ଟ୍ୟାଙ୍କ, ଯୁଦ୍ଧଯାନ ପରିବହନ ପାଇଁ ପେଙ୍ଗୋଙ୍ଗ ହ୍ରଦ ଉପରେ ଏକ ବଡ଼ ପୋଲ ନିର୍ମାଣ କରୁଛି ଚୀନ

ପେଙ୍ଗୋଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣ କରୁଛି ଚୀନ

ନୂଆଦିଲ୍ଲୀ : ବିବାଦୀୟ ପେଙ୍ଗୋଙ୍ଗ ହ୍ରଦରେ ଆଉ ଏକ ପୋଲ ନିର୍ମାଣ କରୁଛି ଚୀନ। ଏହି ୨ୟ ପୋଲଟି ପ୍ରଥମଟି ତୁଳନାରେ ବଡ଼ ଓ ଅଧିକ ମଜବୁତ। ଭାରି ଯୁଦ୍ଧ ଯାନ ଯାତାୟାତ ପାଇଁ ଚୀନ ଏହାକୁ ନିର୍ମାଣ କରିଥିବା ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ଏପରିକି ଏହି ପୋଲ ଦ୍ବାରା ଟ୍ୟାଙ୍କ ମଧ୍ୟ ଯାଇପାରିବ ବୋଲି କୁହାଯାଉଛି। ଓପନ ସୋର୍ସ ଇଣ୍ଟେଲିଜେନ୍ସ ବିଶେଷଜ୍ଞ ଡାମିଏନ ସାଇମନ କହିଛନ୍ତି ଯେ ବିଭିନ୍ନ ସମୟରେ ନିଆଯାଇଥିବା ଉପଗ୍ରହ ଚିତ୍ରର ଅନୁଶୀଳନରୁ ଜଣାଯାଇଛି ଯେ, ଚୀନ ପେଙ୍ଗାଙ୍ଗ ହ୍ରଦ ନିକଟରେ ପୋଲ ଓ ନିଜର ସାମରିକ ଭିତ୍ତିଭୂମି ନିର୍ମାଣ ଜାରି ରଖିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨ୟ ପୋଲଟି ପ୍ରଥମ ପୋଲ ସହ ସମାନ୍ତରାଳ ଭାବେ ନିର୍ମାଣ କରାଯାଇଛି। କିନ୍ତୁ ନୂଆ ପୋଲଟି ପ୍ରଥମ ତୁଳନାରେ ବେଶ ବଡ଼ ଓ ଅଧିକ ମଜବୁତ। ଏହି ପୋଲ ଦେଇ ଟ୍ୟାଙ୍କ ଓ ଭାରି ଯୁଦ୍ଧଯାନ ପରିବହନ କରିବାକୁ ଚୀନ ଯୋଜନା କରୁଛି। ଭବିଷ୍ୟତରେ ଭାରତୀୟ ସେନା ସହ ଯୁଦ୍ଧ ହେଲେ ଏହି ପୋଲ ଚୀନ ସେନା ପାଇଁ ବେଶ ସହାୟକ ହେବ ବୋଲି ସେ କହିଛନ୍ତି। ଗତ ବର୍ଷ ପେଙ୍ଗାଙ୍ଗ ହ୍ରଦରେ ନିଜର ପ୍ରଥମ ପୋଲ ନିର୍ମାଣ କରିବା ପରେ ଚୀନ ହଟ ସ୍ପ୍ରିଙ୍ଗ ଅଞ୍ଚଳରେ ଭାରତୀୟ ଅଞ୍ଚଳକୁ ଲାଗି ୩ଟି ମୋବାଇଲ ଟାଓ୍ବାର ନିର୍ମାଣ କରିଥିଲା। ଚୀନର ଏସବୁ ନିର୍ମାଣ କାର୍ଯ୍ୟକୁ ଭାରତ ଗତ ଜାନୁଆରି ମାସରେ ଦୃଢ ବିରୋଧ କରିଥିଲା।

Share Now:

Kalinga News Beuro

Next Post

ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତୀୟ ନୌସେନା

Wed May 18 , 2022
ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା। ବାଲେଶ୍ବର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି। ଏହି କ୍ଷେପଣାସ୍ତ୍ରକୁ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ପକ୍ଷରୁ ନିର୍ମାଣ କରାଯାଇଛି। ଏହି ପରୀକ୍ଷଣ ବେଳେ ନୌସେନାର ବରିଷ୍ଠ ଅଧିକାରୀ ଓ ଡିଆରଡିଓର ବୈଜ୍ଞାନିକମାନେ ଉପସ୍ଥିତ ଥିଲେ। […]
ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial