ଭୟାବହ ସଡ଼କ ଦୁର୍ଘଟଣାରେ ୧୦ମୃତ,୨୦ଗୁରୁତର

ହାଟେଲରେ ବସି ଖାଉଥିବା ବେଳେ ମାଡ଼ିଗଲା ଟ୍ରକ

ହାଟେଲରେ ବସି ଖାଉଥିବା ବେଳେ ମାଡ଼ିଗଲା ଟ୍ରକ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଧୁଲେ ଜିଲ୍ଲାର ଶିରପୁର ଅଞ୍ଚଳରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ଆସିଛି। ଏହି ଦୁର୍ଘଟଣାରେ ଏକ ଟ୍ରକ ଚାରିଟି ଗାଡ଼ିକୁ ଧକ୍କା ଦେବାପରେ ଜାତୀୟରାଜପଥ‌ରେ ଥିବା ଏକ ହୋଟେଲ ଭିତରେ ପଶି ଯାଇଥିଲା। ପ୍ରକାଶିତ ରିପୋର୍ଟ ମୁତାବକ, ଏହି ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଏଥିରେ ଆହତ ‌ହୋଇଛନ୍ତି। ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟଲୋକଙ୍କ କହିବାନୁସାରେ, ହୋଟେଲରେ କିଛି ଯାତ୍ରୀ ବସି ଖାଉଥିଲେ। ଏହି ସମୟରେ ଭାରସାମ୍ୟ ହରାଇ ଏକ ଟ୍ରକ ଦ୍ରୁତଗତି‌ରେ ହୋଟେଲ ଭିତରକୁ ପଶି ଆସିଥିଲା। ଟ୍ରକକୁ ଏଭଳି ମାଡ଼ି ଆସୁଥିବା ଦେଖି ଲୋକେ ଦୌଡ଼ାଦୌଡ଼ି ହୋଇଥିଲେ। ଫଳରେ କିଛି ଲୋକଙ୍କୁ ଏହି ଟ୍ରକ ଧକ୍କା ଦେଇ ଆଗକୁ ବଢ଼ିଯାଇଥିଲା।
ଆଗକୁ ଯାଇ ଟ୍ରକଟି ଅଟକି ଯାଇଥିଲା। କିଛି ସମୟ ପୂର୍ବରୁ ହୋଟେଲରେ ଏକାଠି ବସି ଖାଉଥିବା ବେଳେ ଦୁର୍ଘଟଣାରେ ଆତ୍ମୀୟଙ୍କୁ ହରାଇ ଲୋକେ କାନ୍ଦିକାନ୍ଦି ଅଚେତ ହୋଇପଡ଼ୁଛନ୍ତି। ଖବର ପାଇ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କୁ ବ୍ୟବ‌ଚ୍ଛେଦ ପାଇଁ ପଠାଇ ଦେଇଛି। ଏଥିସହିତ ପୁଲିସ ଆହତଙ୍କୁ ପ୍ରାଥମିକ ଚିକିତ୍ସା ଦେବା ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଦୁର୍ଘଟଣାର ଯାଞ୍ଚ କରି ଟ୍ରକ ଚାଳକଙ୍କୁ ଅଟକି ରଖିଛି। ଟ୍ରକ ଚାଳକ ବି ଏହି ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡ଼ିଛି।

Share Now:

Kalinga News Beuro

Next Post

ଶକ୍ତି ସଞ୍ଚୟ ନାଁରେ ଦୁର୍ନୀତି : ଠିକାସଂସ୍ଥାଙ୍କ ସହ ଅଧିକାରୀଙ୍କ ଭାଗଚାଷ ଅଭିଯୋଗ

Tue Jul 4 , 2023
ଭୁବନେଶ୍ୱର: ଶକ୍ତି ସଞ୍ଚୟ ନାଁରେ ବିଏମ୍‌ସିରେ ଦୁର୍ନୀତି ଚାଲିଛି। ୮୦ ପ୍ରତିଶତ ପର୍ଯ୍ୟନ୍ତ ବିଜୁଳି ବଞ୍ଚାଇବା ବା ବିଜୁଳି ବିଲ୍‌ରେ ପୂର୍ବାପେକ୍ଷା ୮୦ ପ୍ରତିଶତ ଟଙ୍କା ବଞ୍ଚାଇବା ଚୁକ୍ତି କରିଥିବା ସଂସ୍ଥାକୁ କେହି ଜଗିବାକୁ ନାହାନ୍ତି। ଅଧିକାରୀ ସଂସ୍ଥା ସହ ହାତ ମିଶାଇଥିବାରୁ ମୋଟା ଅଙ୍କର ଅର୍ଥ ବାଟ ମାରଣା ହେଉଛି। ୧୦ ବର୍ଷ ଧରି ଠିକା ସଂସ୍ଥା ଶକ୍ତି ସଞ୍ଚୟ ନାମରେ ହରିଲୁଟ୍‌ କରୁଥିଲେ ମଧ୍ୟ ଜଗିବା ପାଇଁ […]
ଶକ୍ତି ସଞ୍ଚୟ ନାଁରେ ଦୁର୍ନୀତି

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial