ସରିଲା ଶାରଦୀୟ ଦୁର୍ଗାପୂଜା : ଦଶ’ରାରେ ରାବଣ ‌ପୋଡ଼ିର ଆୟୋଜନ, ଅକ୍ଟୋବର ୨୫ରେ ଭସାଣ

ସରିଲା ଶାରଦୀୟ ଦୁର୍ଗାପୂଜା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ମଙ୍ଗଳବରା ରାତିରେ ସଂପନ୍ନ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଭୁବନେଶ୍ୱର, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ର ସୋହେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଛି। ଦଶହରା ଅବସରରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କୁ ଦିନସାରା ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ଦର୍ଶକମାନେ ରାବଣ ପୋଡ଼ିର ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି। ବାଣ ଓ ଆତାସବାଜୀର ଶବ୍ଦକୁ ଆଖି ଆଗରେ ଦେଖି ଖୁସି ଅନୁଭବ କରିଛନ୍ତି। ମା’ଙ୍କ ଶାରଦୀୟ ପୂଜା ଶେଷ ହୋଇଥିବା ବେଳେ ଆସନ୍ତାକାଲି (ଅକ୍ଟୋବର ୨୫) ଭସାଣି ହେବ। ବିଭିନ୍ନ ସ୍ଥାନରେ ପୂଜା ଆୟୋଜକ ଓ ପ୍ରଶାସନର ସୁବିଧା ଅନୁସାରେ ମା’ଙ୍କର ଭସାଣ ହେବ।
ଦଶହାରା ଅବସରରେ ରାଜଧାନୀ ଭୁବନେଶ୍ୱରରେ ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋରେ ଆଜି ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି। ରାବଣପୋଡ଼ି ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ୍ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିଥିଲେ। ରାବଣ ପୋଡ଼ି ସ୍ଥଳିରେ ହଜାର ହଜାର ଲୋକଙ୍କ ସମାଗମକୁ ଆଖିରେ ରଖି ଦୂରରେ ବ୍ୟାରିକେଡ କରାଯାଇଥିଲା। ବରମୁଣ୍ଡା ପୂଜା କମିଟି ପକ୍ଷରୁ ୧୦୦ଜଣ ଭଲ୍ୟୁଣ୍ଟର ନିୟୋଜିତ କରାଯାଇଥିଲା। ଏଠାରେ ରାବଣପୋଡ଼ି ପାଇଁ ପ୍ରାୟ ଲକ୍ଷେ ଟଙ୍କାର ବାଣ ବ୍ୟବହାର କରାଯାଇଥିଲା।

Share Now:

Kalinga News Beuro

Next Post

ଆଇସିସି ବିଶ୍ୱକପ : ମାକ୍ସଓ୍ବେଲଙ୍କ ୪୦ ବଲରେ ଶତକ

Wed Oct 25 , 2023
ନେଦରଲାଣ୍ଡକୁ ୪୦୦ ରନ ଟାର୍ଗେଟ୍ ଦେଲା ଅଷ୍ଟ୍ରେଲିଆ ନୂଆଦିଲ୍ଲୀ: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ନେଦରଲାଣ୍ଡ ଆଗରେ ୪୦୦ ରନର ବିଜୟ ଲକ୍ଷ୍ୟ ରଖିଛି ଅଷ୍ଟ୍ରେଲିଆ। ଏହି ମ୍ୟାଚରେ ଗ୍ଲେନ ମାକ୍ସଓ୍ବେଲଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା। ସେ ମାତ୍ର ୪୦ଟି ବଲ ଖେଳି ଶତକ ହାସଲ କରି ନେଦରଲାଣ୍ଡ ବୋଲରଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଥିଲେ। ନିଜର ଏହି ୧୦୬ ରନ ଇନିଂସରେ […]
ମାକ୍ସଓ୍ବେଲଙ୍କ ୪୦ ବଲ୍ ଶତକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial