‘ମୋର ସ୍ତ୍ରୀଟିଏ ଦରକାର, ଯୌତୁକ ନୁହେଁ’ କହି ୧୧ ଲକ୍ଷ ଟଙ୍କାର ଯୌତୁକ ଫେରାଇଦେଲେ ବର

ସମାଜ ପାଇଁ ଉଦାହରଣ ପାଲଟିଲେ ମୟଙ୍କ

ଆଜମେର: ଯୌତୁକ ପାଇଁ କେତେବେଳେ ପତ୍ନୀକୁ ହତ୍ୟା ତ ପୁଣି କେବେ ପତ୍ନୀ ସହ ବାରମ୍ବାର ଝଗଡ଼ାର ଅନେକ ଖବର ଆପଣ ପଢ଼ିଥିବେ I ଯୌତୁକ ପାଇଁ ଶ୍ୱଶୁରଘର ଉପରେ ବର ପକ୍ଷରୁ ଚାପ ପକାଇଥିବାର କଳା କାହାଣୀ ବାବଦରେ ବି ଆପଣ ଜାଣିଥିବେ I କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ବରଙ୍କ କାହାଣୀ କହିବୁ ଯିଏ କି ପାଖାପାଖି ୧୧ ଲକ୍ଷ ଟଙ୍କାର ଯୌତୁକ ସହ କାର ଫେରାଇଦେଇଛନ୍ତି I ସମ୍ପର୍କର ଗୁରୁତ୍ୱ ବୁଝୁଥିବା ଏଭଳି ଏକ ଜ୍ୱାଇଁ ପାଇଁ ଖୁସିରେ ଗଦଗଦ ହୋଇଯାଇଛନ୍ତି କନ୍ୟା ପିତା I
ମିଳିଥିବା ସୂଚନା ମୁତାବକ ରାଜସ୍ଥାନର ଚିତୋରଗଡ଼ର ରାବତଭାତା ଗାଁର ରାମସୁଖ ଗୁରଜର ନିଜ ପୁଅ ମୟଙ୍କରାଜଙ୍କର ବିବାହ ଗୁଜୁରାଟର ଜଣେ ଯୁବତୀଙ୍କ ସହ ସ୍ଥିର କରିଥିଲେ I ଫେବୃୟାରୀ ୯ ତାରିଖରେ ବିବାହ ହେବାକୁ ଥିବାବେଳେ ଆଜି ତାଙ୍କର ନିର୍ବନ୍ଧ କାର୍ଯ୍ୟକ୍ରମ ଥିଲା I ଏହି ସମୟରେ କନ୍ୟା ଘର ପକ୍ଷରୁ ୧୧ ଲକ୍ଷ ଟଙ୍କାର ଏକ ବ୍ୟାଗ ସହ କାରଟିଏ ଯୌତୁକ ଭାବରେ ଦିଆଯାଇଥିଲା I କିନ୍ତୁ ମୟଙ୍କରାଜଙ୍କ ଗୋଟିଏ ପଦ କଥା ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା I ମୟଙ୍କ କହିଥିଲେ ଯେ ‘ଜୀବନର ରାସ୍ତାରେ ଚାଲିବା ପାଇଁ ତାଙ୍କୁ ଭଲ ସଙ୍ଗିନୀଟିଏ ହିଁ ଆବଶ୍ୟକ I ଯୌତୁକ ନେଇ କଣ କରିବେ, ଦୟାକରି ଫେରାଇନିଅନ୍ତୁ’ I ଏହି କଥା ପଦକ ଶୁଣି ଝିଅର ବାପାଙ୍କ ଆଖିରୁ ଲୁହ ଟୋପାଏ ମଧ୍ୟ ଝରିପଡିଥିବାର ଦେଖିବାକୁ ମିଳିଥିଲା I ମୟଙ୍କଙ୍କ ବାପା କହିଛନ୍ତି ଯେ ଯେଉଁଦିନ ପ୍ରଥମେ ଝିଅ ଦେଖିବାକୁ ସେମାନେ ଯାଇଥିଲେ ସେହିଦିନ ଝିଅ ଘର ପକ୍ଷରୁ କଣ ସବୁ ଯୌତୁକ ନେବେ ବୋଲି ପଚରାଯାଇଥିଲା I ପୁଅ ଘର ପକ୍ଷରୁ କୌଣସି ଯୌତୁକ ନିଆଯିବ ନାହିଁ ବୋଲି କୁହାଯାଇଥିଲା I କିନ୍ତୁ ଝିଅ ଘର ଭାବିଥିଲେ ଯେ ସବୁ ପୁଅ ଘର ଏମିତି ହିଁ କୁହନ୍ତି, ସେଥିପାଇଁ ନିର୍ବନ୍ଧ ଦିନ ୧୧ ଲକ୍ଷ ଟଙ୍କା ସହ କାରଟିଏ ନେଇ ପହଂଚିଥିଲେ I କିନ୍ତୁ ଯୌତୁକକୁ ଫେରାଇଦିଆଯାଇଥିଲା I

Share Now:

Kalinga News Beuro

Leave a Reply

Next Post

ଲିଙ୍ଗରାଜ ମନ୍ଦିରରେ ପାନପିକ ମନା:ନିୟମ କଡ଼ାକଡ଼ି ପାଳନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Sun Feb 9 , 2020
ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ନିୟମ ଏଣିକି କଡ଼ାକଡ଼ି ପାଳନ କରାଯିବ। ମହାଶିବରାତ୍ରି ଉପଲକ୍ଷେ ଶୁକ୍ରବାର ଅନୁଷ୍ଠିତ ସମନ୍ୱୟ ବୈଠକରେ ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସୀତାଂଶୁ କୁମାର ରାଉତ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁଯାୟୀ, ଶ୍ରୀଲିଙ୍ଗରାଜ ମନ୍ଦିରରେ ପାନପିକ ନ ପକାଇବା ପାଇଁ ନିୟମ ଗତ ଜାନୁଆରି ୧୫ ତାରିଖରୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ମନ୍ଦିର ପ୍ରଶାସନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial