ସରକାରୀ ସୁବିଧାର ଅପହଞ୍ଚ ଇଲାକା ସ୍ବାଭିମାନ ଅଞ୍ଚଳ

ସ୍ବାଭିମାନ ଅଂଚଳ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏଭଳି ବହୁ ଦୁର୍ଗମ ଗ୍ରାମ ରହିଛି ଯେଉଁଠି ଆଜି ବି ସରକାରୀ ସୁବିଧା ପହଞ୍ଚିପାରି ନାହିଁ। ଲୋକେ ଭଗବାନଙ୍କ ଭରସାରେ ପ଼ଡି ରହିଛନ୍ତି। ସେହିଭଳି ଏକ ଗ୍ରାମ ହେଉଛି ସ୍ବାଭିମାନ ଅଞ୍ଚଳର କୁରମାନୁର ପଞ୍ଚାୟତର ଏଲକାନୁର। ଏହି ଗ୍ରାମରେ କୋଣ୍ଡାରେଡୀ ସଂପ୍ରଦାୟର ଲୋକେ ରୁହନ୍ତି। ପ୍ରାୟ ୧୫ରୁ ୨୦ ପରିବାର ଏହି ଗ୍ରାମରେ ବସବାସ କରୁଛନ୍ତି। ଏହି ଗ୍ରାମକୁ ଆଜି ବି ପକ୍କା ରାସ୍ତାଟି ତିଆରି ହୋଇପାରିଲା ନାହିଁ। ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ହଇରାଣ ହେଉଥିବା କହିଛନ୍ତି। ସରକାରୀ ସୁବିଧା ଏଠାରେ ସାତ ସପନ। ଏହି ଅଂଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ପ୍ରାୟତଃ ସରକାରୀ ବାବୁଙ୍କ ପାଦ ପଡିନଥାଏ। ଗ୍ରାମରେ ଆଜି ପର୍ଯ୍ୟନ୍ତ ପିଇବା ପାଣିର କୌଣସି ସୁବିଧା ନାହିଁ। ଲୋକେ ଚୁଆ ଏବଂ ଝରଣା ପାଣି ଉପରେ ହିଁ ନିର୍ଭର କରିଥାନ୍ତି। ସ୍ବାସ୍ଥ୍ୟ ସେବା ଏଠାରେ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହାର ଫାଇଦା ଉଠାଉଛନ୍ତି କ୍ବାକମାନେ।ଏହି ଅଞ୍ଚଳକୁ ଆନ୍ଧ୍ର ଏବଂ ଓଡିଶାର କ୍ବାକମାନେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଲୁଟୁଥିବା ଅଭିଯୋଗ ହୁଏ। ତେବେ ଲୋକେ ମେଡିକାଲ ସୁବିଧା ପାଇପାରୁନଥିବାରୁ ବାଧ୍ୟ ହୋଇ ଏମାନଙ୍କ ଉପରେ ହିଁ ନିର୍ଭର କରିଥାନ୍ତି। ଗ୍ରାମରେ ବିତ୍ୟୁତ ସଂଯୋଗ କରାଯାଇଛି ସତ କିନ୍ତୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ଲୋକେ ପାଇ ପାରିନହାନ୍ତି। ସ୍ବାଧୀନତାର ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ଲୋକେ ବିଦ୍ୟୁତ ସେବା ପାଇ ପାରିନାହାନ୍ତି। ଆଜି ବି ଲୋକେ ଡିବିରି ଆଲୁଅରେ ରାତି କାଟୁଛନ୍ତି। ଏନେଇ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି।ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସରକାରୀ ସୁବିଧା ମିଳୁନଥିବାରୁ ଲୋକେ ବାଧ୍ୟ ହୋଇ ନିଜର ଭାଗ୍ୟକୁ ଆଦରି ପଡି ରହିଛନ୍ତି। ଦୁର୍ଗମ ଅଞ୍ଚଳରେ ଏହି ଏଲକାନୁର ଗ୍ରାମ ରହିଯାଇଥିବାରୁ ସରକାରୀ ଯୋଜନା ଏଠାରେ ପହଞ୍ଚିବା ମୁସକିଲ ହୋଇପଡୁଥିବା କୁହାଯାଇଛି। ପୁଣି କୋଣ୍ଡାରେଡୀକୁ ଓଡିଶାରେ ଆଦିବାସୀ ମାନ୍ୟତା ମିଳିନଥିବା ବେଳେ ଏମାନଙ୍କୁ ଆଦିବାସୀ ମାନ୍ୟତା ଦେବା ନେଇ ଦାବି ଦୀର୍ଘ ବର୍ଷ ହେଲା ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନଥିବା କୁହାଯାଇଛି। ଏହି ଅଞ୍ଚଳକୁ ନକ୍ସଲ ନିଜ କବଜାରେ ରଖିଥିବା ବେଳେ ଏବେ ଧିରେ ଧିରେ ପ୍ରଶାସନ ସେହି ଅଞ୍ଚଳକୁ ପହଞ୍ଚୁଥିବାରୁ ହୁଏତ ଆଗକୁ ସମସ୍ତ ସରକାରୀ ସୁବିଧା ପହଞ୍ଚିପାରିବ ବୋଲି କୁହାଯାଇଛି। ତେବେ ଏଲକାନୁରବାସୀଙ୍କ ଦୁଃଖ ଦୁର୍ଦ୍ଦଶା କେବେ ଦୁର ହେବ ଦେଖିବାକୁ ବାକି ରହିଲା।

Share Now:

Kalinga News Beuro

Next Post

ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି ଅର୍ପଣ

Sat Oct 2 , 2021
ନୂଆଦିଲ୍ଲୀ: ଆଜି ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ଜନ୍ମ-ଜୟନ୍ତୀ ଉପଲକ୍ଷେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ପୂଜ୍ୟ ବାପୁଙ୍କ ଜୀବନ ଓ ଆଦର୍ଶ ଦେଶର ସମସ୍ତ ପିଢ଼ିଙ୍କୁ କର୍ତ୍ତବ୍ୟ ପଥରେ ଅଗ୍ରସର ହେବାକୁ ପ୍ରେରଣା […]
ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial