ବାହାନଗା ଟ୍ରେନ୍‌ ଦୁର୍ଘଟଣା ଶବ ସତ୍କାର ପାଇଁ ଏନ୍‌ଓସି

ଶବ ସତ୍କାର ପାଇଁ ଏନ୍‌ଓସି

ଚିହ୍ନଟ ହୋଇପାରିନଥିବା ୨୮ ମୃତଦେହର ଅନ୍ତିମ ସତ୍କାର କରିବ ବିଏମ୍‌ସି: ବିଜୟ ଅମୃତ କୁଳାଙ୍ଗେ

ଭୁବନେଶ୍ୱର: ବାହାନଗା ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହର ଅନ୍ତିମ ସତ୍କାର କରାଯିବ। ତେବେ କେତେ ଶବ ସତ୍କାର କରାଯିବ ସେନେଇ କୌଣସି ତାରିଖ ଧାର୍ଯ୍ୟ ହୋଇନାହିଁ। ଏମ୍ସ ପାଖରେ ଏବେ ୨୮ଟି ଚିହ୍ନଟ ହୋଇନଥିବା ମୃତଦେହ ରହିଛି। ଅର୍ଥାତ୍ ୨୮ଟି ମୃତଦେହର କେହି ଦାବିଦାର ନାହାନ୍ତି। ସେ ସବୁର ସତ୍କାର ପାଇଁ ଏବେ ପ୍ରକ୍ରିୟା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର କାର୍ଯ୍ୟବାହୀ ନିର୍ଦ୍ଦେଶକ।
ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କମିସନର ବିଜୟ ଅମୃତ କୁଳାଙ୍ଗେ କହିଛନ୍ତି, ବାହାନଗା ଦୁର୍ଘଟଣାରେ ଚିହ୍ନଟ ହୋଇପାରିନଥିବା ମୃତଦେହ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ବୈଠକ ହୋଇଥିଲା। ବୈଠକରେ ୨୮ ମୃତଦେହ ସତ୍କାର ବିଏମ୍‌ସି କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ଶବ ସତ୍କାର ପାଇଁ ଏନ୍‌ଓସି ଆସିଛି। ଖୋର୍ଦ୍ଧା ଜିଲ୍ଲାପାଳ ଏନେଇ ବିଏମ୍‌ସିକୁ ଚିଠି କରିଥିଲେ। ବିଏମ୍‌ସି ପକ୍ଷରୁ ଏମ୍ସ ପ୍ରଶାସନକୁ ଚିଠି ଲେଖିଥିଲୁ ଶବ ହସ୍ତାନ୍ତର କରିବା ପାଇଁ। ଏମ୍ସ ପକ୍ଷରୁ ସିବିଆଇକୁ ଚିଠି କରାଯାଇଛି। ଅଧିକ ସିବିଆଇ ଅଧିକାରୀ ଆସି ଶବ ହସ୍ତାନ୍ତର ଓ କ୍ରିମେସନ୍ ବେଳେ ଉପସ୍ଥିତ ରହିବେ। ପ୍ରକ୍ରିୟା ଆରମ୍ଭ ହୋଇଛି, ଦିନେ ଦୁଇ ଦିନ ଭିତରେ ସିବିଆଇ ଅଧିକାରୀମାନେ ଆସି ଆମକୁ ଶବ ହସ୍ତାନ୍ତର କରିବେ। ଶବ ଗୁଡିକ କାଠ ଜରିଆରେ ପୋଡ଼ାଯିବ। ଏସ୍‌ଓପି ଅନୁସାରେ ସତ୍କାର ହେବ। ସତ୍ୟନଗର ଓ ଭରତପୁର ସହ ଅନ୍ୟ ଶ୍ମଶାନ ବି ଅଛି ଯେଉଁଠି ସତ୍କାର କରାଯାଇ ପାରିବ।

Share Now:

Kalinga News Beuro

Next Post

ଖୋଲା ଆକାଶ ତଳେ ଶହଶହ ନିରାଶ୍ରୟ: ସୁପ୍ରିମକୋର୍ଟଙ୍କ ଆଦେଶ ଧର୍ମକୁ ଆଖିଠାର

Mon Oct 9 , 2023
ଭୁବନେଶ୍ୱର: ସହରର ଖୋଲା ଆକାଶ ତଳେ କେହି ଶୋଇବେନି। ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେବା ପରେ ସହରାଞ୍ଚଳ ବାସହୀନଙ୍କ ପାଇଁ ତିଆରି ହୋଇଥିଲା ‘ସହରାଞ୍ଚଳ ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ’(ଏସ୍‌ୟୁଏଚ୍‌)। ରାଜ୍ୟର ସମସ୍ତ ପୌରସଂସ୍ଥାଙ୍କ ସହ ବିଏମ୍‌ସି ଅଞ୍ଚଳରେ ଜାତୀୟ ସହରାଞ୍ଚଳ ଜୀବୀକା ମିସନ୍‌ (ଏନ୍‌ୟୁଏଲ୍‌ଏମ୍‌)ଅଧୀନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏସ୍‌ୟୁଏଚ୍‌ ନିର୍ମାଣ ହୋଇଥିଲା। ହେଲେ ନିରାଶ୍ରୟଙ୍କ ଭାଗ୍ୟ କିନ୍ତୁ ପରିବର୍ତ୍ତନ ହେଲାନି। ରାସ୍ତାକଡ଼ରେ ସେମିତି ପଡ଼ି ରହିଲେ। […]
ଖୋଲା ଆକାଶ ତଳେ ଶହଶହ ନିରାଶ୍ରୟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial