କଳା ବଜାରି ବିରୋଧରେ କଠୋର ଆଇନ କାର୍ଯ୍ୟକାରୀ କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଦ୍ରବ୍ୟକୁ ସଂଚୟ କରି ରଖିବା ସହ ଏହାର କଳା ବଜାରିରେ ଲିପ୍ତ ଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଏକ କଠୋର ଆଇନ ପ୍ରଣୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକଡାଉନର ସୁବିଧା ନେଇ କିଛି ଲୋକ ଅତ୍ୟାବଶ୍ୟକ ଜିନିଷକୁ ମହଜୁଦ ରଖି କଳା ବଜାରି କରୁଥିବାରୁ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଜିନିଷକୁ ମହଜୁଦ ରଖି କଳା ବଜାରି କରୁଥିବାରୁ ବଜାରରେ ଅତ୍ୟାବଶ୍ୟକ ଦ୍ରବ୍ୟର ଅଭାବ ଦେଖାଦେଉଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କ ସହ ଯୋଗାଯୋଗ କରି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି ଯେ, ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ଗୃହ ମନ୍ତ୍ରାଳୟ ଉତ୍ପାଦନ, ପରିବହନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଯୋଗାଣ ଶୃଙ୍ଖଳା କାର୍ଯ୍ୟକୁ ଅନୁମତି ଦେଇଛି। ୨୧ଦିନର ଲକଡାଉନରେ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଚିକିତ୍ସା ଉପକରଣ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ଅନୁମତି ଦିଆଯାଇଛି। ତଥାପି ବିଭିନ୍ନ କାରଣରୁ ଉତ୍ପାଦନ ହ୍ରାସ ହେବାର ଖବର ମିଳୁଛି। ପରିସ୍ଥିତିକୁ ଦେଖି ଶ୍ରୀ ଭାଲା ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜରୁରୀ ଦ୍ରବ୍ୟର ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଏହି ପଦକ୍ଷେପଗୁଡ଼ିକରେ ଷ୍ଟକ୍ ସୀମା ନିର୍ଦ୍ଧାରଣ, ମୂଲ୍ୟର କ୍ୟାପିଂ, ଉତ୍ପାଦନ ବୃଦ୍ଧି, ଡିଲରଙ୍କ ଆକାଉଣ୍ଟ ଯାଞ୍ଚ ଏବଂ ଅନ୍ୟାନ୍ୟ କାର୍ଯ୍ୟ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି। ଏହା ସହ ଏଭଳି କଳା ବଜାରି କରୁଥିବା ଲୋକ ଇସି ଅଧିନିୟମ ଅନୁଯାୟୀ ଜଣେ ଅପରାଧି, ଯାହାକୁ ଏହି ଅଧିନିୟମ ଅନୁଯାୟୀ ୭ବର୍ଷ ଜେଲ କିମ୍ବା ଭାରି ଜରିମାନା ଦେବାକୁ ପଡିପାରେ ବୋଲି ସେ କହିଛନ୍ତି। ଗୃହ ସଚିବ କହିଛନ୍ତି ଯେ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଜନ ବଣ୍ଟନ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଜୁନ୍ ୩୦, ୨୦୨୦ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ଆବଶ୍ୟକତା କିମ୍ବା ପୂର୍ବ ସମନ୍ୱୟକୁ ଆରାମ ଦେଇ ଇସି ଆକ୍ଟ, ୧୯୫୫ଅନୁଯାୟୀ ନିର୍ଦ୍ଦେଶ ଦେବା ପାଇଁ ଅନୁମତି ଦେଉଛି। ମୁଁ ଆପଣଙ୍କୁ ଅନୁରୋଧ କରିବି ଯେ, ବ୍ୟକ୍ତିଗତ ଭାବରେ ଏହି ଦ୍ରବ୍ୟର ଉପଲବ୍ଧତାକୁ ସର୍ବସାଧାରଣଙ୍କ ପାଇଁ ଉଚିତ ମୂଲ୍ୟରେ ଉପଲବ୍ଧ କରାଇବା ପାଇଁ ଜରୁରୀ ପଦକ୍ଷେପ ଗ୍ରହଣ କରନ୍ତୁ।

Share Now:

Kalinga News Beuro

Leave a Reply

Next Post

ଲକଡାଉନ ଅବଧି ବଢାଇବା ସଂପର୍କରେ ମୋଦୀଙ୍କ ସଂକେତ

Wed Apr 8 , 2020
ନୂଆଦିଲ୍ଲୀ : ଦେଶରେ ଗତ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ସମାପ୍ତ ହେଉଥିବାରୁ ଏହାକୁ ବୃଦ୍ଧି କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକେତ ଦେଇଛନ୍ତି। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସେ ଏହି ସଂକେତ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ନେତାମାନଙ୍କ ସହ ଆଲୋଚନା କରିବାବେଳେ ସେ କହିଛନ୍ତି ଯେ ଗୋଟିଏ ଥରରେ ଲକଡାଉନ ଉଠାଇବା ସମ୍ଭବ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial