟରେ ଟଙ୍କା ପୈଠ କରିନଥିଲେ କୋଠାବାଡ଼ି ବିଭାଗର ମୁଖ୍ୟଯନ୍ତ୍ରୀ।

Share Now:

Kalinga News Beuro

Next Post

ବିଶ୍ବକପ୍‌ ଫାଇନାଲ୍‌ ଲାଗି ସ୍ବତନ୍ତ୍ର ରେଳ ଘୋଷଣା କଲା ଭାରତୀୟ ରେଳବାଇ

Sat Nov 18 , 2023
ନୂଆଦିଲ୍ଲୀ: ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ଖେଳ ଦେଖି ଯିବା ପାଇଁ ଯାତ୍ରୀସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳବାଇ ସ୍ବତନ୍ତ୍ର ରେଳ ସେବା ଯୋଗାଇ ଦେବ ବୋଲି ଘୋଷଣା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି। ସୂଚନାଯୋଗ୍ୟ, ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। […]
ବିଶ୍ବକପ୍‌ ଫାଇନାଲ୍‌ ଲାଗି ସ୍ବତନ୍ତ୍ର ରେଳ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial