ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ସୁଲୁହୁ ହସନଙ୍କୁ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ୍ କରିଛନ୍ତି। ଦୁଇ ଦେଶ ମଧ୍ୟରେ ‘ରଣନୈତିକ ଭାଗିଦାରୀ’କୁ ଆହୁରି ସୁଦୃଢ କରିଥିବାରୁ ଶ୍ରୀ ପ୍ରଧାନ ତାଞ୍ଜାନିଆ ରାଷ୍ଟ୍ରପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଞ୍ଜାନିଆ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନ ଧରି ରହିଥିବା ବନ୍ଧୁତାକୁ ନୂଆ ଉତ୍ସାହ ଦେବା ସହ ଉଜ୍ଜିବୀତ କରିଛି।
ତାଞ୍ଜାନିଆର ଜାଞ୍ଜିବର ଠାରେ ଆଇଆଇଟି ମାଡ୍ରାସ କ୍ୟାମ୍ପସ ସ୍ଥାପନ କରିବା ପାଇଁ ଅନୁମତି ଦେଇଥିବାରୁ ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାବ୍ୟତୀତ ତାଞ୍ଜାନିଆର ଶିକ୍ଷା ଏବଂ ଦକ୍ଷତା ପ୍ରାଥମିକତାକୁ ଆଗକୁ ବଢ଼ାଇବା ପାଇଁ ତାଞ୍ଜାନିଆ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରିବାକୁ ଭାରତର ଥିବା ଆଗ୍ରହ ନେଇ ଶ୍ରୀ ପ୍ରଧାନ ରାଷ୍ଟ୍ରପତିଙ୍କୁ ଅବଗତ କରାଇଥିଲେ।
ତାଞ୍ଜାନିଆର ରାଷ୍ଟ୍ରପତି ସାମିୟା ହସନଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Share Now: