ରେଳଫାଟକ ବନ୍ଦ କରି ମଦ ପିଇ ଶୋଇପଡିଲେ କର୍ମଚାରୀ : ୩ ଘଣ୍ଟା ଯାଏଁ ଯାତାୟାତ ଠପ

ରେଳଫାଟକ ବନ୍ଦ କରି ମଦ ପିଇ ଶୋଇପଡିଲେ କର୍ମଚାରୀ

ରାଞ୍ଚି: ଲେବୁଲକ୍ରସିଂର ଫାଟକ ବନ୍ଦ କରି ଶୋଇପଡିଲେ ଦାୟିତ୍ୱରେ ଥିବା କର୍ମଚାରୀ। ଆଉ ଦୀର୍ଘ ୩ ଘଣ୍ଟା ଧରି ଫାଟକ ବନ୍ଦ ଥିବାରୁ ଯାତାୟାତ ଠପ ହୋଇଯାଇଥିଲା। ଝାଡ଼ଖଣ୍ଡର ଓଟାରି ରୋଡ଼ ଓ କରକଟା ରେଳ ଷ୍ଟେସନ ମଧ୍ୟରେ ଥିବା ଚେଚରିଆ ଲେବୁଲକ୍ରସିଂରେ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି। ସୂଚନା ଥାଉ କି ଆଜି ସକାଳେ ଲେବୁଲକ୍ରସିଂର ଗେଟମ୍ୟାନ୍ ପିଙ୍କୁ କୁମାର ଚୌଧୁରୀ ମଦ୍ୟପାନ କରି ରେଳଫାଟକ ବନ୍ଦ କରିଦେଇଥିଲେ। ମଦ ପିଇ ସେ ନିଜ କୋଠରୀରେ ଶୋଇପଡ଼ିଥିଲେ।

ପାଖାପାଖି ୩ ଘଣ୍ଟା ଯାଏଁ ସେ ନ ଉଠିବାରୁ ଫାଟକ ବନ୍ଦ ରହିଥିଲା। ଆଉ ଫାଟକ ବନ୍ଦ ରହିଥିବା ଯୋଗୁଁ ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଥିଲା। ଟ୍ରେନ ଯାଉନଥିବାବେଳେ ଲମ୍ବା ସମୟ ଧରି ଫାଟକ ବନ୍ଦ ରହିଥିବାରୁ ଲୋକମାନେ ପାଟିତୁଣ୍ଡ କରିଥିଲେ। ଆଉ ଏହା ପରେ ଲୋକମାନେ ଆରପିଏଫ ଥାନାକୁ ଫୋନ କରି ଜଣାଇଥିଲେ। ଆରପିଏଫ ଇନ୍ସପେକ୍ଟର ଆରପି ସିଂ ଘଟଣାସ୍ଥଳରେ ପହଂଚିଥିଲେ। ସେଠାରେ ଅନ୍ୟ ଜଣେ ଗେଟମ୍ୟାନଙ୍କୁ ଡ୍ୟୁଟିରେ ରଖିବା ପରେ ସେ ରେଳ ଫାଟକ ଖୋଲି ଜାମ ଟ୍ରାଫିକକୁ ସ୍ୱାଭାବିକ କରିଥିଲେ।

Share Now:

Kalinga News Beuro

Next Post

ରିଙ୍କି ହତ୍ୟା ମାମଲା : କାହାଣୀରେ ନୂଆ ଚରିତ୍ର ‘ତାପସ’

Thu Jul 8 , 2021
ପୁଲିସ ହାତରେ ହତ୍ୟାର ଯଥେଷ୍ଟ ପ୍ରମାଣ ଭୁବନେଶ୍ବର : ରାଜଧାନୀରେ ଘଟିଥିବା ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଓରଫ୍‌ ରିଙ୍କିଙ୍କୁ ଅଭିଯୁକ୍ତ ଜଗନ୍ନାଥ ଭଲ ପାଉଥିଲା। ଏପରିକି ରିଙ୍କିଙ୍କ ବିବାହ ପରେ ମଧ୍ୟ ଉଭୟ ସଂପର୍କରେ ଥିଲେ। ତେବେ ପରେ ରିଙ୍କି ଏଥିପାଇଁ ବା‌ରଣ କରିବାରୁ ଏଥିରେ କ୍ଷୁବ୍ଧ ହୋଇ ଜଗନ୍ନାଥ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କ୍ରମଶଃ ଘନୀଭୂତ ହେବାରେ ଲାଗିଛି। ଏ ନେଇ ଯଥେଷ୍ଟ ତଥ୍ୟପ୍ରମାଣ ପୁଲିସ ହାତରେ […]
ରିଙ୍କି ହତ୍ୟା ମାମଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial