ଅଯୋଧ୍ୟାରେ ଅତିଥିଙ୍କୁ ସୁରକ୍ଷା ଦେବେ ୧୩ହଜାର ସୁରକ୍ଷା ବାହିନୀ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ସମଗ୍ର ଦେଶବାସୀଙ୍କ ନଜର ରହିଛି। ଲୋକମାନେ ବିଶାଳ ଉଦଘାଟନକୁ ଅପେକ୍ଷା କରି ରହିଛନ୍ତି। ବିଭିନ୍ନ ରାଜ୍ୟରୁ ରାମଲାଲାଙ୍କ ପାଇଁ ବିଭିନ୍ନ ପ୍ରକାରର ଉପହାର ଆସୁଛି। ଜାନୁଆରି ୨୨ରେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶବାସୀ ରାମ ମନ୍ଦିରର ଉଦଘାଟନୀ ଉତ୍ସବକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ବଡ଼ ଉତ୍ସବ ପାଇଁ ଅନେକ ଭିଭିଆଇପିଙ୍କୁ ନିମନ୍ତ୍ରଣ କରାଯାଇଥିବା ବେଳେ ସେମାନଙ୍କୁ ସୁରକ୍ଷା ଦେବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଥିବା ଅତିଥିଙ୍କ ସୁରକ୍ଷା ପାଇଁ ୧୩ହଜାର ସୁରକ୍ଷା ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସହ ବୋମା ନିରୋଧି ସ୍କ୍ୱାର୍ଡ ମଧ୍ୟ ନିୟୋଜିତ ହୋଇଛନ୍ତି।
ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ, ଧନୀକ ବ୍ୟବସାୟ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ବ୍ୟତୀତ କ୍ରୀଡ଼ା କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଏବଂ ଏମଏସ ଧୋନିଙ୍କ ଭଳି ସେଲିବ୍ରିଟି ‘ପ୍ରାଣ ପ୍ରତିଷ୍ଠା’ରେ ଯୋଗଦେବାକୁ ଯାଉଛନ୍ତି। ଏହାକୁ ନଜରରେ ରଖି ବୋମା ନିରୋଧି ସ୍କ୍ୱାର୍ଡ, ଡଗ୍ ସ୍କ୍ୱାର୍ଡ ଓ ଏନଡିଆରଏଫ ଟିମକୁ ନିଯୋଜିତ କରାଯାଇଥିବା ସାମ୍ନାକୁ ଆସିଛି। ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ଦିନ ୧୨.୨୦ରେ ଆରମ୍ଭ ହୋଇ ମଧ୍ୟାହ୍ନ ୧ଟା ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭକ୍ତ ତଥା ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମେତ ୭,୦୦୦ରୁ ଅଧିକ ଲୋକଙ୍କୁ ସମ୍ବୋଧିତ କରିବେ। ଉପସ୍ଥିତ ନଥିବା ଲୋକେ ଟେଲିଭିଜନ ତଥା ଅନ୍ୟ ଅନଲାଇନ୍ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମକୁ ଲାଇଭ୍ ଦେଖିପାରିବେ।

Share Now:

Kalinga News Beuro

Next Post

ଅତ୍ୟାଧୁନିକ ବସ୍‌ଷ୍ଟାଣ୍ଡକୁ ସଂଯୋଗ ରାସ୍ତାର ଦୁରାବସ୍ଥା : ରାସ୍ତା ଉପରେ ଗାଡ଼ି ଧୁଆ‌, କଡ଼ରେ ଅଳିଆ

Sun Jan 21 , 2024
ଖଣ୍ଡଗିରି: ବିଶ୍ୱସ୍ତରୀୟ ବରମୁଣ୍ଡା ବସ୍‌ ଟର୍ମିନାଲ(ଆଇଏସ୍‌ବିଟି) ନିର୍ମାଣ ଚାଲିଛି। ଏଇ ମାସରେ ହିଁ ଲୋକାର୍ପିତ ହେବ। କିନ୍ତୁ ଏହା ଭିତରକୁ ପ୍ରବେଶ କିମ୍ବା ପ୍ରସ୍ଥାନ କରିବାକୁ ଥିବା ସର୍ଭିସ୍‌ ରୋଡ୍‌ର ଅବସ୍ଥା ଅତ୍ୟନ୍ତ ଖରାପ। ୧୬ ନମ୍ବର ଜାତୀୟ ରାଜପଥର ସର୍ଭିସ୍‌ ‌ରୋଡ ମଝିରେ ବସ୍‌ ଧୁଆ ହେଉଛି। ରାସ୍ତା କଡ଼ରେ ଅଳିଆ ଗଦା ହୋଇଛି। ସନ୍ଧ୍ୟା ହେଲେ ରାସ୍ତାକଡ଼ରେ ବସ୍‌ ପାର୍କିଂ ହେଉଛି। ଅଟୋ କଥା ନ କହିଲେ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial