ଆତଙ୍କବାଦୀଙ୍କ ଗୁଳିରେ ନିହତ ହେଲେ ସ୍ୱତନ୍ତ୍ର ପୁଲିସ ଅଧିକାରୀ

ଶ୍ରୀନଗର: ଗୁରୁବାର ଦିନ ଅନନ୍ତନାଗ ଜିଲ୍ଲା ଅନ୍ତର୍ଗତ ଦକ୍ଷିଣ କଶ୍ମୀରର ବିଜବେହାରାସ୍ଥିତ ବାସଭବନରେ ଜଣେ ସ୍ୱତନ୍ତ୍ର ପୁଲିସ ଅଧିକାରୀଙ୍କୁ (ଏସ୍‌ପିଓ) ଆତଙ୍କବାଦୀମାନେ ଗୁଳିମାରି ହତ୍ୟା କରିଛନ୍ତି।

ଜଣେ ଅଧିକାରୀ କହିଛନ୍ତି; ସଙ୍ଗମ୍‌ ଠାରେ ମୁତୟନ ହୋଇଥିବା ସ୍ୱତନ୍ତ୍ର ପୁଲିସ ଅଧିକାରୀ ମୁସ୍ତାକ୍‌ ଅହମଦ୍‌ ଶେଖ୍‌ଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ତାଙ୍କ ପତ୍ନୀ ଫରୀଦା ଲହୁଲୁହାଣ ହୋଇଛନ୍ତି।

ଚିକିତ୍ସା ପାଇଁ ଫରୀଦାଙ୍କୁ ଡାକ୍ତରଖାନାକୁ ନିଆ ଯାଇଛି। ବିଳମ୍ବିତ ସନ୍ଧ୍ୟାରେ କାତ୍‌ସୁ ଗାଁ’ରେ ଏହି ଘଟଣା ଘଟିବା ପରେ ନିରାପତ୍ତା ବଳର ଏକ ମିଳିତ ଦଳ ଆତତାୟୀଙ୍କୁ ଧରିବା ପାଇଁ ଅଭିଯାନ ଆରମ୍ଭ ହୋଇଥିବା କଥା ଅଧିକାରୀଜଣକ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ମାଫିଆଙ୍କ ଦାଦାଗିରି:ଅତିରିକ୍ତ ତହସିଲଦାରଙ୍କୁ ଆକ୍ରମଣ ଉଦ୍ୟମ

Fri Mar 30 , 2018
ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗାରେ ମାଟି ମାଫିଆଙ୍କ ଶିକାର ହୋଇଛନ୍ତି ଜଣେ ଅତିରିକ୍ତ ତହସିଲଦାର। ଆଜି ସଂପୃକ୍ତ ଅଧିକାରୀ ଗାଡ଼ି ଯାଞ୍ଚ କରୁଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ ଉଦ୍ୟମ କରି ଜେସିବି ଓ ଟ୍ରାକ୍ଟର ନେଇ ପଳାଇ ଯାଇଛନ୍ତି। କିଛି ଦିନ ହେଲାଣି ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଘଟଣା ଘଟୁଥିବା ବେଳେ ଆଜି କଟକ ଜିଲ୍ଲା ମାହାଙ୍ଗାରେ ଏହାର ପୁନରାବୃତ୍ତି ଘଟିଛି। ମାହାଙ୍ଗାର ଅତିରିକ୍ତ ତହସିଲଦାର […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial