ଏମ୍‌ସ କାଜୁଆଲ୍‌ଟିର କାନ୍ଥ ଓ ଚଟାଣରେ ଫାଟ, ୨୫ ଜଣ ରୋଗୀଙ୍କୁ ସ୍ଥାନାନ୍ତର

ଭୁବନେଶ୍ୱର: ରୋଗୀଙ୍କ ଜୀବନ ସହିତ ଖେଳ। ଭୁବନେଶ୍ୱର ଏମ୍‌ସର କାଜୁଆଲ୍‌ଟି ଟ୍ରମା କେୟାର ୟୁନିଟ୍ କାନ୍ଥ ଓ ଚଟାଣରେ କେତେକ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରୁ ରୋଗୀଙ୍କୁ ଅନ୍ୟ ୱାର୍ଡ଼କୁ ସ୍ଥାନାନ୍ତରିତ କରାଯାଇଛି। ମାଟି ଦବିବା ଯୋଗୁ ଏପରି ସ୍ଥିତି ଉପୁଜିଛି, ମାସେ ଭିତରେ ମରାମତି କରାଯିବ ବୋଲି ଏମ୍‌ସ ନିର୍ଦ୍ଦେଶିକା ବି. ଗୀତାଞ୍ଜଳି କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାପାଳ ମଧ୍ୟ ଏମ୍‌ସ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ବି.ଗୀତାଞ୍ଜଳି କହିଛନ୍ତି-“ସପ୍ତାହେ ତଳେ ଟ୍ରମା କେୟାର ୟୁନିଟ୍‌ର କାନ୍ଥ ଓ ଚଟାଣରେ କିଛି ଫାଟ ଦେଖିବାକୁ ମିଳିଥିଲା। ସେଥିପାଇଁ ସେଠାରେ ଥିବା ୨୫ ଜଣ ରୋଗୀଙ୍କୁ ଅନ୍ୟ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି। ଯେଉଁ ରୋଗୀଙ୍କୁ ସ୍ଥାନାନ୍ତର କରାଯାଇଛି, ସେମାନେ କେହି ଗୁରୁତର ନଥିଲେ।”

ସେ କହିଛନ୍ତି- “ୱାର୍ଡ଼ କାନ୍ଥରେ କାହିଁକି ଫାଟ ସୃଷ୍ଟି ହେଲା? ସେଥିପାଇଁ CPWDକୁ ରିପୋର୍ଟ ମଗାଯାଇଥିଲା। ମାଟି ଦବିବାରୁ କାନ୍ଥ ଓ ଚଟାଣରେ ଫାଟ ସୃଷ୍ଟି ହୋଇଛି। ତେଣୁ ମାଟି ଉପରେ ଏକ ବିମ୍‌ ପକାଇ ମରାମତି କରାଯିବ। ଏଥିପାଇଁ ମାସେ ସମୟ ଦରକାର ବୋଲି CPWD ରିପୋର୍ଟରେ ଦର୍ଶାଇଥିଲା। ମରାମତି ସମୟରେ ବାଲି, ଧୂଳି ଓ ସିମେଣ୍ଟ ଉଡ଼ିଲେ ସମସ୍ୟା ଉପୁଜିବାର ଆଶଙ୍କା ଥିବାରୁ ରୋଗୀଙ୍କୁ ଅନ୍ୟ ୱାର୍ଡ଼କୁ ସ୍ଥାନାନ୍ତର କରାଯାଇଛି।”

ସେ ଆହୁରି କହିଛନ୍ତି- “ଏହି ମରାମତି କାମର ତଦାରଖ କରୁଛନ୍ତି ଏମ୍‌ସ ଇଞ୍ଜିନିୟରିଂ ଟିମ୍‌। ତଥାପି ଆମେ ଭୁବନେଶ୍ୱର ଆଇଆଇଟିର ସହାୟତା ଲୋଡ଼ିଛୁ।”

Share Now:

Kalinga News Beuro

Leave a Reply

Next Post

ଶିଳାନ୍ୟାସର ବର୍ଷକ ପରେ କାମ ଆରମ୍ଭ:ବିଏମ୍‌ସି ମୁଖ୍ୟ କାର୍ଯ୍ୟାଳୟ ପାଇଁ ଉଚ୍ଛେଦ

Thu Aug 9 , 2018
ଭୁବନେଶ୍ୱର: ସତ୍ୟ ନଗର ମଶାଣି ସମ୍ମୁଖରେ ୟୁନିଟ-୯ରେ ବିଏମ୍‌ସିର ମୁଖ୍ୟ କାର୍ଯ୍ୟାଳୟ ଏବଂ ସ୍ମାର୍ଟ ସିଟିର ଇଣ୍ଟେଲିଜେଣ୍ଟ ସିଟି ଅପରେସନ୍ସ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର୍‌ ପାଇଁ ଅଗଷ୍ଟ ୩୧, ୨୦୧୭ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ଏହାର ପ୍ରାୟ ବର୍ଷକ ପରେ କର୍ତ୍ତୃପକ୍ଷ କାମ ଆରମ୍ଭ କରିଛନ୍ତି। ଆଜିଠାରୁ ସରକାରୀ କ୍ୱାର୍ଟର୍ସ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଦୁଇ ମାସ ମଧ୍ୟରେ ସମସ୍ତ କ୍ୱାର୍ଟର୍ସ ଉଚ୍ଛେଦ କରିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial