ଭାରତୀୟ ସେନାର ଏନ୍‌କାଉଣ୍ଟରରେ ୫ ଲଶ୍କର୍‌ ଆତଙ୍କବାଦୀ ନିହତ

୫ ଲଶ୍କର୍‌ ଆତଙ୍କବାଦୀ ନିହତ

କୁଲ୍‌ଗାମ୍‌: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ କୁଲ୍‌ଗାମ୍‌ରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ଭାରତୀୟ ସେନାର ନିରାପତ୍ତା ବଳ ‘ଲଶ୍କର୍‌-ଏ-ତୈବା’ର ୫ଜଣ ଆତଙ୍କବାଦୀଙ୍କୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି। ଗୁରୁବାର ଦିନ କୁଲ୍‌ଗାମ୍‌ର ନେହାମା ଅନ୍ତର୍ଗତ ସାମ୍‌ନୋ ଅଞ୍ଚଳରେ ଆରମ୍ଭ ହୋଇଥିବା ଏହି ଗୁଳି ବିନିମୟ ବା ‘ଏନ୍‌କାଉଣ୍ଟ୍‌’ ଆଜି ଦ୍ବିତୀୟ ଦିବସରେ ପ୍ରବେଶ କରିଛି। ଡ୍ରୋନ୍‌ କ୍ୟାମେରାରେ ଠାବ କରାଯିବା ପରେ ଘଟଣାସ୍ଥଳରେ ପଡ଼ିଥିବା ଆତଙ୍କବାଦୀମାନଙ୍କ ଶବ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି। କଶ୍ମୀର ଜୋନ୍‌ ପୁଲିସ କହିଛି, କୁଲ୍‌ଗାମ୍‌ ଜିଲ୍ଲାର ଡି. ଏଚ୍‌. ପଡ଼ା ଅଞ୍ଚଳର ସାମ୍‌ନୋ ପକେଟ୍‌ରେ ଗୁରୁବାର ଅପରାହ୍ନରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା।
ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ପାଇବା ପରେ ନିରାପତ୍ତା ବଳ ନେହାମା ଗାଁ’ରେ ତଲାସ ଅଭିଯାନ ଆରମ୍ଭ କରିଥିଲା ବୋଲି ପୁଲିସ ଅଧିକାରୀମାନେ କହିଛନ୍ତି। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ନିରାପତ୍ତା ବଳ କର୍ମଚାରୀମାନଙ୍କ ଉପରକୁ ଗୁଳି ଚଳାଇବାରୁ ଏହି ତଲାସ ଅଭିଯାନ ଗୁଳି ବିନିମୟରେ ପରିଣତ ହେଲା। ସମ୍ପୃକ୍ତ ଅଞ୍ଚଳ ଚାରିପଟେ ନିରାପତ୍ତା ବଳ କର୍ଡନ ବ୍ୟବସ୍ଥା କଠୋର କରିବାରୁ ଆତଙ୍କବାଦୀମାନେ ଫସି ଯାଇଥିଲେ। କିନ୍ତୁ, ରାତିରେ ତଲାସ ଅଭିଯାନ ବନ୍ଦ ଥିଲା।

Share Now:

Kalinga News Beuro

Next Post

ଗିରଫ ହେଲେ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟଙ୍କ ସମେତ ୩ ସଦସ୍ୟ

Fri Nov 17 , 2023
ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବଲୁ) ଅନ୍ୟ ଏକ ବଡ଼ କ୍ରିପ୍ଟୋ-ପଂଜି ସ୍କାମର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଇଓଡବଲୁ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ ସନ୍ଦୀପ ଚୌଧୁରୀଙ୍କୁ ଗିରଫ କରିଛି। ଯେତେବେଳେ ସେ ଭାରତରୁ ଦୁବାଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ରାଜସ୍ଥାନର ଜୟପୁରର ମୂଳ ବାସିନ୍ଦା ସନ୍ଦୀପ ଚୌଧୁରୀ(୪୦)ଙ୍କୁ ଜୟପୁରର ସ୍ଥାନୀୟ କୋର୍ଟରେ ହାଜର […]
ବନ୍ଧା ହେଲେ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial