ମହଙ୍ଗା ପଡ଼ିଲା କାଠୁଆ ପୀଡ଼ିତାଙ୍କ ପରିଚୟ ପ୍ରକାଶ, ୧୦ ଲକ୍ଷ ଲେଖାଏଁ ଜରିମାନା ଗଣିବେ ୧୨ ଗଣମାଧ୍ୟମ ସଂସ୍ଥା

ନୂଆଦିଲ୍ଲୀ: ତଣ୍ଡ ଗଣିବେ ଗଣମାଧ୍ୟମ ସଂସ୍ଥାର ମାଲିକ। ବହୁଚର୍ଚ୍ଚିତ ଜମ୍ମୁ କାଶ୍ମୀରର କାଠୁଆ ଗଣଦୁଷ୍କର୍ମ ହତ୍ୟା ଘଟଣାର ୮ ବର୍ଷର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବାରୁ ୧୨ଟି ଗଣମାଧ୍ୟମ ସଂସ୍ଥାକୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଦାଖଲ କରିବାକୁ ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତେବେ ୧୨ଟି ସଂସ୍ଥାରୁ ଗତକାଲି ୯ଟି ସଂସ୍ଥା ପକ୍ଷରୁ ଓକିଲ କୋର୍ଟରେ ହାଜର ହୋଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କ୍ଷମା ମଗାଯାଇଛି। ଏହି ଅର୍ଥ Jammu and Kashmir Victim Compensation Fundରେ ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଓ ବିଚାରପତି ହରିଶଙ୍କର ଖଣ୍ଡପୀଠରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ନୋଟିସ ଜାରି ହୋଇଥିବା ସଂସ୍ଥା ପକ୍ଷରୁ ହାଜର ହୋଇଥିବା ଓକିଲ ମଧ୍ୟ ପକ୍ଷ ରଖିଥିଲେ। ସେମାନେ କହିଥିଲେ ଯେ, ଆଇନ ବିଷୟରେ ଅଜ୍ଞ ଥିବା ଏବଂ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିବାରୁ ପରିଚୟ ପ୍ରକାଶ କରାଯାଇଥିଲା। କୋର୍ଟଙ୍କ କହିବା ଅନୁଯାୟୀ, ସେକ୍ସନ-୨୩ ଏବଂ POCSO ଆଇନ୍ ଅନୁଯାୟୀ କୌଣସି ନିର୍ଯାତନା ମାମଲାରେ ସେମାନଙ୍କ ପରିଚୟ ପ୍ରକାଶ କରିବା ବେଆଇନ୍। ଏଥିପାଇଁ ଭାରତୀୟ ପିଙ୍ଗଳଧାରା 228A ଅନୁଯାୟୀ ୨ ବର୍ଷର ଦଣ୍ଡ ବ୍ୟବସ୍ଥା ରହିଛି। ତେଣୁ ସେ ଦୃଷ୍ଟିରୁ ସମ୍ପୃକ୍ତ ପୀଡ଼ିତାଙ୍କ ନାଁ ଓ ଫଟୋ ପ୍ରକାଶ କରାଯିବା ବେଆ‌ଇନ ବୋଲି କୋର୍ଟ କହିଛନ୍ତି।

Share Now:

Kalinga News Beuro

Leave a Reply

Next Post

ପାଣିପାଗ ସତର୍କତା : ଉପକୂଳ ଓଡ଼ିଶାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା

Thu Apr 19 , 2018
ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲା ବିଶେଷ କରି ଉପକୂଳ ଓଡ଼ିଶାର କେତେକ ଜିଲ୍ଲା ଏବଂ କୋରାପୁଟ, ମାଲକାନଗିରି, ଭବାନିପାଟଣା, ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କୁଆପଥର ମାଡ଼ ସହ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଏହି ସମୟ ମଧ୍ୟରେ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ ତଥା ବଜ୍ରପାତ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial