ଲକଡାଉନ ଅବଧି ବଢାଇବା ସଂପର୍କରେ ମୋଦୀଙ୍କ ସଂକେତ

ନୂଆଦିଲ୍ଲୀ : ଦେଶରେ ଗତ ମାର୍ଚ୍ଚ ୨୪ରୁ ଆରମ୍ଭ ହୋଇଥିବା ଲକଡାଉନ ଆସନ୍ତା ୧୪ ତାରିଖରେ ସମାପ୍ତ ହେଉଥିବାରୁ ଏହାକୁ ବୃଦ୍ଧି କରାଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂକେତ ଦେଇଛନ୍ତି। ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ସେ ଏହି ସଂକେତ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଭିନ୍ନ ରାଜନୈତିକ ଦଳର ସଂସଦୀୟ ନେତାମାନଙ୍କ ସହ ଆଲୋଚନା କରିବାବେଳେ ସେ କହିଛନ୍ତି ଯେ ଗୋଟିଏ ଥରରେ ଲକଡାଉନ ଉଠାଇବା ସମ୍ଭବ ନୁହେଁ। ତେବେ ଏ ସମ୍ପର୍କରେ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜଣାଯାଇଛି। ଏଥିନେଇ ଆସନ୍ତା ୧୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦୀ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓକନଫରେନ୍ସିଂ କରିବେ ବୋଲି ଜଣାପଡ଼ିଛି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓକନଫରେନ୍ସିଂ ସମୟରେ ଲକଡାଉନ ଶେଷ କରିବା ପାଇଁ ଏକ ମିଳିତ ଯୋଜନା ଉପରେ ଗୁରୁତ୍ୱ ଦେଇଥିଲେ। ତେବେ କରୋନା ସଂକ୍ରମଣ ବଢିଚାଲିଥିବା ଦୃଷ୍ଟିରୁ କଟକଣାକୁ ଆହୁରି ବଢାଇବାକୁ କେତେକ ରାଜ୍ୟ ଦାବି କରିଥିଲେ। ବିଭିନ୍ନ ବିଷେଷଜ୍ଞମାନେ ମଧ୍ୟ ଲକଡାଉନ ଅବଧିକୁ ବଢାଇବାକୁ ସୁପାରିଶ କରିଛନ୍ତି। ଗତ ମାର୍ଚ୍ଚ ୨୪ରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ ୨୧ ଦିନିଆ ଲକଡାଉନ ଘୋଷଣା କରିଥିଲେ।

Share Now:

Kalinga News Beuro

Leave a Reply

Next Post

କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ସତ୍ୟନଗରକୁ ‘କଣ୍ଟେନମେଣ୍ଟ୍ ଜୋନ୍’ ଘୋଷଣା କଲା ବିଏମସି

Wed Apr 8 , 2020
ଭୁବନେଶ୍ୱର: ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। ଆଉ ଏହା ପରେ ରାଜଧାନୀର ସତ୍ୟନଗର ଅଞ୍ଚଳକୁ ଏକପ୍ରକାର ସିଲ୍ କରାଯାଇଛି। ମୁଖ୍ୟରାସ୍ତା ସହିତ ସଂଯୁକ୍ତ କରୁଥିବା ରାସ୍ତାଗୁଡ଼ିକୁ ବାରିକେଡ୍ କରାଯାଇ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି। ବିଏମସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛିି କି ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial