ପୂର୍ବ ସ୍ଥିତିକୁ ଫେରିଲା ଏଲ୍‌ଏସି: ହଟିଲା ଚୀନ୍ ସେନା

ନୂଆଦିଲ୍ଲୀ: ସୀମାରେ ଉତ୍ତେଜନା ହ୍ରାସ ପାଇଁ ଭାରତ ଓ ଚୀନ୍ ମଧ୍ୟରେ ସଂଘଟିତ କୂଟନୈତିକ ଓ କମାଣ୍ଡରସ୍ତରୀୟ ଆଲୋଚନାର ଅଂଶସ୍ବରୂପ ବୁଧବାର ଚୀନୀ ସେନା ଲଦାଖର ଗଲୱାନ, ପେଙ୍ଗଙ୍ଗ୍‌ ଏବଂ ଉଷ୍ମ ପ୍ରସ୍ରବଣ ନିକଟ ସମସ୍ତ ପାଟ୍ରୋଲିଂ ପଏଣ୍ଟ୍ ଇଲାକାରୁ ଦୁଇ କିମି ପଛକୁ ହଟିଛି ଏବଂ ସେଠାରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି। ତେବେ ଏହା ‌ସତ୍ତ୍ବେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ସ୍ଥିତି ଉପରେ କଡ଼ା ନଜର ରଖାଯିବ ବୋଲି ଭାରତୀୟ ସେନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି। ଆସନ୍ତାକାଲି ସୁଦ୍ଧା ଗୋଗ୍ରା ଅଞ୍ଚଳରେ ଏହି ପ୍ରକ୍ରିୟା ସଂପନ୍ନ ହେବ ଏବଂ ଚୀନୀ ସେନାକୁ ସମଗ୍ର ଗୋଗ୍ରା ଅଞ୍ଚଳରୁ ମଧ୍ୟ ଅନୁରୂପ ଭାବେ ୨ କିମି ପଛକୁ ହଟିବାକୁ ପଡ଼ିବ ବୋଲି ଜଣାପଡ଼ିଛି। ଏବେ ଏଲ୍‌ଏସିର ବିବାଦୀୟ ଅଂଚଳରେ ସ୍ଥିତି ସଂପୂର୍ଣ୍ଣ ସ୍ବାଭାବିକ ହେବା ସହ ଏହା ପୂର୍ବ ସ୍ଥିତିକୁ ଫେରିଆସିଛି। ଦୁଇ ଦେଶର ସ୍ବତନ୍ତ୍ର ପ୍ରତିନିଧି ଭାବେ ଚୀନୀ ବିଦେଶ ମନ୍ତ୍ରୀ ଵାଙ୍ଗ୍ ଵାଇ ଏବଂ ଭାରତର ଜାତୀୟ ନିରାପତ୍ତା ପରାମର୍ଶଦାତା ଅଜିତ ଡୋଭାଲଙ୍କ ମଧ୍ୟରେ ଗତ ରବିବାର ସନ୍ଧ୍ୟାରେ ସୀମା ବିବାଦର ସମାଧାନ ଦିଗରେ ଗଠନମୂଳକ ଆଲୋଚନା ପରେ ଚୀନ୍ ସେନା ପକ୍ଷରୁ ଏପରି ସକାରାତ୍ମକ ପଦକ୍ଷେପ ନିଆଯାଇଛି।

Share Now:

Kalinga News Beuro

Next Post

୧୫ ବିଜେଡି ନେତାଙ୍କୁ ନୂଆ ପଦବୀ : ରାଜ୍ୟରେ ବିଭିନ୍ନ ସଂଗଠନର ଦାଇତ୍ୱ ସମ୍ଭାଳିବେ

Thu Jul 9 , 2020
ଭୁବନେଶ୍ୱର: ୧୫ ବିଜେଡି ନେତାଙ୍କୁ ଦଳର ବରିଷ୍ଠ ସାଧାରଣ ସଂପାଦକ ଦାୟିତ୍ୱ। ବିଜେଡି ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ, ୧୫ଜଣ ବରିଷ୍ଠ ସାଧାରଣ ସମ୍ପାଦକ ପଦବୀରେ ଆସୀନ କରାଯିବା ସହ ବିଭିନ୍ନ କ୍ଷେତ୍ର(ୱିଙ୍ଗ)ର ଇନଚାର୍ଜ ମଧ୍ୟ କରାଯାଇଛି। ତେବେ ସର୍ବଭାରତୀୟ ସ୍ତରରେ ବିଜେଡି ପ୍ରଥମ ଦଳ ଭାବେ ନିଜର ଦଳୀୟ ନେତାମାନଙ୍କୁ ସନ୍ତୁଷ୍ଟ କରିବାକୁ ଏଭଳି ୱିଙ୍ଗର ଇନଚାର୍ଜ ଦାୟିତ୍ୱ ଦେଇଛି। ଯେଉଁ ନେତାମାନଙ୍କୁ ଆଜି ବରିଷ୍ଠ ସାଧାରଣ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial