କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭୁବନେଶ୍ୱରର ସତ୍ୟନଗରକୁ ‘କଣ୍ଟେନମେଣ୍ଟ୍ ଜୋନ୍’ ଘୋଷଣା କଲା ବିଏମସି

ଭୁବନେଶ୍ୱର: ସତ୍ୟନଗରକୁ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ। ଆଉ ଏହା ପରେ ରାଜଧାନୀର ସତ୍ୟନଗର ଅଞ୍ଚଳକୁ ଏକପ୍ରକାର ସିଲ୍ କରାଯାଇଛି। ମୁଖ୍ୟରାସ୍ତା ସହିତ ସଂଯୁକ୍ତ କରୁଥିବା ରାସ୍ତାଗୁଡ଼ିକୁ ବାରିକେଡ୍ କରାଯାଇ ବନ୍ଦ କରାଯାଇଛି। କରୋନା ସଂକ୍ରମଣ ରୋକିବା ଲାଗି ବିଏମସି ଏଭଳି ପଦକ୍ଷେପ ନେଇଛି। ବିଏମସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛିି କି ସତ୍ୟ ନଗର ଅଞ୍ଚଳରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ଏହି ଆକ୍ରାନ୍ତ ନିକଟରେ ଦେଶ ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯାଇଥିବାର ସୂଚନା ନ ଥିବାରୁ ବିଏମସି ପକ୍ଷରୁ ପୂରା ସତ୍ୟ ନଗରକୁ ପ୍ରତିବନ୍ଧିତ ଅଞ୍ଚଳ ଘୋଷଣା କରାଯାଇଛି। ସତ୍ୟନଗର ଛକରୁ କାଳୀମନ୍ଦିର ଛକ, କାଳୀ ମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାଟର୍ସ, ସତ୍ୟନଗର ଛକରୁ ବିଗବଜାର ରୋଡ଼କୁ ସିଲ କରାଯାଇଛି। ଏହି ଅଞ୍ଚଳ ଭିତରକୁ କାହାକୁ ଛଡ଼ାଯିବନାହିଁ, କିମ୍ବା କେହି ଏହି ଅଞ୍ଚଳରୁ ବାହାରକୁ ଯାଇପାରିବେ ନାହିଁ। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ। ଅତ୍ୟାବଶ୍ୟକ ସାମଗ୍ରୀ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି। ଗତକାଲି ଆଇବି ଅଫିସକୁ ସିଲ କରାଯାଇଥିବାବେଳେ ସେହି ଅଫିସର ଜଣେ କର୍ମଚାରୀଙ୍କ କ୍ଵାଟର ସତ୍ୟନଗରରେ ହୋଇଥିବାବେଳେ ସେହି ଅଞ୍ଚଳକୁ ସିଲ କରାଯାଇଛି।

Share Now:

Kalinga News Beuro

Leave a Reply

Next Post

ଭାରତର ସାହାଯ୍ୟ ଭୁଲି ହେବନାହିଁ: ଡୋନାଲଡ୍ ଟ୍ରମ୍ପ୍

Thu Apr 9 , 2020
ନିୟୁୟର୍କ: କରୋନାଭାଇରସ୍ ବିରୋଧରେ ସଂଗ୍ରାମ ନିମନ୍ତେ ଭାରତ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ପଠାଇବାକୁ ନିଷ୍ପତ୍ତି ନେଇଥିବାରୁ ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ୍ ଭାରତକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଟୁଇଟ୍ କରି ଟ୍ରମ୍ପ୍ ଲେଖଛନ୍ତି ଯେ ଅସ୍ୱାଭାବିକ ପରିସ୍ଥିତିରେ ବନ୍ଧୁମାନଙ୍କର ସହଯୋଗ ଆହୁରି ନିବିଡ଼ ହୋଇଉଠେ। ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ନିଷ୍ପତ୍ତି ନିମନ୍ତେ ଭାରତ ଓ ଭରତବାସୀଙ୍କୁ ଧନ୍ୟବାଦ! ଏହା ଅବିସ୍ମରଣୀୟ! ଏହି ଲଢ଼େଇରେ ଖାଲି ଭାରତ ନୁହେଁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial