ଗଲୱାନ ହିରୋ ସହିଦ୍ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର : ଓଡ଼ିଆ ସହିଦ୍ ନୁଦୁରାମଙ୍କୁ ବୀରଚକ୍ର

ସହିଦ୍ ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଲୱାନ ସଂଘର୍ଷରେ ସହିଦ ସୈନିକମାନଙ୍କୁ ବୀରତ୍ବ ସମ୍ମାନରେ ସମ୍ମାନିତ କରିଛନ୍ତି। ଗଲଓ୍ବାନ ହିରୋ ସହିଦ୍ କର୍ଣ୍ଣେଲ ବି. ସନ୍ତୋଷ ବାବୁଙ୍କୁ ମହାବୀର ଚକ୍ର ପ୍ରଦାନ କରାଯାଇଛି। ଓଡ଼ିଆ ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ବୀରଚକ୍ର ପ୍ରଦାନ କରାଯାଇଛି। ଗଲୱାନ ସଂଘର୍ଷ ବେଳେ କର୍ଣ୍ଣେଲ ସନ୍ତୋଷ ବାବୁ ଭାରତୀୟ ସେନାଦଳର ନେତୃତ୍ବ ନେଇ ଅତୁଳନୀୟ ବୀରତ୍ବ ପ୍ରଦର୍ଶନ କରିଥିଲେ। ତାଙ୍କ ପତ୍ନୀ ବିକୁମାଲା ସନ୍ତୋଷୀ ଓ ମାତା ବିକୁମାଲା ରାଷ୍ଟ୍ରପତିଙ୍କ ଠାରୁ ମହାବୀର ଚକ୍ର ଗ୍ରହଣ କରିଛନ୍ତି। ଓଡ଼ିଆ ଯବାନ ନାଏବ ସୁବେଦାର ନୁଦୁରାମ ସୋରେନଙ୍କ ପତ୍ନୀ ବୀରଚକ୍ର ଗ୍ରହଣ କରିଛନ୍ତି। ସେହିପରି ଗଲୱାନ ସଂଘର୍ଷ ବେଳେ ସହିଦ ହୋଇଥିବା ହାବଲଦାର କେ.ପଲାନି, ସିପାହୀ ଗୁରୁତେଜ ସିଂ ଓ ନାଏକ ଦିପକ ସିଂଙ୍କୁ ବୀର ଚକ୍ର ପ୍ରଦାନ କରାଯାଇଛି।
୨୦୨୦ ଜୁନ ୧୫ରେ ହୋଇଥିବା ଗଲୱାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ। ତେବେ ଚୀନ ପ୍ରଥମେ ଏ ନେଇ ନୀରବତା ଅବଲମ୍ବନ କରିଥିଲେ ବି ପରେ ସ୍ବୀକାର କରିଥିଲା ଯେ ଏଥିରେ ୪ ଜଣ ପିଏଲଏ ସୈନିକ ମୃତ୍ୟୁବରଣ କରିଥିଲେ। କିନ୍ତୁ ସିଆଇଏ ଏବଂ ଋଷିଆର କେଜିବି ରିପୋର୍ଟ ଅନୁସାରେ ଏହି ସଂଘର୍ଷରେ ୪୦ରୁ ଅଧିକ ଚୀନ ସୈନ୍ୟ ପ୍ରାଣ ହରାଇଥିଲେ।

Share Now:

Kalinga News Beuro

Next Post

କେବଳ ଭାରତକୁ ଏସ୍-୫୦୦ ଓ ଏସ୍-୫୫୦ ମିସାଇଲ ସିଷ୍ଟମ ବିକିବ ଋଷିଆ

Tue Nov 23 , 2021
୫ରେ ପୁଟିନଙ୍କ ଭାରତ ଗସ୍ତ ନୂଆଦିଲ୍ଲୀ : ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସନ୍ତା ମାସ ୫ ତାରିଖରେ ଭାରତ ଗସ୍ତରେ ଆସିବାର କାର୍ୟ୍ୟକ୍ରମ ରହିଛି। ଏହି ଅବସରରେ ଦୁଇ ଦେଶ ମଧ୍ୟରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହେବାର ସମ୍ଭାବନା ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି ଆମେଥିଠାରେ ପ୍ରସ୍ତାବିତ କାଲାସନିକୋଭ କାରଖାନା ପ୍ରତିଷ୍ଠା। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ପୁଟିନଙ୍କ ଏହି ଗସ୍ତ ସମୟରେ ଭାରତକୁ ଏସ-୫୦୦ […]
ଭାରତକୁ ଏସ୍-୫୦୦, ଏସ୍-୫୫୦ ମିସାଇଲ ବିକିବ ଋଷିଆ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial