ଗିରଫ ହେଲେ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟଙ୍କ ସମେତ ୩ ସଦସ୍ୟ

ବନ୍ଧା ହେଲେ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବଲୁ) ଅନ୍ୟ ଏକ ବଡ଼ କ୍ରିପ୍ଟୋ-ପଂଜି ସ୍କାମର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି। ଇଓଡବଲୁ ୟେସ୍ ୱାର୍ଲ୍ଡ କ୍ରିପ୍ଟୋ ଟୋକନର ମୁଖ୍ୟ ସନ୍ଦୀପ ଚୌଧୁରୀଙ୍କୁ ଗିରଫ କରିଛି। ଯେତେବେଳେ ସେ ଭାରତରୁ ଦୁବାଇ ଖସି ପଳାଇବାକୁ ଚେଷ୍ଟା କରୁଥିଲେ, ସେତେବେଳେ ତାଙ୍କୁ ଜୟପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯାଇଥିଲା। ରାଜସ୍ଥାନର ଜୟପୁରର ମୂଳ ବାସିନ୍ଦା ସନ୍ଦୀପ ଚୌଧୁରୀ(୪୦)ଙ୍କୁ ଜୟପୁରର ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା। ଏହାପ‌ରେ ଇଓ ଡବଲୁ ତାଙ୍କୁ ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ଆବେଦନ କରିଥିଲେ। ନ୍ୟାୟାଳୟ ୫ଦିନିଆ ରିମାଣ୍ଡ ଲାଗି ଅନୁମତି ଦେଇଛନ୍ତି। ଏହାପ‌ରେ ସନ୍ଦୀପ ଚୌଧୁରୀଙ୍କୁ ଓଡ଼ିଶା ଅଣାଯାଇଥିଲା ଏବଂ କଟକ ଓପିଆଇଡିରେ ହାଜର କରାଯିବ ବୋଲି ସୂଚନା ମିଳିଛି।
ତେଣେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱରରୁ ଓଡ଼ିଶା ୟେସ୍ ୱାର୍ଲ୍ଡର ଦୁଇ ସଦସ୍ୟ ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକଙ୍କୁ ମଧ୍ୟ ଗିରଫ କରାଯାଇଛି। ଉଭୟଙ୍କୁ କଟକ ଓପିଆଇଡିରେ ହାଜର କରାଯିବ। ପୁରୀର ସ୍ବାଗତ କୁମାର ନାୟକଙ୍କ ଅଭିଯୋଗକ୍ରମେ ଏହି ମାମଲା ପଞ୍ଜିକୃତ ହୋଇଥିଲା। ସନ୍ଦୀପ ଚୌଧୁରୀ, ବସନ୍ତ କୁମାର ପ୍ରଧାନ ଏବଂ ମନୋଜ କୁମାର ପଟ୍ଟନାୟକ ତାଙ୍କଠାରୁ ୮୫ ହଜାର ଟଙ୍କା ଠକିନେଇଥିବାର ଅଭିଯୋଗ କରିଥିଲେ।

Share Now:

Kalinga News Beuro

Next Post

ନକଲି ବନ୍ଧୁକ ଦେଖାଇ ଅସଲି ଲୁଟ୍ : ଅଭିଯୁକ୍ତ ଶଳା ଗିରଫ

Fri Nov 17 , 2023
ଭୁବନେଶ୍ୱର: ନକଲି ବନ୍ଧୁକ ଦେଖାଇ କାର ଲୁଟ୍ କରିଥିବା ଅଭିଯୁକ୍ତ ଗିରଫ ହୋଇଥିବାର ଖବର ମିଳିଛି। ଅଭିଯୁକ୍ତ ରୁଦ୍ର ପ୍ରସାଦ ମହାନ୍ତିକୁ ଗିରଫ କରିଛି ଏୟାରଫିଲଡ ପୁଲିସ। ଅଭିଯୁକ୍ତ ରୁଦ୍ର ପ୍ରସାଦ ମହାନ୍ତିକୁ ଗାଡ଼ି ଚଢ଼ିବାର ଏତେ ନିଶା ଘାରିଥିଲା ଯେ, ନିଜ ଭିଣୋଇଙ୍କ ଗାଡ଼ି ଲୁଟ କରିବା ପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର ରଚିଥିଲା। ମୁଣ୍ଡରେ ବନ୍ଧୁକ ଲଗାଇ ଗାଡ଼ି ଲୁଟ କରି ଫେରାର ହୋଇଯାଉଥିବା ସମୟରେ ରାସ୍ତାରେ ଅଭିଯୁକ୍ତକୁ […]
ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial