ଭଗବାନ ରାମଲଲ୍ଲା ପିନ୍ଧିଛନ୍ତି ଏସବୁ ଦୁର୍ମୂଲ୍ୟ ରତ୍ନ ଆଭୂଷଣ

ଅଯୋଧ୍ୟା: ଭଗବାନ ରାମଲଲ୍ଲା ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଶେଷ ହୋଇଛି। ସାମ୍ନାକୁ ଆସିଛି ଭଗବାନ ରାମଙ୍କର ଆକର୍ଷଣୀୟ ବିଗ୍ରହ। ଭଗବାନ ରାମଙ୍କ ମୂର୍ତ୍ତିକୁ ଅତ୍ୟନ୍ତ ଆକର୍ଷଣୀୟ ଅଳଙ୍କାରରେ ସଜାଯାଇଛି। ଆସନ୍ତୁ ଜାଣିବା ଏହି ଅଳଙ୍କାର ତିଆରିରେ କେଉଁ ରତ୍ନପଥର ବ୍ୟବହାର କରାଯାଇଛି ଏବଂ ବଜାରରେ ଏହି ରତ୍ନର ମୂଲ୍ୟ କେତେ। ଭଗବାନ ଶ୍ରୀରାମଙ୍କ ବିଗ୍ରହକୁ ଧ୍ୟାନର ସହ ଦେଖିଲେ ଆପଣ ଜାଣିପାରିବେ ଯେ ତାଙ୍କୁ ସଜାଇବା ପାଇଁ ଅତ୍ୟନ୍ତ ଦିବ୍ୟ ଓ ଦୁର୍ମୂଲ୍ୟ ଅଳଙ୍କାର ବ୍ୟବହାର କରାଯାଇଛି। ଉଦାହରଣ ସ୍ୱରୂପ, ସୁନାରେ ନିର୍ମିତ ମୁକୁଟ ମଝିରେ ଏକ ପାନା ରତ୍ନ ଏବଂ ମୁଣ୍ଡରେ ହୀରା ବ୍ୟବହାର କରାଯାଇଛି। ସେହିପରି ଭଗବାନ ଶ୍ରୀରାମଙ୍କ ମଥାରେ ଲାଗିଥିବା ତିଳକ ହୀରା ଓ ରୁବିରେ ନିର୍ମିତ। କାନର କୁଣ୍ଡଳରେ ମୋତି, ପାନା ଓ ରୁବି ବ୍ୟବହାର କରାଯାଇଛି। ବେକରେ ଲାଗିଥିବା ହାରରେ ପାନା, ରୁବି, ମୋତି ଓ ହୀରା ମଧ୍ୟ ବ୍ୟବହୃତ ହୋଇଛି। ଏହାବ୍ୟତୀତ ଭଗବାନ ଶ୍ରୀରାମଙ୍କୁ ଆହୁରି ଅନେକ ଅଳଙ୍କାରରେ ସଜ୍ଜିତ କରାଯାଇଛି।
ଏବେ ଆସନ୍ତୁ ଜାଣିବା ରାମଲଲ୍ଲା ପିନ୍ଧିଥିବା ରତ୍ନର ମୂଲ୍ୟ କେତେ ହେବ। ରାମଲଲ୍ଲା ସମୁଦାୟ କେତେ ଟଙ୍କାର ଆଭୂଷଣ ପିନ୍ଧିଛନ୍ତି ତାହା କହିବା ସହଜ ନଥିଲେ ବି ଆମେ ସେଗୁଡ଼ିକ ଦର ବିଷୟରେ ଅନୁମାନ ଲଗାଇପାରିବା। ଜେମପଣ୍ଡିତ ୱେବସାଇଟରେ ଦିଆଯାଇଥିବା ତଥ୍ୟ ଅନୁସାରେ ୧.୦୩ କ୍ୟାରେଟ୍ ପାନ୍ନା ବା ଏମରାଲ୍ଡର ମୂଲ୍ୟ ୭୧,୯୦୦ ଟଙ୍କା। ସେହିପରି ୧.୨୧ କ୍ୟାରେଟ୍ ରୁବିର ମୂଲ୍ୟ ୧୪,୬୦୦ ଟଙ୍କା ରହିଛି। ହୀରା ବିଷୟରେ କହିବାକୁ ଗଲେ ମାଇରତ୍ନ ଡଟକମରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏକ କ୍ୟାରେଟ ହୀରାର ମୂଲ୍ୟ ଅଢେଇ ଲକ୍ଷରୁ ୨୦ ଲକ୍ଷ ମଧ୍ୟରେ ହୋଇପାରେ। ସେହିପରି କିଛି ହୀରାର ଦାମ୍ ଆହୁରି ଅଧିକ ରହିଛି। ମୋତି ବିଷୟରେ କହିବାକୁ ଗଲେ ଏହାର ମୂଲ୍ୟ ୧୦ ହଜାରରୁ ଏକ ଲକ୍ଷ ଟଙ୍କା ମଧ୍ୟରେ ରହିଛି। ତେବେ କିଛି ମୋତିର ଦାମ୍ ଆହୁରି ଅଧିକ ରହିଛି। ସେହି ଅନୁଯାୟୀ ରାମଲାଲାଙ୍କ ମୂର୍ତ୍ତିକୁ କୋଟି କୋଟି ଟଙ୍କାର ଅଳଙ୍କାରରେ ସଜ୍ଜିତ କରାଯାଇଛି।

Share Now:

Kalinga News Beuro

Next Post

ଅଯୋଧ୍ୟାରୁ ଫେରିବା ପରେ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କଲେ ମୋଦୀ

Mon Jan 22 , 2024
ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିରରେ ଭଗବାନ ରାମଲଲାଙ୍କ ପୂଜାର୍ଚ୍ଚନା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ସୌରଶକ୍ତି ଯୋଜନା ଘୋଷଣା କରିଛନ୍ତି। ଏହାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା। ପିଏମ ମୋଦୀଙ୍କ ଘୋଷଣା ଅନୁଯାୟୀ, ଏକ ଯୋଜନା ଅଧୀନରେ ୧ କୋଟି ଘରେ ଛାତ ଉପରେ ସୋଲାର ପ୍ୟାନେଲ୍ ରହିବ। ଏହା ଫଳରେ ଦେଶର ଗରିବ ଓ ମଧ୍ୟବିତ୍ତ ଲୋକଙ୍କ ବିଜୁଳି ବିଲ୍ ହ୍ରାସ କରିବାକୁ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial