ସେଲଫି ନେଲାବେଳେ ଡ୍ୟାମ ପାଣିରେ ପଡି ମହିଳାଙ୍କ ମୃତ୍ୟୁ

ସେଲଫି ନେବାବେଳେ ପାଣିରେ ପଡ଼ି ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶର ହଲାଲି ଡ୍ୟାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଡାକ୍ତରଙ୍କ ପତ୍ନୀ ସେଲଫି ନେବାବେଳେ ପାଣିରେ ପଡ଼ି ଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀଦଳର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଥିଲେ। ସୋମବାର ସକାଳ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। କିନ୍ତୁ ମହିଳା ଜଣକଙ୍କ କୌଣସି ପତ୍ତା ମିଳି ନଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, ଭୋପାଲଠାରୁ ପ୍ରାୟ ଚାଳିଶ କିଲୋମିଟର ଦୂରରେ ହଲାଲି ଡ୍ୟାମ୍ ଅଛି। ଅନେକ ଲୋକ ଏଠାକାର ସୌନ୍ଦର୍ଯ୍ୟ ଦେଖିବାକୁ ଆସିଥାଆନ୍ତି। ରବିବାର ଛୁଟି ଥିବାରୁ ଭୋପାଳର କୋଲାରରେ ରହୁଥିବା ଡାକ୍ତର ଉତ୍କଳ ମିଶ୍ରା ମଧ୍ୟ ତାଙ୍କ ପତ୍ନୀ ହିମାନୀଙ୍କ ସହିତ ହାଲଲି ଡ୍ୟାମ ବୁଲିବାକୁ ଯାଇଥିଲେ।

ଏହି ଘଟଣାକୁ ନେଇ ଡାକ୍ତର ଉତ୍କଳ ମିଶ୍ର କହିଛନ୍ତି ଯେ ସେ ମୋବାଇଲରେ ମେସେଜ ଚେକ୍ କରୁଥିଲେ। ଏହି ସମୟରେ ତାଙ୍କ ପତ୍ନୀ ମୋବାଇଲରେ ସେଲଫି ନେଉଥିଲେ। ହଠାତ ସେ ଭାରସାମ୍ୟ ହରାଇ ଦେବାରୁ ୧୦ରୁ ୧୨ ତଳକୁ ଡ୍ୟାମ ପାଣିକୁ ଖସି ପଡ଼ିଥିଲେ। ଖବର ପାଇ ତୁରନ୍ତ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ରାତିସାରା ଅପରେସନ୍ ଜାରି ରହିଥିଲା କିନ୍ତୁ ମୃତଦେହର କୌଣସି ପତ୍ତା ମିଳି ନଥିଲା। ସୋମବାର ସକାଳେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଏହା ପରେ ବି ମହିଳାଙ୍କୁ ପାଇ ନଥିଲେ ଉଦ୍ଧାରକାରୀ ଦଳ ସଦସ୍ୟ।

Share Now:

Kalinga News Beuro

Next Post

ଆଜିଠୁ ବିଧାନସଭା : ୩ ମନ୍ତ୍ରୀ, ୧୧ ବିଧାୟକଙ୍କୁ କରୋନା

Tue Sep 29 , 2020
ଉପବାଚସ୍ପତି ରଜନୀକାନ୍ତ ସିଂ ବି ସଂକ୍ରମିତ, ୯୫୦ରୁ ଅଧିକ ନମୁନା ପରୀକ୍ଷା, ୧୮୪ ପଜିଟିଭ୍‌ ଭୁବନେଶ୍ୱର : ଆଜିଠାରୁ ବିଧାନସଭା ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନା ଭୟ ବଢ଼ିବାରେ ଲାଗିଛି। ଗତକାଲି ହୋଇଥିବା ପ୍ରାୟ ୨ ଶହ କୋଭିଡ୍‌ ନମୁନା ପରୀକ୍ଷାରୁ ଉପବାଚସ୍ପତି, ୩ ମନ୍ତ୍ରୀ ଓ ବିଧାୟକଙ୍କୁ ମିଶାଇ ସମୁଦାୟ ୧୨ଜଣ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି। ଏହାସହ ୩୬ଜଣ କର୍ମଚାରୀ, ସାମ୍ବାଦିକ ମଧ୍ୟ ପଜିଟିଭ୍ ଚିହ୍ନଟ […]
ଆଜିଠୁ ବିଧାନସଭା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial