ଭାରତୀୟ ନୌସେନାରେ ସାମିଲ ହେଲା ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’

ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’

ମୁମ୍ବାଇ: ଆଜି ଭାରତର ତୃତୀୟ ‘ସ୍କର୍ପିନ୍‌-କ୍ଲାସ୍‌’ ଡିଜେଲ୍‌-ଇଲେକ୍ଟ୍ରିକ୍‌ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କରଞ୍ଜ’କୁ ମୁମ୍ବାଇରେ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ଚିଫ୍‌ ଅଫ୍‌ ନେଭାଲ୍‌ ଷ୍ଟାଫ୍‌ ଆଡ୍‌ମିରାଲ୍‌ କରମବୀର ସିଂହ ଏବଂ ଆଡ୍‌ମିରାଲ୍‌ (ଅବସରପ୍ରାପ୍ତ) ଭିଏସ୍‌ ଶେଖାଓ୍ଵତ୍‌ ଉପସ୍ଥିତ ଥିଲେ। ଏଥିରେ ଉଦ୍‌ବୋଧନ ଦେଇ ନୌସେନା ମୁଖ୍ୟ ଆଡ୍‌ମିରାଲ୍‌ କରମବୀର ସିଂହ କହିଲେ, ଗତ ୭ ବର୍ଷରୁ ଊର୍ଦ୍ଧ୍ୱ ହେବ ଭାରତୀୟ ନୌସେନା ପ୍ରତିରକ୍ଷା କ୍ଷେତ୍ରରେ ଭାରତୀୟକରଣ ଏବଂ ଆତ୍ମନିର୍ଭରତାର ଦୃଢ଼ ସମର୍ଥକ ହୋଇ ଆସିଛି। ସମ୍ପ୍ରତି, ଠିକ୍‌ ଭାବେ ଚାଲିଥିବା ୪୨ଟି ଜାହାଜ ଓ ବୁଡ଼ାଜାହାଜରୁ ୪୦ଟି ଭାରତୀୟ ‘ସିପ୍‌ୟାର୍ଡ’ରେ ନିର୍ମିତ। ନୌସେନା ମୁଖ୍ୟ ଆହୁରି ମଧ୍ୟ କହିଛନ୍ତି, ଭାରତୀୟ ନୌସେନାର ଅଭିବୃଦ୍ଧିର ଗାଥା ଏବଂ ଏହାର ଭବିଷ୍ୟତ ମାର୍ଗଧାରା ନିମନ୍ତେ ଆତ୍ମନିର୍ଭରତା ବା ଭାରତୀୟକରଣ ହେଉଛି ସ୍ୱତଃଫୁର୍ତ୍ତ ଉଦ୍ଦୀପନା। ସୂଚନାଯୋଗ୍ୟ, ଏହି ବର୍ଗର ଦୁଇଟି ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ କଲବରି’ ଏବଂ ‘ଆଇଏନ୍‌ଏସ୍‌ ଖଣ୍ଡେରି’ ଏହା ପୂର୍ବରୁ ଭାରତୀୟ ନୌସେନାରେ ସାମିଲ ହୋଇସାରିଛି। ଏହି ଶ୍ରେଣୀର ଚତୁର୍ଥ ବୁଡ଼ାଜାହାଜ ‘ଆଇଏନ୍‌ଏସ୍‌ ବେଲା’କୁ ସମୁଦ୍ରରେ ପରୀକ୍ଷା କରାଯାଉଛି।

Share Now:

Kalinga News Beuro

Next Post

ମନମୋହନଙ୍କଠାରୁ ମୋଦୀଙ୍କ ପର୍ଯ୍ୟନ୍ତ: ୧୦ ବର୍ଷ ହେଲା ପୂରଣ ହୋଇନି ଭାରତର ସାମରିକ ଆବଶ୍ୟକତା

Wed Mar 10 , 2021
ନୂଆଦିଲ୍ଲୀ: ଭାରତୀୟ ସେନାର ଆଧୁନିକୀକରଣ ପାଇଁ ଆବଶ୍ୟକ ବ୍ୟୟ ବରାଦ ଏବଂ କେନ୍ଦ୍ର ବଜେଟ୍‌ରେ ଏଥିଲାଗି ମିଳୁଥିବା ଅନୁଦାନ ଭିତରେ ଦିନକୁ ଦିନ ଫରକ ବଢ଼ିବାରେ ଲାଗିଛି। ଏହି ବ୍ୟବଧାନ ଏତେ ବଢ଼ିଯାଇଛି ଯେ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସେନା ପାଇଁ ଧାର୍ଯ୍ୟ କରିଥିବା ବ୍ୟୟ ଅଟକଳ ସାତବର୍ଷ ତଳେ ୨୦୧୪-୧୫ ଆର୍ଥିକ ବର୍ଷ ପାଇଁ ସେନା ଲୋଡ଼ିଥିବା ବ୍ୟୟବରାଦ ସହ ସମାନ ହୋଇଛି। ଏହାଦ୍ବାରା ଆଧୁନିକୀକରଣ […]
ଭାରତର ସାମରିକ ଆବଶ୍ୟକତା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial