ଚେନ୍ନାଇ : “ମୁଁ ଜାଣେ ମୁଁ ଜଣେ ଆତଙ୍କବାଦୀ ନୁହେଁ” ଜେଲରୁ ମୁକୁଳିବା ପରେ ଏପରି କଥା କହିଛନ୍ତି ରାଜୀବ ହତ୍ୟାକାଣ୍ଡ ମାମଲାର ଦୋଷୀ ନଳିନୀ ଶ୍ରୀହରନ ।ସେ କହିଛନ୍ତି ଯେ ସେ ଜେଲରେ ଅନେକ ବର୍ଷ ଧରି ଯନ୍ତ୍ରଣା ଭୋଗିଥିଲେ। କିନ୍ତୁ ଗତ ୩୨ ଘଣ୍ଟା ତାଙ୍କ ପାଇଁ କଷ୍ଟକର ଥିଲା। ସେ ତାଙ୍କୁ ସମର୍ଥନ କରିଥିବା ଲୋକ, ତାମିଲନାଡ଼ୁର ଲୋକ ଓ ଓକିଲମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସୁପ୍ରିମକୋର୍ଟ ଶୁକ୍ରବାରଦିନ ରାଜୀବ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ନଳିନୀ, ଆରପି ରବିଚନ୍ଦ୍ରନ, ରବର୍ଟ ପେସ, ଜୟକୁମାର, ସନ୍ଥନ, ମୁରୁଗାନଙ୍କ ମୁକ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାମଲାରେ ଶୁଣାଣି ବେଳେ କେନ୍ଦ୍ର ସରକାର ଏହାକୁ ବିରୋଧ କରିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ସେମାନଙ୍କ ମୁକ୍ତିକୁ ବିରୋଧ କରିଛି। ସୂଚନାଯୋଗ୍ୟ ଯେ, ୧୯୯୧ ମସିହା ମେ ୨୧ରେ ତାମିଲନାଡ଼ୁର ଶ୍ରୀପେରୁମବୁଦୁରଠାରେ ଆତ୍ମଘାତି ବୋମା ବିସ୍ଫୋରଣ କରି ରାଜୀବ ଗାନ୍ଧୀଙ୍କୁ ହତ୍ୟା କରାଯାଇଥିଲା। ଧନୁ ନାମକ ଯୁବତୀ ଏହି ଆତ୍ମଘାତି ବୋମା ବିସ୍ଫୋରଣ କରିଥିଲା। ଏହି ହତ୍ୟା ପାଇଁ ଏଲଟିଟିଇ ପକ୍ଷରୁ ଏକ ୫ ଜଣିଆ ଟିମ ପଠାଇଥିଲା, ସେମାନଙ୍କ ମଧ୍ୟରୁ କେବଳ ନଳିନୀ ବର୍ତ୍ତିଯାଇଥିଲା। ଏହି ଘଟଣା ପରଠାରୁ ପ୍ରାୟ ୩୧ ବର୍ଷ ଧରି ନଳିନୀ ଓ ରହିଚନ୍ଦ୍ରନ ଜେଲରେ ଥିଲେ। ସେନିଆଙ୍କ କ୍ଷମା ପରେ ୨୦୦୦ରେ ନଳିନୀଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଯାଇଥିଲା।
ମୁଁ ଜଣେ ଆତଙ୍କବାଦୀ ନୁହେଁ : ନଳିନୀ

Share Now: