ମୋଦୀ ହେ, ମୁମକିନ ହେ-ପି ଚିଦାମ୍ବରମ

ମୋଦୀଙ୍କୁ ଟାର୍ଗେଟ କଲେ ପି ଚିଦାମ୍ବରମ୍

ରୋଷେଇ ଗ୍ୟାସ ଦର ବୃଦ୍ଧି ପରେ ମୋଦୀଙ୍କୁ ଟାର୍ଗେଟ କଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ: ଅଣ-ସବସିଡ୍ ଘରୋଇ ଏଲପିଜି ସିଲିଣ୍ଡର ଉପରେ ପୁଣିଥରେ ଦର ବୃଦ୍ଧି ହୋଇଛି। ସରକାରୀ ତୈଳ କମ୍ପାନୀମାନେ ଘରେ ବ୍ୟବହାର ହେଉଥିବା ଏଲପିଜି ସିଲିଣ୍ଡରର ଦାମ ଆଜିଠାରୁ ୨୫ ଟଙ୍କା ବୃଦ୍ଧି କରିଛନ୍ତି। ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ୧୪.୨ ଲିଟର ଏଲପିଜି ସିଲିଣ୍ଡରର ଦାମ୍ ୮୩୪ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଲଗାତାର ରୋଷେଇ ଗ୍ୟାସ ଦର ବୃଦ୍ଧି ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍। ସେ କହିଛନ୍ତି କି, ‘ମୋଦୀ ହେ, ମୁମକିନ ହେ’। ଟୁଇଟ କରି ସେ ନଭେମ୍ବର ୨୦୨୦ରୁ ଜୁଲାଇ ୨୦୨୧ ମଧ୍ୟରେ ବଢିଥିବା ରୋଷେଇ ଗ୍ୟାସ ଦର ବିଷୟରେ ଲେଖିଛନ୍ତି। ନଭେମ୍ବର ୩୦,୨୦୨୦ରେ ରୋଷେଇ ଗ୍ୟାସ ଦର ୫୯୪ଥିବା ବେଳେ ଜୁଲାଇ ୧, ୨୦୨୧ରେ ଏହା ୮୩୪ରେ ପହଞ୍ଚିଥିବା ଲେଖିବା ସହ ‘ମୋଦୀ ହେ, ମୁମକିନ ହେ’ ବୋଲି ଲେଖିଛନ୍ତି।
ସୂଚନା ମୁତାବକ, ଏହା ପୂର୍ବରୁ ଏପ୍ରିଲ ମାସରେ ଏହି ସିଲିଣ୍ଡର ୧୦ ଟଙ୍କା ଶସ୍ତା ହୋଇଥିଲା। ଏହାପରେ ମେ ଓ ଜୁନ୍ ମାସରେ ଗ୍ୟାସ ସିଲିଣ୍ଡରର ଦାମ ସ୍ଥିର ରହିଥିଲା। ଏବେ ଦାମ ବଢିବା ସହ ଦିଲ୍ଲୀ ବ୍ୟତିତ ପଶ୍ଚିମବଙ୍ଗରେ ଏଲପିଜି ସିଲିଣ୍ଡର ପ୍ରତି ୮୬୧ ଟଙ୍କା, ମୁମ୍ବାଇରେ ୮୩୪ ଟଙ୍କା ଓ ଚେନ୍ନାଇରେ ୮୫୦ ଦାମ ରହିଛି। ଚଳିତବର୍ଷ ଆରମ୍ଭରେ ଦିଲ୍ଲୀରେ ୧୪.୩ କିଲୋ ସିଲିଣ୍ଡର ପ୍ରତି ୬୯୪ ଟଙ୍କା ଥିଲା। ହେଲେ ଜୁଲାଇ ମାସ ବେଳକୁ ଏହା ବୃଦ୍ଧି ଘଟି ୮୩୪ ଟଙ୍କାରେ ପହଞ୍ଚିଛି। ଅର୍ଥାତ ୬ ମାସ ମଧ୍ୟରେ ଏଲପିଜି ସିଲିଣ୍ଡରର ଦାମ ୧୩୮ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ୧୯ କିଲୋ ସିଲିଣ୍ଡରର ଦାମ ୭୬.୫୦ ଟଙ୍କା ବୃଦ୍ଧି ପାଇ ୧୫୫୦ ଟଙ୍କାରେ ପହଞ୍ଚିଛି। ଇଣ୍ଡିଆନ ଅଏଲ ୱେବସାଇଟ ମୁତାବକ ଜୁନ ପହିଲାରେ ଏହି ସିଲିଣ୍ଡରର ଦାମ ୧୨୨ ଟଙ୍କା କମ କରାଯାଇଥିଲା। ବର୍ତ୍ତମାନ କୋଲକତା, ମୁମ୍ବାଇ ଓ ଚେନ୍ନାଇରେ ଏହି ସିଲିଣ୍ଡରର ଦାମ କ୍ରମାଗତ ଭାବେ ୧୬୫୧.୫୦, ୧୫୦.୧୬୮୭.୫୦ ଟଙ୍କାରେ ପହଞ୍ଚିଛି।

Share Now:

Kalinga News Beuro

Next Post

ଚୋର ଧରିବାକୁ ଯାଇ ନିସ୍ତୁକ ମାଡ଼ ଖାଇ ହସ୍‌ପିଟାଲରେ ଭର୍ତ୍ତି ହେଲେ ପୁଲିସ

Thu Jul 1 , 2021
ଜଗତସିଂହପୁର: ଚୋର ଧରିବାକୁ ଯାଇଥିବା ପୁଲିସକୁ ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ପିଟିଲା ଚୋର। ପୁଲିସ କନେଷ୍ଟବଳ ଗୁରୁତର ଆହତ। ଘଟଣାସ୍ଥଳରୁ ଚୋର ଫେରାର। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ବାଲିସାହି ଗ୍ରାମରେ। ଘଟଣାକୁ ନେଇ ସମ୍ପୃକ୍ତ ଗ୍ରାମରେ ଉତ୍ତେଜନା ଦେଖିବାକୁ ମିଳିଛି। ସାଇଲୋ ପଞ୍ଚାୟତ ତୋଟାସାହି ଗ୍ରାମର ବୁଢୀ ଜାଗୁଳାଇ ମନ୍ଦିର ତାଲା ଭାଙ୍ଗି ଗତକାଲି ରାତିରେ […]
ପୁଲିସକୁ ଗୋଡାଇ ପିଟିଲା ଚୋର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial