ଛତିଶଗଡ଼ କାଙ୍କେରରେ ଏନକାଉଣ୍ଟର : ପୁଲିସ ଓ ମାଓବାଦୀ ନିହତ

କାଙ୍କେର: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ରବିବାର ହୋଇଥିବା ଏନକାଉଣ୍ଟରରେ ଜଣେ ପୁଲିସ କନେଷ୍ଟବଳ ଓ ଜଣେ ମାଓବାଦୀ ନିହତ ହୋଇଛନ୍ତି। ବସ୍ତର ରେଞ୍ଜର ଆଇଜି ସୁନ୍ଦରରାଜ ପି କହିଛନ୍ତି ଯେ ଛୋଟବେଥିଆ ଥାନା ଅଧୀନ ହିଦୁର ଗ୍ରାମ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ଏକ ମିଳିତ ଟିମ୍‌ ମାଓ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଏହି ଗୁଳିବିନିମୟ ହୋଇଥିଲା। ହିଦୁର ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ନିର୍ଦ୍ଦିଷ୍ଟ ସୂଚନା ଆଧାରରେ ଏହି ଅପରେସନ ଆରମ୍ଭ କରାଯାଇଥିଲା। ଏହି ଅପରେସନରେ ସୀମା ସୁରକ୍ଷା ବଳ (ବିଏସଏଫ) ଓ ଜିଲ୍ଲା ଫୋର୍ସ ସମେତ ରାଜ୍ୟ ପୁଲିସର ଉଭୟ ୟୁନିଟ୍‌ ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି) ଓ ବସ୍ତର ଯୋଦ୍ଧାର ଯବାନମାନେ ସାମିଲ ହୋଇଥିଲେ।
ପାଟ୍ରୋଲିଂ ଟିମ୍‌ ଜଙ୍ଗଲକୁ ଘେରାଉ କରୁଥିବା ବେଳେ ମାଓବାଦୀମାନେ ସେମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଗୁଳିବିନିମୟରେ ବସ୍ତର ଯୋଦ୍ଧାର କନଷ୍ଟେବଳ ରମେଶ କୁରେଥି ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ଓ ଏକେ-୪୭ ରାଇଫଲ ଜବତ କରାଯାଇଛି ବୋଲି ଆଇଜି କହିଛନ୍ତି। ଏବେବି ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ନକ୍ସଲଙ୍କ ଗୁଳିରେ ସହିଦ୍‌ ହୋଇଥିବା ରମେଶ କୁରେଥି କାଙ୍କେର ଜିଲ୍ଲାର ପଖାଞ୍ଜୁର ଅଞ୍ଚଳର ସଙ୍ଗମ ଗାଁର ବାସିନ୍ଦା ବୋଲି ଅଧିକାରୀ ଜଣକ କହିଛନ୍ତି।

Share Now:

Kalinga News Beuro

Next Post

ଝାରପଡ଼ା ଜେଲ୍‌ରେ ବିଷାକ୍ତ ନିଶାଖାଇ କଏଦୀ ଗୁରୁତର

Sun Mar 3 , 2024
ଭୁବନେଶ୍ୱର : ଗତକାଲି ରାତିରେ ଝାରପଡ଼ା ଜେଲ୍‌ରେ ଜଣେ ବିଚାରାଧୀନ କଏଦୀ ନିଶା ସେବନ କରି ଗୁରୁତର ହୋଇଥିବା ଜଣାପଡ଼ିଛି। ଗଞ୍ଜେଇ ଟାଣି ଗୁରୁତର ହୋଇଥିବା ଏହି କଏଦୀ ହେଲା ରଞ୍ଜନ ବେହେରା (୧୯)। ତାକୁ କର୍ତ୍ତୃପକ୍ଷ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଛନ୍ତି। କେବଳ ଗଞ୍ଜେଇ ନିଶାରେ ସେ ଏଭଳି ଗୁରୁତର ହୋଇନାହାନ୍ତି, ଗଞ୍ଜେଇ ସହିତ ସେ ବ୍ରାଉନ୍‌ସୁଗାର ଭଳି କିଛି ବଡ଼ ନିଶା ସେବନ କରି ଗୁରୁତର ହୋଇଥିବା […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial