ପୋଲ ତଳକୁ ଖସିପଡ଼ିଲା ବସ୍‌ : ଚାଲିଗଲା ୧୫ ଜୀବନ

ପୋଲ ତଳକୁ ଖସିପଡ଼ିଲା ବସ୍‌

ଭୋପାଳ: ମଧ୍ୟପ୍ରଦେଶର ଖାର୍ଗୋନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଖାର୍ଗୋନସ୍ଥିତ ଏକ ପୋଲ‌ରେ ବସ୍‌ଟି ଯାଉଥିବା ବେଳେ ପୋଲ ତଳକୁ ଖସି ପଡ଼ିବା ପରେ ବସ୍‌ରେ ଥିବା ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ତେବେ ଏହି ବସ୍‌ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଆହତ ‌‌ହୋଇଛନ୍ତି। ଜାଣିବାକୁ ମିଳିଛି ଯେ ଏହି ବସ୍‌ରେ ସମୁଦାୟ ୫୦ରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକ ସେଠାକୁ ଧାଇଁ ଯାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନେ ଆହତମାନଙ୍କୁ ବସ୍‌ ଭିତରୁ ବାହାରକୁ କାଢ଼ି ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। କିଛି ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ତେବେ ଖବର ପାଇ ଜିଲ୍ଲାପାଳ ଶିବରାଜ ସିଂହ ବର୍ମା ଦୁର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରିଛନ୍ତି।
ଦୁର୍ଘଟଣା ଘଟିବା ପରେ ରାଜ୍ୟ ସରକାର ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତର ଆହତଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଘୋଷଣା କରିଥିବା ବେଳେ ସାମାନ୍ୟ ଆହତଙ୍କ ପାଇଁ ୨୫ ହଜାର ଟଙ୍କା ଲେଖାଏ ଘୋଷଣା କରିଛନ୍ତି। ସୂଚନାରୁ ପ୍ରକାଶ ଯେ ବସ୍‌ଟି ଇନ୍ଦୋର ଯିବା ବାଟରେ ଏପରି ଘଟିଛି। ତେବେ ଦୁର୍ଘଟଣା କେଉଁ ପରିସ୍ଥିତିରେ ଓ କିପରି ଘଟିଲା ପୁଲିସ୍‌ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Share Now:

Kalinga News Beuro

Next Post

ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରମିକଙ୍କ ଝିଅର ସଫଳତା : ୬୦୦ରୁ ୬୦୦ ନମ୍ବର ରଖିଲେ

Tue May 9 , 2023
ନୂଆଦିଲ୍ଲୀ : ସୋମବାର ଦିନ ତାମିଲନାଡୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏସ୍‌ ନନ୍ଦିନୀ ନାମକ ଜଣେ ଛାତ୍ରୀ ପୂରା ୬୦୦ରୁ ୬୦୦ ନମ୍ବର ରଖିଛନ୍ତି। ଏସ୍‌ ନନ୍ଦିନୀ ହେଉଛନ୍ତି ତାମିଲନାଡ଼ୁ ଡିଣ୍ଡିଗୁଲ୍‌ରେ ଜଣେ ଶ୍ରମିକଙ୍କ ଝିଅ। ନନ୍ଦିନୀ ଆନ୍ନାମଲ୍ଲାଇଆର ଗାର୍ଲ ହାୟର ସେକେଣ୍ଡାରି ସ୍କୁଲ୍‌ରେ ଅଧ୍ୟୟନ କରୁଥିଲେ। ସେ ୬ଟି ପେପର୍‌ ତାମିଲ, ଇଂଲିଶ, ଇକୋନୋମିକ୍ସ, କମର୍ସ, ଆକାଉଣ୍ଟାନ୍ସି ଏବଂ କମ୍ପୁଟର ଆପ୍ଲିକେସନ୍‌ରେ ୧୦୦ ନମ୍ବର […]
ଶ୍ରମିକଙ୍କ ଝିଅର ସଫଳତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial