ପୋଲାଭରମ୍‌ ମାମଲାରୁ ବିଚାରପତି ଓହରିଲେ: ଶୁଣାଣି ନୂଆ ବେଞ୍ଚରେ ହେବ

ପୋଲାଭରମ୍‌ ମାମଲାରୁ ବିଚାରପତି ଓହରିଲେ

ନୂଆଦିଲ୍ଲୀ : ପୋଲାଭରମ୍ ପ୍ରକଳ୍ପ ମାମଲାର ଶୁଣାଣିରୁ ସୁପ୍ରିମକୋର୍ଟ ବିଚାରପତି ଏଲ. ନାଗେଶ୍ବର ରାଓ ଓହରି ଯାଇଛନ୍ତି। ଏହି ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଶୁଣାଣି ନୂଆ ବେଞ୍ଚରେ ହେବ। ପୋଲାଭରମ୍ ମାମଲାରେ ପୂର୍ବରୁ ଓକିଲାତି କରିଥିବା ଯୋଗୁଁ ବିଚାରପତି ଶ୍ରୀ ରାଓ ଓହରି ଯାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ପୋଲାଭରମ୍ ପଛୁଆ ଜଳ (ବ୍ୟାକ୍‌ ୱାଟର୍‌) ସମସ୍ୟାର ନିରାକରଣ ପାଇଁ ଓଡିଶା, ତେଲେଙ୍ଗନା, ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପୋଲାଭରମ୍ ପ୍ରକଳ୍ପ ପ୍ରାଧିକରଣ, କେନ୍ଦ୍ରିୟ ଜଳ ଆୟୋଗ ମିଳିତ ଭାବେ ଆଲୋଚନା କରିବାକୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ ବୈଷୟିକ କିମିଟି ସୁପାରିଶ କରିଥିଲେ। ତଦ୍ଅନୁସାରେ ଦୁଇଥର ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ ଓଡିଶା ଏଥିରେ ଯୋଗ ଦେଇନଥିଲା। ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଦ୍ବାରା ଯେଉଁ ଆଦେଶ ଜାରି କରାଯାଇଥିଲା ସେଥିରେ ଓଡିଶାର ପକ୍ଷକୁ ଶୁଣାଯାଇନଥିଲା ଏବଂ ଆଦେଶ ଏକ ପାଖିଆ ଦିଆଯାଇଥିବା ଅଭିଯୋଗ କରି ରାଜ୍ୟ ସରକାର ଗତବର୍ଷ ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ।

Share Now:

Kalinga News Beuro

Next Post

୪ଦିନ ଧରି ସଂଧ୍ୟା ପରେ କାଳ‌ବୈଶାଖୀ: ୧୬ ଯାଏ ରାଜଧାନୀରେ ଥଣ୍ଡା ପାଗ

Sat Apr 10 , 2021
କାଳବୈଶାଖୀ ପାଇଁ ଅନୁକୂଳ ବାତାବରଣ ଭୁବନେଶ୍ବର : ବର୍ଷ ଆରମ୍ଭରୁ ରାଜଧାନୀରେ ପ୍ରାୟ ବର୍ଷା ହୋଇ ନ ଥିଲା। ଗତବର୍ଷ ଡିସେମ୍ବରରେ ବି ବର୍ଷା ରାଜଧାନୀରୁ ଏକରକମ ଗାଏବ ଥିଲା। ପ୍ରାୟ ୧୦୦ ଦିନର ବ୍ୟବଧାନ ପରେ ମାର୍ଚ୍ଚ ୨୭ ତାରିଖରେ ରାଜଧାନୀ ଏ ବର୍ଷ ବର୍ଷାର ପହିଲି ସ୍ପର୍ଶ ପାଇଥିଲା। ଅଳ୍ପ ସମୟର ବର୍ଷା ହେଉ ପଛେ ରାଜଧାନୀବାସୀଙ୍କୁ ଏହା ତାତିରୁ କିଛିଟା ଆଶ୍ବସ୍ତ କରିଥିଲା। ସେବେଠୁ ପୁଣି […]
ଏବେ ୪ଦିନ ଧରି ସଂଧ୍ୟା ପରେ କାଳ‌ବୈଶାଖୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial