ବିହାର ଏବଂ ପଶ୍ଚିମବଙ୍ଗ ସମେତ ଜମ୍ମୁକଶ୍ମୀରରେ ଭୂମିକମ୍ପର ଝଟକା

ଭୂମିକମ୍ପର ଝଟକା

ନୂଆଦିଲ୍ଲୀ: ବୁଧବାର ସକାଳ ୧୦ଟା ୧୦ମିନିଟରେ ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟକା ଲାଗିଥିଲା। ଏହି ଝଟକା ରିକ୍ଟର ସେକ୍ଲରେ ୪.୦ ଥିବା ଜଣାପଡ଼ିଛି। ଏନେଇ ଅଧିକ ତଥ୍ୟର ଅପେକ୍ଷା କରାଯାଇଛି। ତେବେ ଏହି ଝଟକାକୁ ଅନୁଭବ କରିଥିବା ଲୋକେ ଭୟଭୀତ ହୋଇଯାଇଛନ୍ତି। ସେହିପରି ଆଜି ସକାଳେ ବିହାର ଏବଂ ପଶ୍ଚିମବଙ୍ଗରେ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ସୂଚନା ଦେଇଛି।
‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ରିପୋର୍ଟ ଅନୁସାରେ, ଆଜି ସକାଳ ପ୍ରାୟ ୫.୩୫ରେ ବିହାରର ଅରରିୟା ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର ଉତ୍ପତ୍ତିସ୍ଥଳ ଥିଲା ପୁର୍ଣ୍ଣିଆ ନିକଟ ଭୂଗର୍ଭର ୧୦ କିଲୋମିଟର୍‌ ଅଭ୍ୟନ୍ତରରେ। ଏହି ଭୂମିକମ୍ପ ଯୋଗୁଁ ଧନସମ୍ପତ୍ତି କ୍ଷୟକ୍ଷତି କିମ୍ବା କେହି ମୃତାହତ ‌ହୋଇଥିବା ଖବର ହସ୍ତଗତ ହୋଇନାହିଁ। ସେହିପରି, ଆଜି ପ୍ରତ୍ୟୁଷରେ ପଶ୍ଚିମବଙ୍ଗର ସିଲିଗୁଡ଼ିରେ ମଧ୍ୟ ୪.୩ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହୋଇଥିବା ରିପୋର୍ଟ ମିଳିଛି। ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍‌ମୋଲୋଜି’ ରିପୋର୍ଟ ଅନୁସାରେ, ଏହି ଭୂମିକମ୍ପ ସିଲିଗୁଡ଼ିର ଦକ୍ଷିଣପଶ୍ଚିମକୁ ପ୍ରାୟ ୧୪୦ କିଲୋମିଟର୍‌ ଦୂରରେ ଅନୁଭୂତ ହୋଇଥିଲା। ଏଥିରେ ବି କୌଣସି ଧନଜୀବନ ନଷ୍ଟ ହୋଇଥିବା ରିପୋର୍ଟ ମିଳିନାହିଁ। ନେପାଳ ଓ ବାଂଲାଦେଶରେ ମଧ୍ୟ ଏହି ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିବା କଥା କୁହାଯାଉଛି।

Share Now:

Kalinga News Beuro

Next Post

ବୀମା ଆଳରେ ଠକେଇ ଘଟଣା: ୩ ଜଣଙ୍କୁ କାବୁ କଲା ସାଇବର ଥାନା ପୁଲିସ୍‌

Wed Apr 12 , 2023
ଭୁବନେଶ୍ବର: ବୀମା କରାଇଦେବା ଆଳରେ ୧୭ ଲକ୍ଷ ଠକେଇ ଘଟଣାରେ ରାଜ୍ୟ ବାହାରୁ ୩ ଜଣଙ୍କୁ କାବୁ କରିଛି ସାଇବର ଥାନା ପୁଲିସ୍‌। ୨ ଅଭିଯୁକ୍ତଙ୍କୁ ଉତ୍ତରପ୍ରଦେଶ ଓ ଦିଲ୍ଲୀରୁ ଧରାଯାଇଛି। ପୁଲିସ୍‌ ଅଭିଯୁକ୍ତଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ପ୍ରି ଆକ୍ଟିଭ ସିମ, ମୋବାଇଲ, ପାସବୁକ ସହ ନଗଦ ଟଙ୍କା ଜବତ କରିଛି।ମଞ୍ଚେଶ୍ୱର ଅଞ୍ଚଳର ଜଣେ ଯୁବକ ଠକେଇର ଶିକାର ହୋଇଥିଲେ। ଅଭିଯୁକ୍ତଙ୍କ ଠାରୁ ୨ ଲକ୍ଷ ୩୮ […]
ବୀମା ଆଳରେ ଠକେଇ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial