ବିଶ୍ୱର ଦ୍ଵିତୀୟ ପ୍ରଦୂଷିତ ସହର ଦିଲ୍ଲୀ : ତାଲିକାରେ ମୁମ୍ବାଇ ଓ କୋଲକାତା ବି ସାମିଲ

ବିଶ୍ୱର ଦ୍ଵିତୀୟ ପ୍ରଦୂଷିତ ସହର ହେଲା ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀର ପ୍ରଦୂଷଣ ଲୋକଙ୍କ ପାଇଁ କିଭଳି ସମସ୍ୟା ସୃଷ୍ଟି କରୁଛି ତାହା ବୋଧହୁଏ କହିବାର ଆବଶ୍ୟକତା ନାହିଁ। ଦିଲ୍ଲୀର ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀ ବାସିନ୍ଦା ଚିନ୍ତାରେ ପଡିଯାଇଥିବାବେଳେ ତେବେ ଗତ କିଛି ଦିନ ହେଲା ଦିଲ୍ଲୀର ବାୟୁ ଗୁଣବତ୍ତା (ସ୍ତର)ରେ ଉନ୍ନତି ହୋଇଥିଲା। ଫେବୃଆରୀ ୧୩ରେ ରେକର୍ଡ ହୋଇଥିବା ତଥ୍ୟ ଅନୁଯାୟୀ, ଦୀର୍ଘ ଦିନ ପରେ ଦିଲ୍ଲୀ ଦୁନିଆର ୧୦ଟି ପ୍ରଦୂଷିତ ସହର ତାଲିକାରୁ ବାଦ ପଡିଥିଲା। ଯେଉଁଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀର ଲୋକଙ୍କ ନିରନ୍ତର ଉଦ୍ୟମକୁ ପ୍ରଶଂସା କରିଥିଲେ। କିନ୍ତୁ ବର୍ତ୍ତମାନ ପୁଣି ଦିଲ୍ଲୀ ପ୍ରଦୂଷିତ ହୋଇଯାଇଛି।
ଦୁଇ ଦିନ ମଧ୍ୟରେ ଦିଲ୍ଲୀ ପୁଣି ଥରେ ଦୁନିଆର ୧୦ଟି ପ୍ରଦୂଷିତ ସହର ତାଲିକାରେ ସାମିଲ ହୋଇଛି ଏବଂ ପ୍ରଦୂଷଣ ମାମଲାରେ ତାଲିକାରେ ଦିଲ୍ଲୀ ଦୁଇ ନମ୍ବରରେ ରହିଛି। ସର୍ବଶେଷ ତଥ୍ୟ ଅନୁଯାୟୀ ଦିଲ୍ଲୀର ବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଗୁରୁବାର ସନ୍ଧ୍ୟା ୬ଟାରେ ରାଜଧାନୀ ଦିଲ୍ଲୀ ଦୁନିଆର ପ୍ରଦୂଷିତ ସହର ମଧ୍ୟରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଏହି ତାଲିକାରେ ଦିଲ୍ଲୀ ବ୍ୟତୀତ କୋଲକାତା ଏବଂ ମୁମ୍ବାଇ ମଧ୍ୟ ରହିଛନ୍ତି। ଫେବୃଆରୀ ୧୩ ରେ, ଦିଲ୍ଲୀ ୧୦ ଟି ପ୍ରଦୂଷିତ ସହର ତାଲିକାରୁ ବାଦ ପଡିଥିଲା। ଏହାର କାରଣ ହେଉଛି ଜାନୁଆରୀର ଶେଷ ଦିନରେ ବର୍ଷା। ବର୍ଷା ପରେ ଫେବୃଆରୀ ମାସରେ ମଧ୍ୟ ଲଗାତାର ପବନ ପ୍ରବାହିତ ଯୋଗୁଁ ରାଜଧାନୀରେ ପ୍ରଦୂଷଣ ହ୍ରାସ ପାଇଥିଲା। କିନ୍ତୁ, ଏବେ ପୁଣି ଥରେ ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପାଉଛି।

Share Now:

Kalinga News Beuro

Next Post

ଆଜି ଜାଗର: ମହାଦୀପ ଦର୍ଶନ ଉତ୍କଣ୍ଠାରେ ଭକ୍ତ, ଚଳଚଞ୍ଚଳ ସମଗ୍ର ଏକାମ୍ର ଶୈବପୀଠ

Sat Feb 18 , 2023
ପୁରୁଣା ଭୁବନେଶ୍ୱର : ଆଜି ମହାଶିବରାତ୍ରି। ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ଅନୁସାରେ ରାତି ୧୦ଟାରେ ଶ୍ରୀଲିଙ୍ଗରାଜ ମନ୍ଦିର ଚୂଡ଼ାକୁ ଉଠିବ ମହାଦୀପ। ଜାଗରବ୍ରତଧାରୀଙ୍କଠାରୁ ଆରମ୍ଭ କରି ସବୁ ମହଲରୁ ଲୋକମାନେ ମହାଦୀପ ଦର୍ଶନ ପାଇଁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ଜାଗରବ୍ରତଧାରୀମାନେ ଉପବାସ କରିବା ସହ ମନ୍ଦିରରେ ରାତିସାରା ବସି ଦୀପ ଜାଳିବେ। ତେଣୁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ ହୋଇଉଠିଲାଣି। ଏକାମ୍ର କ୍ଷେତ୍ରର ସମସ୍ତ ଶୈବପୀଠ ସୁସଜ୍ଜିତ ଆଲୋକମାଳାରେ ଝଲସୁଛି। ରାତି […]
ଆଜି ଜାଗର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial