ଚନ୍ଦ୍ରରେ ରହି ପଥପ୍ରଦର୍ଶକ ପାଲଟିଛି ଚନ୍ଦ୍ରଯାନ-୩ ଲାଣ୍ଡର ବିକ୍ରମ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ଅଭିଯାନକୁ ଆଉ ଏକ ସଫଳତା ମିଳିଛି। ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ମେରୁରେ ଲାଣ୍ଡମାର୍କ ଭଳି କାମ କରିବା ଆରମ୍ଭ କରିଛି। ଇସ୍ରୋ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଚନ୍ଦ୍ରଯାନ-୩ ଅଭିଯାନ ଅଧୀନରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଲ୍ୟାଣ୍ଡର ବିକ୍ରମ ସହିତ ଏକ ଲେଜର ରେଟ୍ରୋରିଫ୍ଲେକ୍ଟର ଆରେ (ଏଲଆରଏ) ମଧ୍ୟ ଚନ୍ଦ୍ରକୁ ପଠାଯାଇଥିଲା। ଏବେ ଏହି ଉପକରଣ ସାହାଯ୍ୟରେ ଆମେରିକୀୟ ମହାକାଶ ଏଜେନ୍ସିର ଏଲଆରଓ (ଲୁନାର ରିକୋନିସେନ୍ସ ଅର୍ବିଟର) ଲେଜର ରେଞ୍ଜ ମାପିଛି। ଏଲଆରଓ ହେଉଛି ନାସାର ଅର୍ବିଟର, ଯାହା ଚନ୍ଦ୍ରର କକ୍ଷପଥରେ ବୁଲୁଛି। ଏହି ଏଲଆରଓ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରରେ ଲାଗିଥିବା ଏକ ରିଫ୍ଲେକ୍ଟରକୁ ଏକ ଲେଜର ରଶ୍ମୀ ପଠାଇଥିଲା, ରିଫ୍ଲେକ୍ଟରରେ ପ୍ରତିଫଳିତ ହୋଇ ଫେରିବା ପରେ ଏଲଆରଓ ତାହାକୁ ଗ୍ରହଣ କରିବା ସହ ତାହାର ରେଞ୍ଜ ମାପ କରିଥିଲା । ଇସ୍ରୋ କହିଛି ଯେ ୧୨ ଡିସେମ୍ବର ୨୦୨୩ରେ ମାପ କାର୍ଯ୍ୟ କରାଯାଇଥିଲା। ଇସ୍ରୋ କହିଛି ଯେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସାଇଟ୍ ରୁ ପୂର୍ବ ଦିଗକୁ ଗତି କରୁଥିବା ବେଳେ ରାତିରେ ଏଲଆରଓ ଏହି ମାପ କରିଥିଲା। ଏବେ ଏହି ମାପ ସାହାଯ୍ୟରେ ଚନ୍ଦ୍ରକୁ ପଠାଯାଇଥିବା ମିଶନକୁ ବହୁତ ଫାଇଦା ମିଳିବ। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡରରେ ଥିବା ଲେଜର୍ ରେଟ୍ରୋରିଫ୍ଲେକ୍ଟର ଆରେ ନାସା ଦ୍ୱାରା ବିକଶିତ କରାଯାଇଛି, ଯାହା ଅନ୍ତର୍ଜାତୀୟ ସହଯୋଗରେ ଚନ୍ଦ୍ରଯାନ-୩କୁ ନେବା ପାଇଁ ବ୍ୟବହୃତ ହେଉଛି।

Share Now:

Kalinga News Beuro

Next Post

ହନିମୁନରେ ଗୋଆ ବଦଳରେ ଅଯୋଧ୍ୟା ନେଲା ସ୍ୱାମୀ : ପତ୍ନୀ ଦେଲା ଛାଡ଼ପତ୍ର

Sat Jan 20 , 2024
ଭୋପାଳ: ମଧ୍ୟପ୍ରଦେଶର ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହନିମୁନ ପାଇଁ ଗୋଆ ନେଇଯିବା ବଦଳରେ ଅଯୋଧ୍ୟା ଓ କାଶୀକୁ ତୀର୍ଥ ପାଇଁ ନେଇଯାଇଥିଲେ। ସାଙ୍ଗରେ ନିଜ ପିତାମାତାଙ୍କୁ ବି ନେଇଯାଇଥିଲେ। ଏହା ଦେଖି ପତ୍ନୀ ଭୀଷଣ କ୍ଷୁବଧ ହେବା ସହ ଛାଡ଼ପତ୍ର ନୋଟିସ୍ ଦେଇଦେଇଛନ୍ତି। ପିପ୍ଲାନୀରେ ରହୁଥିବା ଏହି ଦମ୍ପତି ୨୦୨୩ ଅଗଷ୍ଟରେ ବିବାହ କରିଥିଲେ। ମହିଳାଙ୍କ କହିବା ଅନୁଯାୟୀ, ତାଙ୍କ ସ୍ୱାମୀ ଆଇଟି […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial