ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ : ଇସ୍ରୋ

ଜୁଲାଇ ୧୩ରେ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ

ମୁମ୍ବାଇ: ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ଅଭିଯାନ ‘ଚନ୍ଦ୍ରଯାନ-୩’ର ଉତକ୍ଷେପଣ ଆସନ୍ତା ଜୁଲାଇ ୧୩ରେ ହେବ। ଏ ସଂପର୍କରେ ଭାରତୀୟ ମହାକାଶ ବିକାଶ ସଂସ୍ଥା ଇସ୍ରୋ ମୁଖ୍ୟ ଏସ୍.ସୋମନାଥ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଜୁଲାଇ ୧୩ରେ ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ। ପରିସ୍ଥିତି ଅନୁସାରେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଉତକ୍ଷେପଣ ପାଇଁ ଉଦ୍ୟମ ଜାରି ରହିବ। ଏଥର ଚନ୍ଦ୍ରଯାନ ଚନ୍ଦ୍ରରେ ସଫ୍ଟ ଲାଣ୍ଡିଂ କରିବାରେ ସକ୍ଷମ ହେବ ବୋଲି ସେ କହିଛନ୍ତି।
ଜିଏସଏଲଭି ମାର୍କ-୩ ଉତକ୍ଷେପଣ ଯାନ ସାହାଯ୍ୟରେ ‘ଚନ୍ଦ୍ରଯାନ-୩’କୁ ମହାକାଶକୁ ପଠାଯିବ। ଏହାକୁ ସଫଳ କରିବା ପାଇଁ ଇସ୍ରୋ ପକ୍ଷରୁ ଅନେକ ପ୍ରସ୍ତୁତି କରାଯାଇଛି। ଲ୍ୟାଣ୍ଡର ଓ ଅନ୍ୟାନ୍ୟ ଉପକରଣର ଗଭୀର ପରୀକ୍ଷଣ କରାଯାଇଛି। ସମଗ୍ର ପ୍ରକ୍ରିୟାକୁ ଫେପପ୍ରୁଫ (ଯେମିତି ବିଫଳ ହେବ ନାହିଁ) କରାଯାଇଛି, ଯାହାଦ୍ୱାରା ମିଶନକୁ ସର୍ବନିମ୍ନ କ୍ଷତି ସହ ସଫଳ କରାଯାଇପାରିବ। ୨୦୧୯ ସେପ୍ଟେମ୍ବରରେ ‘ଚନ୍ଦ୍ରଯାନ-୨’ ଅଭିଯାନ ସମୟରେ ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ର ପୃଷ୍ଠରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରତ ପାଇଁ ଏହା ଏକ ବଡ଼ ଝଟକା ଥିଲା। ଚନ୍ଦ୍ରରେ ଅବତରଣ ପାଇଁ ଆମର ପ୍ରଥମ ପ୍ରୟାସ ବିଫଳ ହୋଇଥିଲା। ଏହାପରେ ‘ଚନ୍ଦ୍ରଯାନ-୩’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। କିନ୍ତୁ ଏଥର ଚନ୍ଦ୍ରଯାନ ସଫଳତାର ସହ ଓହ୍ଲାଇବାକୁ ସକ୍ଷମ ହେବ ବୋଲି ଇସ୍ରୋ ମୁଖ୍ୟ ଆଶା କରିଛନ୍ତି।

Share Now:

Kalinga News Beuro

Next Post

୬ଜି ପାଇଁ ପ୍ରସ୍ତୁତି ଆରମ୍ଭ କଲା ଭାରତ : ଗଠନ ହେଲା ୬ଜି ଆଲାଏନ୍ସ

Mon Jul 3 , 2023
ନୂଆଦିଲ୍ଲୀ : ଭାରତରେ ମାତ୍ର କିଛି ମାସ ତଳେ ୫ଜି ସେବା ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଦେଶର ସବୁ ସ୍ଥାନରେ ଏହି ସେବା ପହଞ୍ଚିପାରିନାହିଁ। କିନ୍ତୁ ଏବେଠାରୁ ୬-ଜି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଭାରତ। ଏଥପାଇଁ ଗଠନ ହୋଇଛି ୬ଜି ମେଣ୍ଟ ବା ଆଲାଏନ୍ସ। ଏହା ହେଉଛି ସରକାରୀ କ୍ଷେତ୍ର, ଘରୋଇ କ୍ଷେତ୍ର, ଜାତୀୟ ଅନୁସନ୍ଧାନ ଅନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ଏକ ମେଣ୍ଟ ଯାହାକି ମିଳିତ ଭାବେ […]
୬ଜି ପାଇଁ ପ୍ରସ୍ତୁତି ଆରମ୍ଭ କଲା ଭାରତ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial